କୋରୋନା ଭାଇରସ୍ ରୋଗ ନୁହେଁ, ଆଲ୍ଲାଙ୍କ ଦ୍ୱାରା ପାପର ଦଣ୍ଡ: ସପା ସାଂସଦ
Advertisement
Article Detail0/zeeodisha/odisha715563

କୋରୋନା ଭାଇରସ୍ ରୋଗ ନୁହେଁ, ଆଲ୍ଲାଙ୍କ ଦ୍ୱାରା ପାପର ଦଣ୍ଡ: ସପା ସାଂସଦ

Shafiqur Rahman Barq ସବୁବେଳ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ଲକ୍ଷ୍ନୌ: ପୁଣିଥରେ ଦାୟିତ୍ୱହୀନ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫୀକର ରେହମାନ ବର୍କ (Shafiqur Rahman Barq) । ଦୁଇ ଦିନ ପୂର୍ବରୁ ତାଙ୍କର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କୋରୋନାକୁ ଏକ ରୋଗ ନୁହେଁ ବୋଲି କହୁଛନ୍ତି । ତାଙ୍କ କହିବା କଥା ଏହା ଯେ, କୋରୋନା ହେଉଛି ଆମ ପାପ କର୍ମ ପାଇଁ ଆଲ୍ଲାଙ୍କ ଦ୍ୱାରା ଦିଆଯାଉଥିବା ଦଣ୍ଡ । ତେଣୁ ଆଲ୍ଲାଙ୍କୁ କ୍ଷମା ମାଗିବା ହେଉଛି କୋରୋନାରୁ ତ୍ରାହି ପାଇବାର ସବୁଠୁ ଭଲ ତରିକା ବୋଲି କହିଛନ୍ତି ଏହି ସାଂସଦ ଜଣକ । କହିରଖୁଛୁ Shafiqur Rahman Barq ସବୁବେଳ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । 

ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''କୋରୋନା ଏକ ରୋଗ ନୁହେଁ । ଆମ ପାପ କର୍ମ ପାଇଁ ଆଲ୍ଲାଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡ ହେଉଛି କୋରୋନା । ତେଣୁ କୋରୋନାରୁ ରକ୍ଷା ପାଇବାର ସବୁଠୁ ଭଲ ତରିକା ଆଲ୍ଲାଙ୍କ କ୍ଷମା ମଗିବା ।''

ପୂର୍ବରୁ କ'ଣ କହିଥିଲେ ? 

ଆଗକୁ ଇଦ ଉଲ ଜୁହା । ତେବେ କୋରୋନା ସଙ୍କଟ ଯୋଗୁ ଏବେ ସାମୁହିକ ନମାଜ ପାଠ ନେଇ କଟକଣା ଲାଗିଛି । ଯାହାକୁ ବିରୋଧ କରିଥିଲେ ସାଂସଦ Doctor Shafiqur Rahman Barq । ସେ କହିଥିଲେ, ''ସାମୁହିକ ନମାଜ ପାଠ ଉପରେ କଟକଣା ଲଗାଇବା ଠିକ୍ ନୁହେଁ । ତେଣୁ ସରକାର ମସଜିଦ ଓ ଇଡଗାରେ ମୁସଲମାନଙ୍କ ସାମୁହିକ ନମାଜ ପାଠ ନେଇ ଲାଗିଥିବା କଟକଣା ହଟାନ୍ତୁ । କାହିଁକିନା ଯେବେ ଦେଶର ସମସ୍ତ ମୁସଲମାନ ନମାଜ ପଢ଼ିବେ, ସେବେ କୋରୋନା ମହାମାରୀକୁ ଘଉଡ଼ାଇ ହେବ ।''  

କହିରଖୁଛୁ, ଉତ୍ତରପ୍ରଦେଶରେ କୋରୋନା ମହାମାରୀ କାରଣରୁ ସମସ୍ତ ମସଜିଦରେ ସାମୁହିକ ନମାଜ ପଠା ଉପରେ କଟକଣା ଲାଗିଛି । ମସଜିଦ୍ ଗୁଡ଼ିକରେ ସର୍ବାଧିକ ୫ ଜଣ ଏକାସାଙ୍ଗରେ ନମାଜ ପଢ଼ିପାରିବେ ବୋଲି ଅନୁମତି ରହିଛି । ଏହାଠୁ ଅଧିକ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହାକୁ ନେଇ ସମ୍ଭଲର ସାଂସଦ ଏପରି ପ୍ରତିକ୍ରିୟା ରଖିଛନ୍ତି । ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି । 

;