Advertisement
Article Detail0/zeeodisha/odisha858440

କେନ୍ଦ୍ର ସରକାର ଆରମ୍ଭ କରୁଛନ୍ତି ନୂଆ TV Channel

ନୂଆ ସଂସଦ ଭବନ ପୂର୍ବରୁ ସରକାରଙ୍କ ନୂଆ ଟିଭି ଚ୍ୟାନେଲ ଦେଖିବ ଭାରତ। ରାଜ୍ୟସଭା ଓ ଲୋକସଭା ଟିଭିର ହେବ ନବକଳେବର। ଉଭୟଙ୍କ ମିଶ୍ରଣରେ ଏକ TV channelର ଶୁଭାରମ୍ଭ ହେବ। ଯାହାର ନାମ ସଂସଦ ଟିଭି ରଖାଯିବ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଓ ଉଦ୍ୟୋଗ ପରେ ଟିଭି ଚ୍ୟାନେଲ ଉପରେ ସରକାରଙ୍କ ନଜର। ମିଡିଆ ଉପରେ କଟକଣା ପରେ ଟିଭି ଚ୍ୟାନେଲର ହେବ ମର୍ଜର। ନୂଆ ସଂସଦ ଭବନ ପୂର୍ବରୁ ସରକାରଙ୍କ ନୂଆ ଟିଭି ଚ୍ୟାନେଲ ଦେଖିବ ଭାରତ। ରାଜ୍ୟସଭା ଓ ଲୋକସଭା ଟିଭିର ହେବ ନବକଳେବର। ଉଭୟଙ୍କ ମିଶ୍ରଣରେ ଏକ TV channelର ଶୁଭାରମ୍ଭ ହେବ। ଯାହାର ନାମ ସଂସଦ ଟିଭି ରଖାଯିବ।

ଏଣିକି ଆଉ ଲୋକସଭା (Lok Sabha) ଓ ରାଜ୍ୟସଭା (Rajya Sabha) ର କାର୍ଯ୍ୟକ୍ରମ ଦେଖିବାକୁ ଟିଭିରେ ଦୁଇଟି ଚ୍ୟାନେଲ ଖୋଲିବାକୁ ପଡିବ ନାହିଁ। କାରଣ ଖୁବଶୀଘ୍ର ଏହି ୨ଟି ସରକାରୀ ଟିଭି ଚ୍ୟାନେଲର ମିଶ୍ରଣ (TV Channel Merger) ହେବ। ଯେଉଁ ନୂଆ ଚ୍ୟାନେଲ ଆରମ୍ଭ ହେବ ତାହାକୁ ସଂସଦ ଟିଭି (Sansad TV) ରେ ନାମିତ କରାଯିବ। ସସଂଦ ଟିଭିରେ ଉଭୟ ଗୃହର କାର୍ଯ୍ୟକ୍ରମକୁ ପ୍ରସାରଣ କରାଯିବ।

Also Read: ଭାରତର କୋରୋନା ଟିକାକରଣ ଭଣ୍ଡୁର କରିବାକୁ ଡ୍ରାଗନର ଷଡ଼ଯନ୍ତ୍ର

Add Zee News as a Preferred Source

ମାର୍ଚ୍ଚ ଏକ ତାରିଖ ଦିନ ସଂସଦ ଟିଭି ପକ୍ଷରୁ ଏକ ବିବୃତ୍ତି ପ୍ରକାଶ କରାଯାଇଛି। ସେଥିରେ କୁହାଯାଇଛି ଯେ, ଲୋକସଭାର ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ମିଳିତ ଭାବେ ଲୋକସଭା ଓ ରାଜ୍ୟସଭା ଟିଭିର ମିଶ୍ରଣ କରି ସଂସଦ ଟିଭି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅବସରପ୍ରାପ୍ତ IAS ରବି କପୁର (Ravi Capoor) ଙ୍କୁ ବର୍ଷେ ପାଇଁ ସଂସଦ ଟିଭିର CEO ଭାବେ ନିଯୁକ୍ତି ଦିଆଯାଇଛି। 

fallback

ସୂଚନାଯୋଗ୍ୟ, ୧୯୮୯ ମସିହାରେ ଲୋକସଭା ଟିଭି (Lok Sabha TV) ଆରମ୍ଭ ହୋଇଥିଲା। ଏଥିରେ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ସହ ସଂସଦ ଅଧିବେଶନ ଆଲୋଚନାର ପ୍ରସାରଣ କରାଯାଉଥିଲା। ପରେ ୨୦୧୧ ମସିହାରେ ମନମୋହନ ସିଂହ ସରକାର ସମୟରେ ରାଜ୍ୟସଭା ଟିଭି ନାମରେ ନୂଆ ସରକାରୀ ଟିଭି ଚ୍ୟାନେଲ ଚାଲିଲା। ଏବେ ଦୁଇଟି ଚ୍ୟାନେଲର ମିଶ୍ରଣ କରାଯାଉଛି। 

Also Read: ହସି ହସି ମୃତ୍ୟୁକୁ କୋଳେଇ ନେଲେ ଆୟଶା, ଭିଡିଓ ଭାଇରାଲ

ବର୍ତ୍ତମାନ ସମୟରେ TRPକୁ ନେଇ ଘରୋଇ ଟିଭି ଚ୍ୟାନେଲ ଗୁଡିକରେ ମାରାମାରି ଚାଲିଛି। ସେପଟେ ସରକାରୀ ସଂସ୍ଥା ବୁଡିବାରେ ଲାଗିଲାଣି। ସରକାର ଯେତିକି ବିନିଯୋଗ କରୁଛନ୍ତି, ସେତିକି ରିଟର୍ଣ୍ଣ ମଧ୍ୟ ମିଳୁନାହିଁ। ଏପରି ସମୟରେ କ୍ଷତିରୁ ବଞ୍ଚିବା ପାଇଁ ବିକ୍ରୟ ଓ ମର୍ଜର ବା ମିଶ୍ରଣ ହିଁ ସର୍ବୋତ୍ତମ ନିଷ୍ପତ୍ତି। ୨ଟି ବଦଳରେ ଗୋଟିଏ ଟିଭି ଚ୍ୟାନେଲ ଚାଲିଲେ ସରକାରଙ୍କ କ୍ଷତି କମିଯିବ। ସେପଟେ କିନ୍ତୁ କର୍ମଚାରୀମାନେ ଛଟେଇକୁ ନେଇ ଚିନ୍ତାରେ ଅଛନ୍ତି। 

About the Author