ଗତ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଉଭୟ ଚୀନ ଓ ଭାରତର ସୈନିକ । ଏହି ସଂଘର୍ଷ ରକ୍ତାକ୍ତ ରୂପ ନେଇଥିଲା । LAC ନିକଟରେ ଥିବା ଗଲୱାନ ଘାଟି ନିକଟରେ ଏହି ସଂଘର୍ଷ ହୋଇଥିଲା ।
Trending Photos
)
ନୂଆଦିଲ୍ଲୀ: ଆମେରିକାର ସ୍ପେସ ଟେକ୍ନୋଲୋଜି ଗଲୱାନ ଘାଟିର ନୂଆ ସାଟେଲାଇଟ ଚିତ୍ର ଜାରି କରିଛି । ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କିଛି ଦିନ ମଧ୍ୟରେ ଏହି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଏହି ସଂଘର୍ଷ ହୋଇଥିଲା, ସେଠି ଚୀନ ଯେ ନିର୍ମାଣ କାମ କରୁଥିଲା ତାହା ଏହି ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହେଉଛି ।
ଗତ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଉଭୟ ଚୀନ ଓ ଭାରତର ସୈନିକ । ଏହି ସଂଘର୍ଷ ରକ୍ତାକ୍ତ ରୂପ ନେଇଥିଲା । LAC ନିକଟରେ ଥିବା ଗଲୱାନ ଘାଟି ନିକଟରେ ଏହି ସଂଘର୍ଷ ହୋଇଥିଲା ।
ପିପୁଲ ଲିବେରେସନ ଆର୍ମି(PLA)ର ସୈନିକ ଭାରତ ସୀମାକୁ ପଶିଆସି ନିଜ କ୍ୟାମ୍ପ ଲଗାଇଥିଲେ । ଭାରତୀୟ ଯବାନ ଏହି କ୍ୟାମ୍ପକୁ ହଟାଇବା ପାଇଁ ଯାଇଥିବା ବେଳେ ଚୀନର ସୈନିକ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ ।