Advertisement
Article Detail0/zeeodisha/odisha699670

ବାହୁଡ଼ିବେ ମୋ ଜଗା ବଳିଆ !

ଉଜ୍ଜୀବିତ ହେଲା ଆଶା । ଗଡ଼ିବ ଜଗାର ରଥ !

ବାହୁଡ଼ିବେ ମୋ ଜଗା ବଳିଆ !

ନୂଆଦିଲ୍ଲୀ: ଉଜ୍ଜୀବିତ ହେଲା ଆଶା । ଗଡ଼ିବ ଜଗାର ରଥ ! ରଥଯାତ୍ରା ପ୍ରସଙ୍ଗରେ ଗତ ୧୮ ତାରିଖରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଶୁଣାଣି କରିଥିଲେ, ତାର ସଂଶୋଧନ ପାଇଁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟ ସରକାର ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି । 

ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି । ତେବେ କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଏହି ସତ୍ୟପାଠ ଦାଖଲ ହୋଇଛି । ବିନାଭକ୍ତରେ ରଥଯାତ୍ରା କରିବା ପାଇଁ ସତ୍ୟପାଠରେ କୁହାଯାଇଛି । ଗଜପତି ମହାରାଜ ଗତକାଲି ଏନେଇ ପ୍ରସ୍ତାବ ଦେଇଥିଲେ । 

ଆଜି ଦିନ ୧୧ଟାରୁ ଏହି ଶୁଣାଣି ଚାଲିଛି । ଜଣିକିଆ ଚାମ୍ବର ବେଞ୍ଚ ଏହି ଶୁଣାଣି କରୁଛନ୍ତି । ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟ ଏହି ଶୁଣାଣି କରୁଛନ୍ତି । 

ତେବେ ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ମଧ୍ୟ ସମ୍ମତି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କହିଛନ୍ତି, ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି । ତେଣୁ ଏହାକୁ ବନ୍ଦ କରାନଯାଉ । ସେହିପରି ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ସେ ପ୍ରସ୍ତାବ ରଖିଛନ୍ତି । 

About the Author