Advertisement
Article Detail0/zeeodisha/odisha2743093
Zee OdishaOdisha National-InternationalSalary Hike : ମନ୍ତ୍ରୀଙ୍କର ୧୮୮ ପ୍ରତିଶତ ଦରମା ବୃଦ୍ଧି କଲା କାଙ୍ଗାଳ ପାକିସ୍ତାନ ସରକାର

Salary Hike : ମନ୍ତ୍ରୀଙ୍କର ୧୮୮ ପ୍ରତିଶତ ଦରମା ବୃଦ୍ଧି କଲା କାଙ୍ଗାଳ ପାକିସ୍ତାନ ସରକାର

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଲୋକଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସମସ୍ତ ପ୍ରକାରର ପଦକ୍ଷେପ ନେଉଛି। କିନ୍ତୁ ଅନ୍ୟପକ୍ଷରେ ପାକିସ୍ତାନ ସରକାର ନିଜ ପକେଟ ପୂରଣ କରିବାରେ ବ୍ୟସ୍ତ। ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ କେନ୍ଦ୍ର ମନ୍ତ୍ରୀ ଏବଂ ର

Salary Hike : ମନ୍ତ୍ରୀଙ୍କର ୧୮୮ ପ୍ରତିଶତ ଦରମା ବୃଦ୍ଧି କଲା କାଙ୍ଗାଳ ପାକିସ୍ତାନ ସରକାର

Salary Hike : ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଲୋକଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସମସ୍ତ ପ୍ରକାରର ପଦକ୍ଷେପ ନେଉଛି। କିନ୍ତୁ ଅନ୍ୟପକ୍ଷରେ ପାକିସ୍ତାନ ସରକାର ନିଜ ପକେଟ ପୂରଣ କରିବାରେ ବ୍ୟସ୍ତ। ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ କେନ୍ଦ୍ର ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ (ବେତନ, ଭତ୍ତା ଏବଂ ବିଶେଷାଧିକାର) ସଂଶୋଧନ ଅଧ୍ୟାଦେଶ, ୨୦୨୫ରେ ସ୍ୱାକ୍ଷର କରିଛନ୍ତି। ଏହା କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀମାନଙ୍କ ମାସିକ ଦରମା ୧୮୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ରିପୋର୍ଟ ପାକିସ୍ତାନର ଜିଓ ନ୍ୟୁଜ୍ ଦ୍ୱାରା ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରେ ପାକିସ୍ତାନୀ ସାଂସଦଙ୍କ ଦରମା ବୃଦ୍ଧି କରାଯାଇଥିଲା। ଏହା ପରେ, ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଏକ ଅଧ୍ୟାଦେଶ ଆଣି ଏହାର ସଦସ୍ୟମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲା। କେନ୍ଦ୍ର ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ (ଭତ୍ତା ଏବଂ ଦରମା) ଆଇନ, ୧୯୭୫ରେ ସଂଶୋଧନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି। 

ଫେବୃଆରୀ ମାସରେ, ଯେତେବେଳେ ସଂସଦ ବହୁମତରେ ସାଂସଦଙ୍କ ଦରମା ଏବଂ ଭତ୍ତା (ସଂଶୋଧନ) ବିଲ୍ ୨୦୨୫ପାସ୍ କରିଥିଲା। ଏହା ସାଂସଦଙ୍କ ଦରମାରେ ୧୩୮ ପ୍ରତିଶତ ବୃଦ୍ଧି କରିଥିଲା। ଏହି ବିଲ୍‌ରେ ସାଂସଦଙ୍କ ଦରମା ୨,୧୮,୦୦୦ ଟଙ୍କାରୁ ୫,୧୯,୦୦୦ ଟଙ୍କାକୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ବିଶେଷ କଥା ହେଉଛି ଏହି କାମ ପାଇଁ ସମସ୍ତ ଦଳ ଏକାଠି ହୁଅନ୍ତି, କେହି ବିରୋଧ କରନ୍ତି ନାହିଁ। ଶାସକ ପାକିସ୍ତାନ ମୁସଲିମ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍)ର ସାଂସଦ ରୋମିନା ଖୁର୍ସିଦ ଆଲମ୍ ଏହି ବିଲ୍ ଉପସ୍ଥାପନ କରିଥିଲେ କିନ୍ତୁ ବିରୋଧୀ କିମ୍ବା ଟ୍ରେଜେରୀ ସାଂସଦମାନେ ଏହି ମହଙ୍ଗା ଦରମା ବୃଦ୍ଧି ଉପରେ କୌଣସି ଆପତ୍ତି ଉଠାଇ ନଥିଲେ। ଜାନୁଆରୀ ୨୬ ତାରିଖରେ, ଜାତୀୟ ସଂସଦର ଅର୍ଥ କମିଟି ଜାତୀୟ ସଂସଦର ବାଚସ୍ପତି ଆୟାଜ ସାଦିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଲ୍ କୁ ଅନୁମୋଦନ କରିଥିଲା।

Add Zee News as a Preferred Source
About the Author