• ରାଜ୍ୟରେ ଆଜି ୬୧୬୪ କରୋନା ପଜିଟିଭ୍ ଚିହ୍ନଟ
  • କ୍ୱାରେଣ୍ଟାଇନରୁ ୩୫୭୫ ଓ ଲୋକାଲ କଣ୍ଟାକ୍ଟରୁ ୨୫୮୯ ଜଣ ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧ ଶହ ୩୨ ପଜିଟିଭ ଚିହ୍ନଟ
  • ମହାରାଷ୍ଟ୍ରରେ ବେକାବୁ କୋରୋନା
  • ଆଜି ରାତି ୮ଟାରୁ ମେ ୧ ଯାଏ ରାଜ୍ୟ କଡ଼ା କଟକଣା
  • ବ୍ରେକ ଦି ଚେନ ଅଭିଯାନ ସମୟରେ ବିନା କାରଣରେ ଘରୁ ବାହାରିଲେ ୧୦ ହଜାର ଯାଏ ଜରିମାନା
  • କେବଳ ଜରୁରୀ ସେବା ଯୋଗାଣକାରୀ ଘରୋଇ ଗାଡ଼ିକୁ ମିଳିବ ଅନୁମତି
  • ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି
  • ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଥିଲେ ଏହି ବାବା, ରାମ ମନ୍ଦିର ପାଇଁ ଦାନ କଲେ ୧ କୋଟି ଟଙ୍କା

ଉତ୍ତରାଖଣ୍ଡ (Uttarakhand) ର ଋଷିକେଶରେ ସ୍ୱାମୀ ଶଙ୍କର ଦାସ  (Swami Shankar Das) ନାମକ ଜଣେ ସାଧୁ ଅଛନ୍ତି, ଯିଏ ୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଛନ୍ତି । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର (Ram Temple) ନିର୍ମାଣ ହେବାକୁ ଯାଉଛି । 

୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଥିଲେ ଏହି ବାବା, ରାମ ମନ୍ଦିର ପାଇଁ ଦାନ କଲେ ୧ କୋଟି ଟଙ୍କା

ଋଷିକେଶ: ରାମ ନଗରୀ ଅଯୋଧ୍ୟା (Ayodhya) ରେ ଶ୍ରୀ ରାମଙ୍କ ମନ୍ଦିର (RaM Temple) ନିର୍ମାଣକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସାଧାରଣ ଲୋକ ହୁଅନ୍ତୁ କିମ୍ବା ସାଧୁ-ସନ୍ଥ, ସମସ୍ତେ ନିଜ ନିଜ ବିଶ୍ୱାସ ଅନୁଯାୟୀ ମନ୍ଦିର ପାଇଁ ଦାନ କରୁଛନ୍ତି । ଏଭଳି ପରିସ୍ଥିତିରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ୧୧ ଟଙ୍କା ଠାରୁ ଆରମ୍ଭ କରି ୧,୧୧,୧୧,୧୧୧ ଟଙ୍କା ପର୍ଯ୍ୟନ୍ତ ଦାନ ପ୍ରାପ୍ତ ହୋଇଛି । ଏହି କ୍ରମରେ ଟ୍ରଷ୍ଟକୁ ଋଷିକେଶ (Rishikesh) ରୁ ୧ କୋଟି ଟଙ୍କା ସହାୟତା ରାଶି ମଧ୍ୟ ମିଳିଛି । କିନ୍ତୁ ଏହା କୌଣସି ଛୋଟ ଦାନ ନୁହେଁ । ଏହା ପଛରେ ଥିବା କାହାଣୀ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ବାସ୍ତବରେ, ଉତ୍ତରାଖଣ୍ଡ (Uttarakhand) ର ଋଷିକେଶରେ ସ୍ୱାମୀ ଶଙ୍କର ଦାସ  (Swami Shankar Das) ନାମକ ଜଣେ ସାଧୁ ଅଛନ୍ତି, ଯିଏ ୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଛନ୍ତି । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର (Ram Temple) ନିର୍ମାଣ ହେବାକୁ ଯାଉଛି । ସେତେବେଳେ ସେ ବହୁତ ଖୁସି ହୋଇଥିଲେ । କେବଳ ଏତିକି ନୁହେଁ, ସ୍ୱାମୀ ଶଙ୍କର ଦାସ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ନେଇଥିଲେ ଓ  ଋଷିକେଶର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପହଞ୍ଚିଥିଲେ । ଯେତେବେଳେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ୧ କୋଟିର ଚେକ୍ ଦେଇଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ବିଶ୍ୱାସ କରିପାରିଲେ ନାହିଁ ଯେ ଜଣେ ସାଧୁ ଏତେ ପରିମାଣର ଦାନ କରିପାରନ୍ତି । ତେଣୁ ବ୍ୟାଙ୍କ କର୍ମଚାରୀ ତାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ତାଙ୍କ ଚେକ୍ ଭୁଲ୍ ନୁହେଁ ବୋଲି ନିଶ୍ଚିତ ହୋଇଥିଲା । ବ୍ୟାଙ୍କ ତୁରନ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ପଦାଧିକାରୀଙ୍କୁ ସୂଚନା ଦେଇଥିଲା । ଏହା ପରେ ଆରଏସଏସରର ନଗର କାର୍ଯ୍ୟବାହ କୃଷ୍ଣ କୁମାର ସିଙ୍ଗଲ ବ୍ୟାଙ୍କରେ ପହଞ୍ଚିଥିଲେ ଓ ସ୍ୱାମୀ ଶଙ୍କର ଦାସଙ୍କ ଚେକ୍ ରାମ ମନ୍ଦିର ଆକାଉଣ୍ଟରେ ଜମା କରାଇଥିଲେ । ଏହାସହ ବାବାଙ୍କୁ ମଧ୍ୟ ଏକ ଦାନ ରସିଦ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ:-ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ

