Shaheed Diwas : କେଉଁ ଭୁଲ ପାଇଁ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦିଆଗଲା?
Advertisement

Shaheed Diwas : କେଉଁ ଭୁଲ ପାଇଁ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦିଆଗଲା?

ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନ ସେତେବେଳେ ଦେଶରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଆଉ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କ ତ୍ରିକୋଣୀୟ ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଗଲା । ଏହି କାରଣରୁ ମାର୍ଚ୍ଚ ୨୩ କୁ ଶହୀଦ ଦିବସ ଭାବରେ ସ୍ମରଣ କରାଯାଇଥିଲା ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଜି ହେଉଛି ମାର୍ଚ୍ଚ ୨୩ ବା ଶହୀଦ ଦିବସ । ସ୍ୱାଧୀନତା ସଂଗ୍ରାମରେ ଶହୀଦ ହୋଇଥିବା ବୀରମାନଙ୍କର ଅବଦାନକୁ ମନେ ପକେଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ବ୍ରିଟିଶ ଶାସନରୁ ଭାରତକୁ ମୁକ୍ତ କରିବାପାଇଁ ସ୍ୱାଧୀନତା ସଂଗ୍ରାମରେ ଅନେକ ସଂଗ୍ରାମୀ ନିଜ ଜୀବନକୁ ଝାସ ଦେଇଥିଲେ । ଯଦିଓ ଦେଶର ସ୍ୱାଧୀନତା ସଂଗ୍ରାମରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଏପରି ତିନିଜଣ ବିପ୍ଳବୀ ଥିଲେ, ଯାହାର ଚିନ୍ତାଧାରା ଏବଂ ବ୍ୟକ୍ତିତ୍ୱ ଯୁବକମାନଙ୍କୁ ପ୍ରେରଣା ଦେଇଥାଏ । ସୋମାନେ ହେଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପର । ଏମାନଙ୍କର ବଳିଦାନ କିଛି ଅନନ୍ୟ ରହିଥିଲା । ତେବେ ଏହି ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶହୀଦ ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୩ରେ ପାଳନ କରାଯାଇଥାଏ। 

ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନ ସେତେବେଳେ ଦେଶରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଆଉ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କ ତ୍ରିକୋଣୀୟ ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଗଲା । ଏହି କାରଣରୁ ମାର୍ଚ୍ଚ ୨୩ କୁ ଶହୀଦ ଦିବସ ଭାବରେ ସ୍ମରଣ କରାଯାଇଥିଲା । ଭଗତ ସିଂ ଏବଂ ତାଙ୍କ ସାଥୀ ରାଜଗୁରୁ ଏବଂ ସୁଖଦେବଙ୍କ ଫାଶୀ ଭାରତ ଇତିହାସରେ ଲିପିବଦ୍ଧ ହୋଇଥିବା ସବୁଠାରୁ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା ଅଟେ । ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁ ୧୯୨୮ ମସିହାରେ ଜାତୀୟତାବାଦୀ ନେତା ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଲାହୋରରେ ପୋଲିସ ଅଧୀକ୍ଷକ ଜେମ୍ସ ସ୍କଟଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ । ମାତ୍ର ଭୁଲରେ ସହକାରୀ ପୋଲିସ ଅଧୀକ୍ଷକ ଜନ୍ ସାଉଣ୍ଡର୍ସଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲାହୋରରେ ବ୍ରିଟିଶ ଜୁନିଅର ପୋଲିସ ଅଧିକାରୀ ଜନ୍ ସାଉଣ୍ଡର୍ସଙ୍କୁ ଗୁଳି କରି ହତ୍ୟା କରିଥିଲେ (ଲାହୋର ଷଡଯନ୍ତ୍ର ମାମଲା)। ଏଥିପାଇଁ ତିନିଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । 

Also Read: ବଦଳିଲା କଲେଜ ନାମଲାଖା ପ୍ରକ୍ରିୟା; ସମସ୍ତଙ୍କୁ ମିଳିବ ସମାନ ସୁଯୋଗ, ଦ୍ୱାଦଶ ମାର୍କ ନିଷ୍ପ୍ରଭ

୧୯୨୯ ମସିହାରେ ଭଗତ ସିଂ ଏବଂ ତାଙ୍କ ସହଯୋଗୀମାନେ ଦିଲ୍ଲୀର କେନ୍ଦ୍ରୀୟ ବିଧାନସଭାରେ ଦୁଇଟି ବୋମା ଫିଙ୍ଗିଥିଲେ ଏବଂ ନିଜକୁ ଗିରଫ କରିବାକୁ ବ୍ରିଟିଶ ଅଧିକାରୀଙ୍କୁ କହିଥିଲେ । ୨୩ ମାର୍ଚ୍ଚ ୧୯୩୧ରେ ଲାହୋରର ସେଣ୍ଟ୍ରାଲ ଜେଲ ଭିତରେ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କୁ ଫାଶୀ ଦିଆଯାଇଥିଲା । ତେବେ ଏହି ମାମଲାରେ ସୁଖଦେବଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୨୪ ତାରିଖକୁ ଦଣ୍ଡାଦେଶର ତାରିଖ ଭାବେ ଘୋଷଣା କରାଯାଇଥିଲା । ମାତ୍ର  ଗୋଟିଏ ଦିନ ପୂର୍ବରୁ ତାଙ୍କ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ମାର୍ଚ୍ଚ ୨୩ ତାରିଖ ଗୋଟିଏ ଏମିତି ଦିନ ଥିଲା ଯେଉଁଦିନ ଏହି ତିନିଜଣ ହସି ହସି ଦେଶ ପାଇଁ ଫାଶୀରେ ଝୁଲିପଡିଥିଲେ । ୧୨ ବର୍ଷ ବୟସରେ ଶହୀଦ ଭଗତ ସିଂ ସ୍ୱାଧୀନତା ଆନ୍ଦୋଳନକୁ ଡେଇଁଥିଲେ । ତାଙ୍କର ସାହସିକତା ଯୋଗୁଁ ଭଗତ ସିଂ ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲେ। ସେ ଇନକିଲାବ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ସେ ତାଙ୍କ କ୍ଷୁଦ୍ର ଜୀବନରେ ଜଳିଥିବା ଆଦର୍ଶଗତ ବିପ୍ଳବର ମଶାଲ ପାଇଁ ଆଜି ବି ଜନମାନସରେ ଜୀବନ୍ତ ବହ୍ନି ।

ଦେଶର ସ୍ୱାଧୀନତା ସଂଗ୍ରାମରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କ ବଳିଦାନ ଦେଶ କେବେ ଭୁଲି ପାରିବ ନାହିଁ । ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବ  ଭାରତ ମାତାର ପ୍ରକୃତ ସନ୍ତାନ ଥିଲେ ଯାହା ସେମାନେ ପ୍ରମାଣିତ କରିଛନ୍ତି । ସେମାନେ ଦେଶ ତଥା ଦେଶପ୍ରେମକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏବଂ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେମାନେ ମଧ୍ୟ ଆମ ଦେଶର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏହି ହିରୋମାନେ ଲୋକଙ୍କ କଲ୍ୟାଣ ପାଇଁ ଲଢିଥିଲେ ଆଉ ଏଥି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।  ଯାହାଫଳରେ ଅନେକ ଯୁବ ଭାରତୀୟଙ୍କ ପାଇଁ ଭଗତ ସିଂ, ରାଜଗୁରୁ, ସୁଖଦେବ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।

Also Read: ଋଷ କେବେ ବ୍ୟବହାର କରିବ ପରମାଣୁ ଅସ୍ତ୍ର? ଜବାବ ରଖିଲେ ସରକାରୀ ମୁଖପାତ୍ର

 

ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଦେଖାଯାଇଥିବା ସାହସିକତା ଏବଂ ଶକ୍ତିକୁ ସ୍ମରଣ କରିବା ପାଇଁ ଆଜି ଶହୀଦ ଦିବସ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଶହୀଦ ଦିବସ ପାଳନ କରିବାକୁ କୌଣସି ସରକାରୀ ଛୁଟି ଘୋଷଣା କରାଯାଇ ନଥିଲେ ମଧ୍ୟ ଦେଶର ଅନେକ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଶହୀଦ ଦିବସ ପାଳନ କରୁଛନ୍ତି । ଅନେକ ବିଦ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ବିତର୍କ ଏବଂ ପ୍ରବନ୍ଧ  ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି । ତେବେ ଏହି ଦିବସରେ ଆମେ ଆମର ବୀରମାନଙ୍କୁ ମନେ ପକାଇ ଦେଶ ପ୍ରେମରେ ଉଦବୁଦ୍ଧ ହେବା । ସେପଟେ ପ୍ରଥମ ଥର ପାଇଁ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଶହୀଦ ଦିବସକୁ ରାଜ୍ୟରେ ଛୁଟିଦିନ ଘୋଷଣା କରିଛି।