ଏପ୍ରିଲ-ଜୁନ୍ ମାସରେ ୬୭ ପ୍ରତିଶତ ହ୍ରାସ ପାଇଛି ଘର ବିକ୍ରି: ରିପୋର୍ଟ

ରିପୋର୍ଟ ଅନୁଯାୟୀ, ନୋଏଡା ବ୍ୟତୀତ ସମସ୍ତ ୮ଟି ସହରରେ ବିକ୍ରି ହ୍ରାସ ପାଇଛି । ସମୀକ୍ଷାଧୀନ ଅବଧିରେ ଗୁରୁଗ୍ରାମରେ ଘର ବିକ୍ରି ୭୯୧ ପ୍ରତିଶତ ହ୍ରାସ ପାଇଛି ।

ଏପ୍ରିଲ-ଜୁନ୍ ମାସରେ ୬୭ ପ୍ରତିଶତ ହ୍ରାସ ପାଇଛି ଘର ବିକ୍ରି: ରିପୋର୍ଟ

ନୂଆଦିଲ୍ଲୀ: ଡାଟା ଆନାଲିସିସ୍ ଫର୍ମ ପ୍ରୋପଇକ୍ୱିଟିର(PropEquity) ବିଶ୍ଳେଷଣ ଅନୁଯାୟୀ କୋରୋନା ଭାଇରସ ବୈଶ୍ୱିକ ମହାମାରୀ ଓ ଏଥିପାଇଁ ଦେଶରେ ଲାଗୁ ଲକଡାଉନ୍ ଯୋଗୁଁ ୯ଟି ପ୍ରମୁଖ ସହରରେ ଘର ବିକ୍ରି ୬୭ ପ୍ରତିଶତ ହ୍ରାସ ପାଇ ୨୧,୨୯୪ ୟୁନିଟରେ ପହଞ୍ଚିଛି । ପ୍ରୋପଇକ୍ୱିଟିର ଅନୁଯାୟୀ, ଏପ୍ରିଲ୍-ଜୁନ୍ ୨୦୨୦ ମଧ୍ୟରେ ମୋଟ ଘର ବିକ୍ରି ୨୧,୨୯୪ ୟୁନିଟ୍ ଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ୬୪,୩୭୮ ୟୁନିଟ୍ ଥିଲା । ଏହି ଉପାୟରେ ଏହା ୬୭ ପ୍ରତିଶତ ହ୍ରାସ ପାଇଛି ।

ରିପୋର୍ଟ ଅନୁଯାୟୀ, ନୋଏଡା ବ୍ୟତୀତ ସମସ୍ତ ୮ଟି ସହରରେ ବିକ୍ରି ହ୍ରାସ ପାଇଛି । ସମୀକ୍ଷାଧୀନ ଅବଧିରେ ଗୁରୁଗ୍ରାମରେ ଘର ବିକ୍ରି ୭୯୧ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ସମାନ ଅବଧିରେ ଏହା ୧,୭୦୭ରୁ ହ୍ରାସ ପାଇଁ ୩୬୧ ୟୁନିଟକୁ ରହିଯାଇଛି । ଏହିପରି ଚେନ୍ନାଇ ଓ ହାଇଦ୍ରାବାଦରେ ଘର ବିକ୍ରି ୭୪ ପ୍ରତିଶତ ହ୍ରାସ ପାଇଥିବାବେଳେ ବେଙ୍ଗାଲୁରୁରେ ୭୩ ପ୍ରତିଶତ ହ୍ରାସ ଘଟିଛି ।

PropEquity ଅନୁଯାୟୀ, ମୁମ୍ବାଇରେ ଆବାସିକ ସମ୍ପତ୍ତି ବିକ୍ରି ୬୩ ପ୍ରତିଶତ, ଥାନେ ୬୩ ପ୍ରତିଶତ ଏବଂ ପୁଣେରେ ୭୦ ପ୍ରତିଶତ ହ୍ରାସ ପାଇଛି । ଅବଶ୍ୟ ଏହି ସମୟ ମଧ୍ୟରେ ନୋଏଡାରେ ବିକ୍ରି ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଛି । ଏହା ୧,୧୨୩ ୟୁନିଟ ବୃଦ୍ଧି ପାଇ ୧,୧୭୭ ୟୁନିଟରେ ପହଞ୍ଚିଛି । ସମ୍ପତ୍ତି ପରାମର୍ଶଦାତା ଏନାରକ୍ କହିଛନ୍ତି ଯେ, ଏକ ଆକଳନ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ୍-ଜୁନ୍ ମଧ୍ୟରେ ସାତୋଟି ସହରରେ ବିକ୍ରି ୮୧ ପ୍ରତିଶତ ହ୍ରାସ ପାଇ ୧୨,୭୪୦ ୟୁନିଟ୍ ହୋଇଛି ।