ପାକିସ୍ତାନ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ସାଉଦି ଆରବ
Advertisement

ପାକିସ୍ତାନ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ସାଉଦି ଆରବ

Pakistani Economy: ଜାଦାନ କହିଛନ୍ତି ଯେ, ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଓ ଦକ୍ଷିଣ ଏସିଆ ରାଷ୍ଟ୍ର ପଛରେ କିଙ୍ଗଡମ୍ ଛିଡା ହେବ । ଉଲ୍ଲେଖନୀୟ ବିଷୟ ହେଉଛି, ମୁଦ୍ରାସ୍ଫୀତିର ଉଚ୍ଚ ହାର, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ, ଚାଲୁ ଖାତାର କ୍ଷତି ଏବଂ ମୁଦ୍ରା ଦୁର୍ବଳତା ହେବା ଯୋଗୁଁ ପାକିସ୍ତାନ ଆର୍ଥିକ ଚ୍ୟାଲେଞ୍ଜ ଦ୍ୱାରା ଘେରି ରହିଛି ।

ପାକିସ୍ତାନ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ସାଉଦି ଆରବ

ନୂଆଦିଲ୍ଲୀ: Pakistani Economy:ଖୁବ ଶୀଘ୍ର ପାକିସ୍ତାନ (Pakistan) କୁ ସାଉଦି ଆରବ (Saudi Arabia) ଠାରୁ ବଡ଼ ଆର୍ଥିକ ସହାୟତା (Financial Help) ମିଳିବାକୁ ଯାଉଛି । ସାଉଦି ଆରବ ପାକିସ୍ତାନକୁ କିଙ୍ଗଡମର ଜମା ରାଶି ୩ ବିଲିୟନ ଡଲାରର ସମ୍ପ୍ରସାରଣକୁ ଚୂଡାନ୍ତ ରୂପ ଦେଉଛି । ସାଉଦି ଅର୍ଥମନ୍ତ୍ରୀ ମହମ୍ମଦ ଅଲ-ଜାଦାନ ରଏଟର୍ସକୁ ଏହି ସୂଚନା ଦେଇଛନ୍ତି । ଦାଭୋସ (Davos) ରେ ଚାଲୁଥିବା ୱର୍ଲ୍ଡ ଇକୋନୋମିକ୍ ଫୋରମ୍‌ (World Economic Forum) ରେ ସେ କହିଛନ୍ତି ଯେ, ବର୍ତ୍ତମାନ ଆମେ ପାକିସ୍ତାନକୁ ୩ ବିଲିୟନ ଡଲାରର ଜମା ରାଶି ଦେବାର ଚୁଡ଼ାନ୍ତ ରୂପ ଦେଉଛୁ ।

ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ସାଉଦି ଆରବ ନିଜର ବୈଦେଶିକ ଭଣ୍ଡାରକୁ ସହାୟତା କରିବା ପାଇଁ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ୩ ବିଲିୟନ ଡଲାର ଜମା କରିଥିଲା । ଜାଦାନ ଅଧିକ ବିବରଣୀ ପ୍ରଦାନ କରିନାହାଁନ୍ତି, କିନ୍ତୁ ମ' ୧ରେ ଦୁଇ ଦେଶ ମିଳିତ ବୟାନରେ କହିଛନ୍ତି ଯେ, ଅବଧି ବଢ଼ାଇ ବା ଅନ୍ୟ ବିକଳ୍ପଗୁଡ଼ିକ ମାଧ୍ୟମରେ ଜମାର ସମର୍ଥନ କରିବାର ସମ୍ଭାବନା ଉପରେ ଆଲୋଚନା କରିବେ ।

