)
ମୁମ୍ବାଇ: ଦଳର ବରିଷ୍ଠ ମୁଖପାତ୍ର ସଞ୍ଜୟ ଝାଙ୍କୁ ନିଲମ୍ବନ କଲା କଂଗ୍ରେସ । ''ଦଳ ବିରୋଧୀ କାମ ଏବଂ ଅନୁଶାସନହୀନତା'' ପାଇଁ ଦଳ ତାଙ୍କୁ ନିଲମ୍ବନ କରିଛି । ମଙ୍ଗଳବାର ଏନେଇ କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କିଛି ଦିନ ପୂର୍ବରୁ ସଞ୍ଜୟ ଝା ଏକ ସ୍ତମ୍ଭ ଲେଖିଥିଲେ, ଯେଉଁଥିରେ ସର୍ବପୁରାତନ ଦଳ କଂଗ୍ରେସକୁ ନେଇ କିଛି ବଡ଼ ଟିପ୍ପଣୀ ଦେଇଥିଲେ । ପରେ ତାଙ୍କୁ ନିଲମ୍ବନ କରାଯାଇଛି ।
ସେହିପରି ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ନିଜର ସ୍ପଷ୍ଟ ମତ ରଖିଥିଲେ ସଞ୍ଜୟ ଝା । ନିଜ ଟ୍ୱିଟରରେ ଶ୍ରୀଯୁକ୍ତ ଝା ଲେଖିଥିଲେ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଦେବା ଆବଶ୍ୟକ । ଏହା ମୋର ସ୍ପଷ୍ଟ ମତ ବୋଲି ସେ କହିଥିଲେ ।
ଆହୁରି ମଧ୍ୟ ଟ୍ୱିଟ କରି କହିଥିଲେ, ''ଅଶୋକ ଗେହଲଟ ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ତେଣୁ ଗେହଲଟଙ୍କୁ ଏପରି ସ୍ଥାନକୁ ପଠାଇବା ଦରକାର, ଯେଉଁଠି ଦଳ ଦୁର୍ବଳରହିଛି ।''
There is a simple solution to the Rajasthan conundrum:
Sachin Pilot should be made CM
Mr Ashok Gehlot ( already 3 time CM ) must be given a senior organisational role to revive weak states.
A new leader appointed as head of RPCC
Where there’s a will there is a way.
— Sanjay Jha (@JhaSanjay) July 14, 2020
ସଞ୍ଜୟ ଝା ନିଜର ଅନ୍ୟ ଏକ ଟ୍ୱିଟରେ କହିଥିଲେ, ''ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପରେ ସଚିନ ପାଇଲଟ, ଆଗକୁ କାହାପାଳି ?''
ତେବେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲା ସାହେବ ଥୋରାଟେ ଏକ ପ୍ରତିକ୍ରିୟାରେ ସ୍ପଷ୍ଟ କହିଛନ୍ତି, ଦଳ ବିରୋଧୀ କାମ ଓ ଅନୁଶାସନହୀନତା ଅଭିଯୋଗରେ ସଞ୍ଜୟ ଝାଙ୍କୁ ତତ୍କାଳ ଭାବେ ନିଲମ୍ବନ କରାଯାଉଛି ।