SBI ଜାରି କଲା ନୂଆ ଆଲର୍ଟ; ସପ୍ତାହନ୍ତରେ ବନ୍ଦ ରହିବ Internet Banking ସହ ଏହି ସାତଟି ସେବା
Advertisement

SBI ଜାରି କଲା ନୂଆ ଆଲର୍ଟ; ସପ୍ତାହନ୍ତରେ ବନ୍ଦ ରହିବ Internet Banking ସହ ଏହି ସାତଟି ସେବା

SBI ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି କହିଛି, ୪ ସେପ୍ଟେମ୍ବର ରାତି ୧୦ଟା ୩୫ରୁ ୫ ସେପ୍ଟେମ୍ବର ମଧ୍ୟ ରାତ୍ରି ଗୋଟାଏ ୩୫ ମିନିଟ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିବ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଗ୍ରାହକଙ୍କ ପାଇଁ ଏକ ନୂତନ ବିଜ୍ଞପ୍ତି ଜାରି କରିଛି। ଏଥିରେ ୪ ଏବଂ ୫ ସେପ୍ଟେମ୍ବରରେ କିଛି ଘଣ୍ଟା ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସହିତ ପ୍ରାୟ ୭ ପ୍ରକାର ସେବା ପ୍ରଭାବିତ ହେବ। ପ୍ରାୟ ୧୮୦ ମିନିଟ ପାଇଁ ସେବା ବନ୍ଦ ରହିପାରେ ବୋଲି ବ୍ୟାଙ୍କ ପକ୍ଷରୁ ଟ୍ୱିଟର ଯୋଗେ ସୂଚନା ଦିଆଯାଇଛି। ତେବେ କେଉଁ ସବୁ ସେବା କେତେ ସମୟ ପାଇଁ ବନ୍ଦ ରହିବ ଆସନ୍ତୁ ଜାଣିବା।

SBI ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି କହିଛି, ୪ ସେପ୍ଟେମ୍ବର ରାତି ୧୦ଟା ୩୫ରୁ ୫ ସେପ୍ଟେମ୍ବର ମଧ୍ୟ ରାତ୍ରି ଗୋଟାଏ ୩୫ ମିନିଟ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିବ। ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, YONO, YONO Lite, YONO ବିଜନେସ୍ ଏବଂ IMPS ଏବଂ UPI ସେବା ଉପଲବ୍ଧ ହେବ ନାହିଁ।

Also Read: 6th Eastern Economic Forum: ପ୍ରଧାନମନ୍ତ୍ରୀ ମୋଦି କହିଲେ- 'ଋଷର ଭାରତ ଏକ ନିର୍ଭରଯୋଗ୍ୟ ସହଯୋଗୀ'  

ଏହାପୂର୍ବରୁ, ଏସବିଆଇ ୧୬ ଏବଂ ୧୭ ଜୁଲାଇ ପାଇଁ ସମାନ ସତର୍କ ସୂଚନା ଜାରି କରିଥିଲା, ଯାହା ପରେ ରାତି ୧୦ଟା ୩୫ରୁ ମଧ୍ୟ ରାତ୍ରି ଗୋଟାଏ ୧୫ ମିନିଟ  (୧୫୦ ମିନିଟ୍) ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହୋଇନଥିଲା। SBI ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, UPI ପ୍ଲାଟଫର୍ମର ନବୀକରଣ ଓ ଗ୍ରାହକଙ୍କ ସେବାରେ ଉନ୍ନତି ଆଣିବା ପାଇଁ ଏହି ସେବାଗୁଡିକ ବାଧାପ୍ରାପ୍ତ ହୋଇଥିଲା। କାର୍ଯ୍ୟ ସରିବା ମାତ୍ରେ ସେବା ପୁନଃଆରମ୍ଭ ହୋଇଥିଲା।

 

ପ୍ରତ୍ୟେକ ଥର ଏଭଳି ସୂଚନା ଗ୍ରାହକଙ୍କୁ ବ୍ୟାଙ୍କ ଦ୍ୱାରା ପୂର୍ବରୁ ଦିଆଯାଏ। ଫଳରେ ସେମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ କରିଥା’ନ୍ତି। ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, SBI YONOରେ ବର୍ତ୍ତମାନ ସମୁଦାୟ ୩.୫ କୋଟି ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି। ଏତେ ସଂଖ୍ୟକ ଗ୍ରାହକଙ୍କ ହେତୁ, SBI ରାତି ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାଏ। ଯାହା ଦ୍ୱାରା କମ୍ ସଂଖ୍ୟକ ଗ୍ରାହକ ପ୍ରଭାବିତ ହୁଅନ୍ତି। SBIର UPI ବ୍ୟବହାରକାରୀଙ୍କ ସଂଖ୍ୟା ୧୩.୫ କୋଟିରୁ ଅଧିକ। ଏଥିମଧ୍ୟରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ସଂଖ୍ୟା ୮.୫ କୋଟି ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ବ୍ୟବହାରକାରୀଙ୍କ ସଂଖ୍ୟା ୧.୯ କୋଟି ଅଟେ।