୮୩ ବର୍ଷୀୟ ସ୍ୱାମୀ ଶଙ୍କର ଦାସଙ୍କୁ ଲୋକମାନେ ଫକ୍କର ବାବା (Fakkar Baba) ନାମରେ ଜାଣନ୍ତି । ଫକ୍କର ବାବା ଟାଟ ବାବାଙ୍କର ଜଣେ ଶିଷ୍ୟ ଏବଂ ସେ ସାରା ଜୀବନ ଗୁମ୍ଫାରେ ବିତାଇଛନ୍ତି । କେବଳ ଦାନ-ଦକ୍ଷିଣାରୁ ସେ 60 ବର୍ଷ ଧରି ଜୀବନ ଅତିବାହିତ କରୁଛନ୍ତି । ସୂଚନାନୁସାରେ, ଏପର୍ଯ୍ୟନ୍ତ ଭକ୍ତମାନେ ଟାଟ ବାବାଙ୍କୁ ଯାହା ଦାନ କରିଥିଲେ ତାହାକୁ ଫକ୍କର ବାବା ଜମା କରୁଥିଲେ । ବର୍ତ୍ତମାନ ସମସ୍ତ ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ସ୍ୱାମୀ ଶଙ୍କର ଦାସ କହିଛନ୍ତି ଯେ ସେ ଗୁପ୍ତ ଦାନ ଦେବାକୁ ଚାହୁଁଥିଲେ । କିନ୍ତୁ ସେ ଚିନ୍ତା କଲେ ଯଦି ସେ ଆଗକୁ ଆସି ଦାନ କରିବେ, ତେବେ ଅନ୍ୟ ଲୋକମାନେ ମଧ୍ୟ ଏଥିରୁ ଅନୁପ୍ରାଣିତ ହେବେ ଏବଂ ମନ୍ଦିର ନିର୍ମାଣରେ ସହାୟତା କରିବାକୁ ଆଗକୁ ବଢ଼ିବେ । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବାବା ତାଙ୍କ ଜୀବନକାଳର ସମସ୍ତ ଆୟ ଦାନ କରିଛନ୍ତି ।