ଜାଦାନ କହିଛନ୍ତି ଯେ, ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଓ ଦକ୍ଷିଣ ଏସିଆ ରାଷ୍ଟ୍ର ପଛରେ କିଙ୍ଗଡମ୍ ଛିଡା ହେବ । ଉଲ୍ଲେଖନୀୟ ବିଷୟ ହେଉଛି, ମୁଦ୍ରାସ୍ଫୀତିର ଉଚ୍ଚ ହାର, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ, ଚାଲୁ ଖାତାର କ୍ଷତି ଏବଂ ମୁଦ୍ରା ଦୁର୍ବଳତା ହେବା ଯୋଗୁଁ ପାକିସ୍ତାନ ଆର୍ଥିକ ଚ୍ୟାଲେଞ୍ଜ ଦ୍ୱାରା ଘେରି ରହିଛି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ପାକିସ୍ତାନ ସରକାର ଜରୁରୀକାଳୀନ ଅର୍ଥନୈତିକ ଯୋଜନା ଅଧୀନରେ କାର, ମୋବାଇଲ୍ ଫୋନ୍, ଘର ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଭଳି ସମସ୍ତ ଅତ୍ୟାବଶ୍ୟକ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ଘୋଷଣା କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (Shehbaz Sharif) ମେ' ୧୯ରେ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ପଦକ୍ଷେପରୁ ଦେଶର ମୂଲ୍ୟବାନ ବୈଦେଶିକ ମୁଦ୍ରାର ସଞ୍ଚୟ ହେବ ।

ଏଠାରେ କହି ରଖୁଛୁ ଯେ, ଇମ୍ରାନ ଖାନ (Imran Khan) ଙ୍କ ସମୟରେ ସାଉଦି ଆରବ (Saudi Arabia) ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ତାହା ଏଥିରୁ ଅନୁମାନ କରିପାରିବେ କି ସାଉଦି ଆରବ ପାକିସ୍ତାନ (Pakistan) କୁ ପୂର୍ବରୁ ଋଣ ନେଇଥିବା ୪.୨ ବିଲିୟନ ଡଲାରକୁ ଫେରସ୍ତ କରିବାକୁ କହିଥିଲା । ଏହାର କିଛି ଦିନ ପରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ଏକ ଅଭିଯାନ ଚାଲିଥିଲା ​​ଓ ଏଥିରେ ବିରୋଧୀ ଦଳ ସଫଳ ହୋଇଥିଲେ । 

ଏହା ବି ପଢ଼ନ୍ତୁ:-କଳିଙ୍ଗା ଘାଟିରେ ଓଲଟିଲା ବସ୍: ୬ ମୃତ, ୪୫ ଆହତ

ଏହା ବି ପଢ଼ନ୍ତୁ:-ସ୍କୁଲରେ ଗୁଳିକାଣ୍ଡ; ୧୮ ଛାତ୍ରଙ୍କ ସମେତ ୨୧ ମୃତ, ଏକାଧିକ ଆହତ

ଏହା ବି ପଢ଼ନ୍ତୁ:-କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ

ଇମ୍ରାନ ଖାନ (Imran Khan) ଙ୍କ ପରେ ଶେହୱାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ବିଗତ ଦିନରେ ଶେହୱାଜ ସାଉଦି ଆରବ ଗସ୍ତରେ ଯାଇଥିଲେ । ଏହି ସମୟରେ ଯେତେବେଳେ ସେ ସାଉଦିରୁ ସାହାଯ୍ୟ ମାଗିଥିଲେ, ସେତେବେଳେ ସେ ଋଣ ଦେବାକୁ ରାଜି ହୋଇଥିଲା । ସାଉଦି ଆରବ ପାକିସ୍ତାନକୁ ୮ ବିଲିୟନ ଡଲାରର ନୂଆ ଋଣ ଘୋଷଣା କରିଛନ୍ତି । ଏଥିରେ ତେଲ ଋଣ କରିବା ଓ ପୁରୁଣା ଋଣ ପରିଶୋଧ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । 

ଶେହୱାଜ ସରିଫ ମଧ୍ୟ ଏହି ଗସ୍ତରେ ତେଲର କୋଟା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ସାଉଦି ଆରବ ତୈଳ ଋଣ ପାଇଁ କୋଟାକୁ ୧.୨ ବିଲିୟନ ଡଲାରରୁ ୨.୪ ବିଲିୟନ ଡଲାରକୁ ବୃଦ୍ଧି କରିଛି । ଦୁଇ ଦେଶ ମଧ୍ୟରେ ସହମତ ହୋଇଛି ଯେ ବର୍ତ୍ତମାନ ଜମା ହୋଇଥିବା ୩ ବିଲିୟନ ଡଲାରର ପରିମାଣ ସାଉଦି ଆରବ ଦ୍ୱାରା ଜୁନ୍ ୨୦୨୩ ପର୍ଯ୍ୟନ୍ତ ରଖାଯିବ ।