ସାଣ୍ଡସେରା ଦୁର୍ନୀତି ମାମଲା: ଅହମ୍ମଦ ପଟେଲଙ୍କୁ ଦ୍ୱିତୀୟ ଥର ଜେରା କରୁଛି ଇଡି

ସାଣ୍ଡସେରା ଦୁର୍ନୀତି ମାମଲାରେ ଅହମ୍ମଦ ପଟେଲଙ୍କୁ ଦ୍ୱିତୀୟ ଥର ଜେରା କରୁଛି ଇଡି |

ସାଣ୍ଡସେରା ଦୁର୍ନୀତି ମାମଲା: ଅହମ୍ମଦ ପଟେଲଙ୍କୁ ଦ୍ୱିତୀୟ ଥର ଜେରା କରୁଛି ଇଡି

ନୂଆଦିଲ୍ଲୀ: ପ୍ରାୟ ୧୪,୫୦୦ କୋଟି ଟଙ୍କାର ସାଣ୍ଡସେରା ଦୁର୍ନୀତି ମାମଲାରେ କଂଗ୍ରେସ ନେତା ତଥା ଦଳର ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି(Enforcement Directorate-ED)| ଜୁନ ୩୦ ତାରିଖ ମଙ୍ଗଳବାର ଦିଲ୍ଲୀ ସ୍ଥିତ ବାସଭବନରେ ଗୁଜୁରାଟ ସ୍ଥିତ ଷ୍ଟର୍ଲିଂ ବାୟୋଟେକ ଦ୍ୱାରା ହୋଇଥିବା ଠକେଇ ମାମଲାରେ ତାଙ୍କୁ ଦ୍ୱିତୀୟ ଥର ଲାଗି ଇଡି ପକ୍ଷରୁ ପଚରାଉଚରା କରାଯାଉଛି |  

ଆର୍ଥିକ ଅନୁସନ୍ଧାନ ଏଜେନ୍ସି ଅଧିକାରୀଙ୍କ ଏକ ଟିମ୍ ମଙ୍ଗଳବାର ସକାଳେ ଦିଲ୍ଲୀସ୍ଥିତ ମଦର ଟେରେସା କ୍ରେସେଣ୍ଟ ରୋଡରେ ପହଞ୍ଚି, ପ୍ରଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ (Prevention of Money Laundering Act-PMLA) ଆଧାରରେ ତାଙ୍କର ବୟାନ ରେକର୍ଡ କରୁଛି ଇଡି | ଶନିବାର ଏ ମାମଲାରେ ଅହମ୍ମଦ ପଟେଲଙ୍କୁ ପଚରାଉଚରା କରିଥିଲା ଇଡି | ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁନର୍ବାର ତାଙ୍କର ବୟାନକୁ ରେକର୍ଡ କରିବା କରିବା ମଙ୍ଗଳବାର ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛି ଇଡି |   

ଗତ ସପ୍ତାହରେ ପ୍ରାୟ ୮ ଘଣ୍ଟା ଧରି ଜେରା କରି କରିଥିଲା ଇଡି | ସେତେବେଳେ ପ୍ରତିକ୍ରିୟା ଅହମ୍ମଦ ପଟେଲ କହିଥିଲେ, "ଚୀନ ଏବଂ କୋଭିଡ୧୯ ମହାମାରୀର ମୁକାବିଲା କରିବା ପରିବର୍ତ୍ତେ ସେମାନେ ବିରୋଧି ପକ୍ଷଙ୍କ ଉପରେ ଆକ୍ରମଣ କରୁଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ଲୋକେ ମୋତେ ପଚରାଉଚରା କରିଥିଲେ ଏବଂ ମୁଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲି | "

ସାଂସଦ ତଥା କଂଗ୍ରେସ କୋଷାଧ୍ୟକ୍ଷ ଅହମ୍ମଦ ପଟେଲ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ କୋଭିଡ୧୯ ପ୍ରତିବନ୍ଧକକୁ ଆଳ କରି ଇଡିରେ ହାଜର ହେବାକୁ ଏଡ଼ାଇ ଯାଇଥିଲେ |

ଗତ ବର୍ଷ ଇଡି ପଟେଲଙ୍କ ପୁଅ ଫୈସଲ ପଟେଲଙ୍କୁ ଗୁଜୁରାଟର ଭଦୋଦରା ଭିତ୍ତିକ ଫାର୍ମାସ୍ୟୁଟିକାଲ୍ ଫାର୍ମର ମାଲିକ ତଥା ପ୍ରମୋଟର ସାଣ୍ଡେସରା ବ୍ରଦର୍ସ ଚେତନ ଜୟନ୍ତୀଲାଲ ସାଣ୍ଡେସରା ଏବଂ ନିତିନ ଜୟନ୍ତୀଲାଲ ସାଣ୍ଡେସରାଙ୍କ ସହ ଥିବା ସମ୍ପର୍କ ବିଷୟରେ ପଚାରିଥିଲେ |

ସାଣ୍ଡେସରା ଗ୍ରୁପର କର୍ମଚାରୀ ସୁନୀଲ ଯାଦବଙ୍କ କହିବା ଅନୁସାରେ ଅହମ୍ମଦ ପଟେଲଙ୍କ ପୁଅ ତାଙ୍କ ସାଙ୍ଗଙ୍କୁ ପାର୍ଟି ଦେବା ପାଇଁ ଏକ ଫାର୍ମ ହାଉସକୁ ନେଇ ଯାଇଥିଲେ ଏବଂ ସମସ୍ତ ଖର୍ଚ୍ଚ ଚେତନ ସାଣ୍ଡସେରା ବହନ କରିଥିଲେ | ଅନ୍ୟପଟେ କଂଗ୍ରେସ ନେତାଙ୍କ ପୁଅଙ୍କ ସମେତ ତାଙ୍କ ଜ୍ୱାଇଁ ଇରଫାନ ସିଦ୍ଦିକି ମଧ୍ୟ ସାଣ୍ଡେସରା ବ୍ରଦର୍ସ ନିକଟତର ଥିବା ନେଇ ଇଡି ହାତରେ ସୁରାକ ଲାଗିଥିଲା |

ଗତ ବର୍ଷ ଜୁଲାଇ ୩୦ ତାରିଖରେ ଇଡି ଅହମ୍ମଦ ପଟେଲଙ୍କ ଜ୍ୱାଇଁ ତଥା ଆଡଭୋକେଟ ଇରଫାନ ସିଦ୍ଦିକିଙ୍କୁ ପଚରାଉଚରା କରିଥିଲା | ଇଡି ଅଧିକାରୀଙ୍କ ଅନୁଯାୟୀ ସାଣ୍ଡେସେରା ଗ୍ରୁପ କର୍ମଚାରୀ ଯାଦବଙ୍କ ଅଭିଯୋଗ ଅନୁସାରେ ସାଣ୍ଡସେରା ବ୍ରଦର୍ସ କଂଗ୍ରେସ ନେତାଙ୍କ ପୁଅ ଏବଂ ଜ୍ୱାଇଁଙ୍କୁ କୋଡ ନାମ  ଦେଇଥିଲେ |

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ସିବିଆଇ ପକ୍ଷରୁ ୫୭୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା ରୁଜୁ ହେବା ପରେ ଇଡି ପକ୍ଷରୁ ୨୦୧୭ ଅଗଷ୍ଟରେ ସାଣ୍ଡେସରା ବ୍ରଦର୍ସ ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜ୍ଜୁ କରିଥିଲା | ଇଡି ତଦନ୍ତରୁ ଜଣାପଡିଛି ଅନୁସନ୍ଧାନରୁ ଜଣାପଡିଛି ସାଣ୍ଡେସରା ବ୍ରଦର୍ସ ଏବଂ ଅନ୍ୟମାନେ ସେମାନଙ୍କର ଫ୍ଲାଗସିପ୍ କମ୍ପାନୀର ବାଲାନ୍ସ ସିଟକୁ ପରିବର୍ତ୍ତନ କରି ବ୍ୟାଙ୍କରୁ ଅଧିକ ଋଣ ନେବା ସହ ସେମାନଙ୍କୁ ଠକିବା ପାଇଁ ଏକ ଅପରାଧିକ ଷଡଯନ୍ତ୍ର ରଚିଥିଲେ |