ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ
Advertisement
Article Detail0/zeeodisha/odisha705243

ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ

 ହୃଦଘାତ ଯୋଗୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । 

ଫାଇଲ ଫଟୋ
ଫାଇଲ ଫଟୋ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ । ହୃଦଘାତ ଯୋଗୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଜୁନ ୧୭ରେ ସେ ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । 

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ସରୋଜ ଖାନ୍ । ଯେଉଁଥିପାଇଁ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ ଆସିଥିଲା । 

ସରୋଜ ଖାନଙ୍କ ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି । ମୃତ୍ୟୁ ବେଳକୁ ସ୍ୱାମୀଙ୍କ ସହ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । 

ଅନ୍ୟପଟେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । 

;