ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା
Advertisement

ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

PAN-Aadhaar Link: ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI), ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (PNB) ନିଜର ଗ୍ରାହକଙ୍କୁ ଆଲର୍ଟ କରିଛନ୍ତି । ଯଦି ଗ୍ରାହକମାନେ ଏହାକୁ ଅଣଦେଖା କରିବେ ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇପାରେ । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବର

ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: PAN-Aadhaar Link: ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI), ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (PNB) ନିଜର ଗ୍ରାହକଙ୍କୁ ଆଲର୍ଟ କରିଛନ୍ତି । ଯଦି ଗ୍ରାହକମାନେ ଏହାକୁ ଅଣଦେଖା କରିବେ ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇପାରେ । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ (PAN-Aadhaar Link) କରିବାକୁ ବ୍ୟାଙ୍କ ନିଜର ଖାତାଧାରୀଙ୍କୁ ନୋଟିସ୍ ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ । ଏନେଇ ଏସବିଆଇ ଟ୍ୱିଟ୍ ମଧ୍ୟ କରିଛି ।

ଏହି ଟ୍ୱିଟରେ SBI କହିଛି ଯେ, ଆମେ ନିଜ ଗ୍ରାହକଙ୍କୁ କୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ସେମାନଙ୍କର ପାନକୁ ଆଧାର ସହିତ ଲିଙ୍କ କରିବାକୁ ପରାମର୍ଶ ଦେଉଛୁ । ବ୍ୟାଙ୍କ କହିଛି ଯେ ଗ୍ରାହକ ସଠିକ ସମୟରେ ପାନ୍ ଓ ଆଧାରକୁ ଲିଙ୍କ୍ କରି ନିଅନ୍ତୁ, ଯାହା ଫଳରେ ସେମାନେ କୌଣସି ଅସୁବିଧାରୁ ରକ୍ଷା ପାଇ ପାରିବେ ।"

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଇଛୁ ବୋଲି ଏସବିଆଇ ପୂର୍ବରୁ ଟ୍ୱିଟ୍ କରି କହିଛି । ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ । ଯଦି ପାନ୍ ଓ ଆଧାର ଲିଙ୍କ୍ ହୋଇନଥାଏ, PAN ନିଷ୍କ୍ରିୟ ହୋଇଯିବ ଓ ନିର୍ଦ୍ଦିଷ୍ଟ ନେଣଦେଣ କରିବା ପାଇଁ PAN ବ୍ୟବହାର କରାଯାଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ:-ବଡ଼ ଖବର! ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ? ତ ଏକ ଝଟକାରେ ରଦ୍ଦ ହୋଇଯିବ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଉପରେ ଅସନ୍ତୁଷ୍ଟ ଭାରତ, UNSC ରେ ଦେଲା ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍ସା

ଏହା ବି ପଢ଼ନ୍ତୁ:-ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!

 

କିପରି ପାନ୍-ଆଧାର କାର୍ଡକୁ କରିବେ ଲିଙ୍କ୍, ଜାଣନ୍ତୁ ପ୍ରକ୍ରିୟା

୧- ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ https://www.incometaxindiaefiling.gov.in/home

୨. ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।

୩. ଏକ ନୂତନ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN, AADHAAR ଏବଂ ଆଧାରରେ ଯେପରି ଆପଣଙ୍କ ନାମ ରହିଛି ସେହିପରି ଲେଖିବାକୁ ପଡ଼ିବ ।

୪. ଯଦି ଆପଣଙ୍କର ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଅଛି, ତେବେ 'I have only year of birth in aadhaar card' ବାକ୍ସକୁ ଟିକ୍ କରନ୍ତୁ ।

୫. କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା OTP ପାଇଁ ଟିକ୍ କରନ୍ତୁ ।

୬. ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ୍ ହୋଇଯାଇଛି ।

ଏସଏମଏସ୍ ମାଧ୍ୟମରେ କରନ୍ତୁ ଲିଙ୍କ୍

ଆପଣ SMS ମାଧ୍ୟମରେ ପାନ୍ ଓ ଆଧାରକୁ ମଧ୍ୟ ଲିଙ୍କ୍ କରିପାରିବେ ।

୧. ମୋବାଇଲର ମେସେଜ୍ ବକ୍ସରେ ଟାଇପ୍ କରନ୍ତୁ - UIDPAN <12-digit Aadhaar> <10-digit PAN> ।

୨. 567678 କିମ୍ବା 56161 କୁ ଏହି ମେସେଜ ପଠାନ୍ତୁ । ଏହା ପରେ ଆପଣଙ୍କ କାମ ହୋଇଯିବ ।