ସାଣ୍ଡସେରା ବ୍ରଦର୍ସ ସ୍କାମ: ଦିଲ୍ଲୀରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରୁଛି ଇଡି
Advertisement

ସାଣ୍ଡସେରା ବ୍ରଦର୍ସ ସ୍କାମ: ଦିଲ୍ଲୀରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରୁଛି ଇଡି

ସାଣ୍ଡସେରା ବ୍ରଦର୍ସ ସ୍କାମ ମାମଲାରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରୁଛି ଇଡି |

ସାଣ୍ଡସେରା ବ୍ରଦର୍ସ ସ୍କାମ: ଦିଲ୍ଲୀରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରୁଛି ଇଡି

ନୂଆଦିଲ୍ଲୀ: ଜୁନ ୨୭ ଶନିବାର ୧୪୫୦୦ କୋଟି ଟଙ୍କାର ସାଣ୍ଡସେରା ବ୍ରଦର୍ସ ସ୍କାମ ମାମଲାରେ ଦିଲ୍ଲୀସ୍ଥିତ ବାସଭବନରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି(Enforcement Directorate-ED)| ଏହି ଦୁର୍ନୀତିରେ ପଳାୟନ କରିଥିବା କମ୍ପାନୀ ଷ୍ଟର୍ଲିଂ ବାୟୋଟେକ୍ ଲିମିଟେଡ ସହ ଜଡିତ ୫୦୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରୁଛି ଇଡି | 

ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବାକୁ ତାଙ୍କ ଘରେ ପହଞ୍ଚିଥିଲା ଇଡି | ସାଣ୍ଡସେରା ବ୍ରଦର୍ସ ସ୍କାମ ଘଟଣାରେ ଜେରା କରିବା ପାଇଁ ଅହମ୍ମଦ ପଟେଲଙ୍କୁ ପୂର୍ବରୁ ଡକାଯାଇଥିଲା | ହେଲେ ସେ କୋଭିଡ୧୯ ମୁକାବିଲା ପାଇଁ ଜାରି ନିର୍ଦ୍ଦେଶାବଳୀ ଏବଂ ପ୍ରତିବନ୍ଧକକୁ ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଅକ୍ଷମତା ପ୍ରକାଶ କରିଥିଲେ |

ଏନେଇ ସିବିଆଇ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଗୁଜୁରାଟର ଷ୍ଟର୍ଲିଂ ବାୟୋଟେକ୍ ଲିମିଟେଡ, ଆନ୍ଧ୍ର ବ୍ୟାଙ୍କ୍ ନେତୃତ୍ୱାଧୀନ ଏକ କନ୍ସୋର୍ଟିୟମରୁ ୫୦୦୦ କୋଟିରୁ ଅଧିକ ଟଙ୍କାର ଲୋନ ନେଇଥିଲା | ଯାହା ଏବେ ଅନାଦେୟ ଋଣ-ଏନପିଏ(Non Performing Asset-NPA) ପରିଣତ ହୋଇଛି | ଏହି କମ୍ପାନୀର ମୋଟ ଅନାଦେୟ ଋଣ ଡିସେମ୍ବର ୩୧, ୨୦୧୬ ସୁଦ୍ଧା ରହିଛି ବୋଲି ଦାଏର ହୋଇଥିବା ଏଫଆଇଆରରେ ଦର୍ଶାଯାଇଛି | 

ସାଣ୍ଡେସରା ବ୍ରଦର୍ସ ସ୍କାମ ସଜ ଜଡିତ ନୀତିନ ଏବଂ ଚେତନ ନାଇଜେରିଆରେ ଲୁଚି ରହିଥିବା ଅଭିଯୋଗ ହୋଇଛି | ଏହି ଆଫ୍ରିକୀୟ ଦେଶ ସହ ଭାରତର ପ୍ରତ୍ୟାର୍ପଣ ଚୁକ୍ତି ହୋଇନାହିଁ | ଯାହା ଫଳରେ ନାଇଜେରିଆ ପକ୍ଷରୁ ସେମାନଙ୍କୁ ନାଇଜେରିଆରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇନାହିଁ |