• ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲି
  • କଟକ ବଡ଼ମ୍ବା ମା’ ଭଟ୍ଟାରିକା ମନ୍ଦିର ବେଢ଼ାରେ ମହାନଦୀ ବନ୍ୟା ଜଳ
  • ମୟୂରଭଞ୍ଜ ବହଳଦା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ୨ ନାବାଳକ ଅଟକ, ଅନ୍ୟ ୨ ଜଣ ଗିରଫ
  • ବିଶ୍ବକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପାର୍ବଣ ଋତୁରେ ଭିଡ଼ ହୁଏ, ତେଣୁ ଏହି ୩ ମାସ ଗୁରୁତ୍ବପୂର୍ଣ୍ଣ’: DMET
  • ଭୁବନେଶ୍ବର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ
  • ଉଭୟ ଅଫିସର ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ
  • ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରଥମ ଥର ପାଇଁ ବାୟୋପିକରେ ନଜର ଆସିବେ ସଲମାନ ଖାନ, ବନିବେ 'ବ୍ଲାକ୍ ଟାଇଗର'

ସଲମାନ ଖାନ (Salman Khan) ନିଜର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏପରି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ସେ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ (Rajkumar Gupta) ପରବର୍ତ୍ତୀ ଫିଲ୍ମରେ ପ୍ରସିଦ୍ଧ ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ (Ravindra Kaushik) ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ।  

ପ୍ରଥମ ଥର ପାଇଁ ବାୟୋପିକରେ ନଜର ଆସିବେ ସଲମାନ ଖାନ, ବନିବେ 'ବ୍ଲାକ୍ ଟାଇଗର'
ପ୍ରଥମ ଥର ପାଇଁ ବାୟୋପିକରେ ନଜର ଆସିବେ ସଲମାନ ଖାନ

ମୁମ୍ବାଇ: ସଲମାନ ଖାନ (Salman Khan) ନିଜର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏପରି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ସେ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ (Rajkumar Gupta) ପରବର୍ତ୍ତୀ ଫିଲ୍ମରେ ପ୍ରସିଦ୍ଧ ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ (Ravindra Kaushik) ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବଲିଉଡର 'ଭାଇଜାନ'ଙ୍କ ଫିଲ୍ମକୁ ନେଇ ଅନେକ ପ୍ରତୀକ୍ଷା ଥାଏ, କିନ୍ତୁ ତାଙ୍କର ଶେଷ କିଛି ଫିଲ୍ମ ଆଶାନୁରୁପକ ସଫଳତା ପାଇପାରି ନାହିଁ । ସେଥିପାଇଁ ସେ ନିଜର ଆଗାମୀ ଫିଲ୍ମଗୁଡ଼ିକର ଲାଇନ୍ ଅପ୍ ବିଷୟରେ ପୁନର୍ବିଚାର କରୁଛନ୍ତି । କମେଡି, ଡ୍ରାମା, ଆକ୍ସନ୍, ରୋମାଣ୍ଟିକ୍ ଫିଲ୍ମ କରିବା ପରେ ସେ ବର୍ତ୍ତମାନ ସେ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ (Rajkumar Gupta) ପରବର୍ତ୍ତୀ ଫିଲ୍ମରେ 'ବ୍ଲାକ୍ ଟାଇଗର' ନାମରେ ପ୍ରସିଦ୍ଧ ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ (Ravindra Kaushik) ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଯଦିଓ ରାଜକୁମାର ଗୁପ୍ତାଙ୍କ (Rajkumar Gupta) ଏହି ପ୍ରୋଜେକ୍ଟ ବହୁତ ପ୍ରାଥମିକ ପର୍ଯ୍ୟାୟରେ ଅଛି । ପିଙ୍କଭିଲ୍ଲାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହା ଏକ ଆକ୍ସନ୍ ଥ୍ରୀଲର, ଯାହା ଭାରତୀୟ ଇତିହାସର ଏକ ଅବିଶ୍ୱସନୀୟ ସତ୍ୟ କାହାଣୀ ଉପରେ ଆଧାରିତ । ସାଜିଦ୍ ନାଡିଆଡୱାଲାଙ୍କ ସହ ସଲମାନ ଖାନଙ୍କ କାମ ଶେଷ ହେବା ପରେ ଫିଲ୍ମ ଫ୍ଲୋରରେ ଯିବ ।

ଅଧିକ ପଢ଼ନ୍ତୁ: ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି

ଏହି ଫିଲ୍ମଟି ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌସିକଙ୍କ ଜୀବନୀ ଉପରେ ଆଧାରିତ । ରବିନ୍ଦ୍ର କୌଶିକଙ୍କୁ ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର ଭାବରେ ବିବେଚନା କରାଯାଏ, ସେ ବ୍ଲାକ୍ ଟାଇଗର ଭାବରେ ଜଣାଶୁଣା । ରାଜକୁମାର ଗୁପ୍ତା ଗତ ୫ ବର୍ଷ ଧରି ତାଙ୍କ ଜୀବନ ଉପରେ ଗବେଷଣା କରୁଛନ୍ତି ଓ ଶେଷରେ ସେ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ପରଦାରେ ଆଣିବାକୁ ଚାହୁଁଛନ୍ତି । ସେ ଏହି ସ୍କ୍ରିପ୍ଟକୁ ନେଇ ସଲମାନଙ୍କ ସହ ଆଲୋଚନା କରିଛନ୍ତି । ଯାହା ପରେ ସଲମାନ ଏହି ଫିଲ୍ମରେ କାମ କରିବାକୁ ସମ୍ମତି ପ୍ରଦାନ କରିଥିଲେ । 

(ଫଟୋ କ୍ରେଡିଟ୍: Instagram @beingsalmankhan)

୨୦୧୨ ମସିହାରେ ଯେତେବେଳେ କବୀର ଖାନଙ୍କ ନିର୍ଦ୍ଦେଶକ 'ଏକ ଥା ଟାଇଗର' ରିଲିଜ ହୋଇଥିଲା, ସେତବେଳେ ଲୋକମାନେ ଭାବିଥିଲେ ଯେ ଏହି ଫିଲ୍ମଟି ରବିନ୍ଦ୍ର କୌଶିକଙ୍କ କାହାଣୀ ଉପରେ ଆଧାରିତ । କିନ୍ତୁ ଏହା ଏକ କାଳ୍ପନିକ ଗୁପ୍ତଚର ଥ୍ରୀଲର ଫିଲ୍ମ ଥିଲା ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନ ଖାନ 'ଟାଇଗର', 'କବି ଇଦ୍ କବି ଦିୱାଲୀ ' ଓ ଚମିଲି ଫିଲ୍ମ ମାଷ୍ଟର ରିମେକରେ ମଧ୍ୟ କାମ କରିବାକୁ ଯାଉଛନ୍ତି । ବର୍ତ୍ତମାନ ମାଷ୍ଟରର ସ୍କ୍ରିପ୍ଟିଂ ଚାଲିଛି ।