Advertisement
Article Detail0/zeeodisha/odisha696014
Zee OdishaOdisha National-Internationalସୁଶାନ୍ତଙ୍କ ସହ ସ୍ମୃତିକୁ ସେୟାର କଲେ ସାରା

ସୁଶାନ୍ତଙ୍କ ସହ ସ୍ମୃତିକୁ ସେୟାର କଲେ ସାରା

ଯୁବ ଅଭିନେତା ସୁଶାନ୍ତଙ୍କ ଅଶାନ୍ତ ମନ...

ସୁଶାନ୍ତଙ୍କ ସହ ସ୍ମୃତିକୁ ସେୟାର କଲେ ସାରା

ନୂଆଦିଲ୍ଲୀ: ବିଫଳତାର ସମାଧାନ ଆତ୍ମହତ୍ୟା ନୁହେଁ, ବିଫଳତାକୁ ମୁକାବିଲା କରିବା ସହିତ ଜୀବନ ବଞ୍ଚିବା ହିଁ ସଫଳତା। ଛିଛୋରେ ସିନେମାର ଥିବା ଏହି ସଂଳାପକୁ ହୁଏତ ଏହାକୁ କେବଳ ନିଖୁଣ ଭାବେ ପରଦାରେ ଉପସ୍ଥାପିତ କରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ମାତ୍ର ନିଜ ଜୀବନରେ ସଠିକ ଢଙ୍ଗରେ ଏହାକୁ ଲଗାଇ ପାରିନଥିଲେ। ଖୁବ କମ ସମୟ ମଧ୍ୟରେ ସେ ସଫଳତାର ଶିଖର ଛୁଇଁ ପାରିଥିଲେ। ସ୍ୱଳ୍ପ କେତୋଟି ସିନେମା କରିଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ ସେ। 

ତାଙ୍କର ହାତ ଗଣତି ସିନେମା ମଧ୍ୟରେ ଧୋନୀ: ଦ ଅନ ଟୋଲ୍ଡ ଷ୍ଟୋରି, କେଦାରନାଥ, କାଇ ପୋ ଚେ, ଛିଛୋରେ ଭଳି ହିଟ ଫିଲ୍ମରେ କାର୍ଯ୍ୟ କରିସାରିଛନ୍ତି। କାଇ ପୋ ଚେ ସିନେମାରୁ ବଲିଉଡ଼ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ଼ ଠାରୁ ଆରମ୍ଭ କରି ରାଜନୈତିକ ସ୍ତରରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତେବେ ତାଙ୍କ ସହିତ ସିନେମା ଜଗତରେ ପାଦ ଥାପିଥିବା ସାରା ଅଲ୍ଲି ଖାନ(Sara Ali Khan) ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିଲେ। ତାଙ୍କ ସହିତ କେଦାରନାଥ(Kedarnath)ରେ କାମ କରିଥିବା ସମୟରେ କିଛି ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ସାରା। ଏହା ସହିତ ସେ କେବଳ ସୁଶାନ୍ତ ସିଂ ରାଜପୁତ ଲେଖିଛନ୍ତି। ସୁଶାନ୍ତଙ୍କ ନାମ ନିକଟରେ କିଛି ବ୍ରୋକେନ ହାର୍ଟର ଚିତ୍ର ମଧ୍ୟ ଉଲ୍ଲେଖ କରିଛନ୍ତି। 

ସୂଚନା ଯୋଗ୍ୟ ସୁଶାନ୍ତଙ୍କ ଆଜି ଅପରାହ୍ଣରେ ଅନ୍ତିମ ସଂସ୍କାର କରାଯିବ। ବିହାରର ପାଟନାରୁ ପରିବାର ସଦସ୍ୟ ଫେରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଏହି ୩୪ ବର୍ଷୀୟ ଯୁବ ଅଭିନେତା ଛୋଟ ପରଦାରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। 'କିସ ଦେଶ ମେ ହେ ମେରା ଦିଲ'ରୁ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ 'ପବିତ୍ର ରିସ୍ତା'ରୁ ସଫଳତା ସାଉଁଣ୍ଟିଥିଲେ। ଅଭିନୟ ପ୍ରତି ନିଶା ଓ ପେସା କାରଣରୁ ସେ ତାଙ୍କ ପାଠ ପଢା ଅଧାରୁ ମଧ୍ୟ ଛାଡ଼ିଥିଲେ। ତେବେ  'କାଇ ପୋ ଚେ' ସିନେମା ମାଧ୍ୟମରେ ବଡ ପରଦାରେ ଏଣ୍ଟ୍ରି କରିଥିଲେ। 

Add Zee News as a Preferred Source
About the Author