ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ, ମେଟ୍ରୋ, ପ୍ରେକ୍ଷାଳୟ; ଜିମ ଓ ଯୋଗ ସେଣ୍ଟର ଖୋଲିବାକୁ ମିଳିଲା ଅନୁମତି
Advertisement

ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ, ମେଟ୍ରୋ, ପ୍ରେକ୍ଷାଳୟ; ଜିମ ଓ ଯୋଗ ସେଣ୍ଟର ଖୋଲିବାକୁ ମିଳିଲା ଅନୁମତି

କୋରୋନା ମୁକାବିଲା ଲାଗି ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁ ହେବାକୁ ଯାଉଛି ଅନଲକ୩।

 ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ, ମେଟ୍ରୋ, ପ୍ରେକ୍ଷାଳୟ; ଜିମ ଓ ଯୋଗ ସେଣ୍ଟର ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଯଦି ଆପଣ ଲକ ଡାଉନ କାରଣରୁ ଜିମ ବନ୍ଦ ହେବାରୁ ଶାରିରୀକ ବ୍ୟାୟମ କରିବା କାର୍ଯ୍ୟକୁ ବନ୍ଦ ରଖିଲେ ଆସନ୍ତା ମାସରୁ ପୁନର୍ବାର ଆପଣ ଏହି କାର୍ଯ୍ୟ କରିପାରିବେ । ଚଳିତ ବର୍ଷ ଅଗଷ୍ଟ ୫ ତାରିଖରୁ ଜିମ ସହ ଯୋଗ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ହେବ। ବୁଧବାର ଅନଲକ୩ ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ପରେ ସରକାର ପ୍ରଥମ ଥର ଲାଗି ଯୋଗ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ମେଟ୍ରୋ ରେଳ ସେବା, ସିନେମା, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର ଏବଂ ଅଡିଟୋରିୟମ ଖୋଲିବା ଉପରେ ପ୍ରତିବନ୍ଧକ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଅନଲକ୩ ପ୍ରସଙ୍ଗରେ ସରକାର ସ୍ପଷ୍ଟ କରିଛନ୍ତି ଶିକ୍ଷାନୁଷ୍ଠାନ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। କେବଳ ଏତିକି ନୁହେଁ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ବିଚାରବିମର୍ଶ କରିବା ପରେ ଜିମ୍, ଯୋଗ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ହଟିଲା ନାଇଟ କର୍ଫ୍ୟୁ(Night Curfew)

ସମସ୍ତ ଲକ ଡାଉନ ଏବଂ ଅନଲକ ସମୟରେ ରାତ୍ରୀ ସମୟରେ ଜାରି ହେଉଥିବା ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାତି ସମୟରେ ଲୋକଙ୍କ ଯିବା ଆସିବା ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଅନଲକ୩ କାର୍ଯ୍ୟକାରୀ କରାଯିବ। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଏକାଡେମିକ୍, ସାଂସ୍କୃତିକ, ଧାର୍ମିକ ସମାରୋହ ଏବଂ ଅନ୍ୟାନ୍ୟ ବଡ଼ ସମାବେଶ ଆୟୋଜନ କରିବା ଉପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ଜାରି ରହିବ ।

ଏଥରର ସ୍ୱାଧୀନତା ଦିବସକୁ ସାମାଜିକ ଦୂରତା ନିୟମ ସହ ଘରେ ରହି ପାଳନ କରିବାକୁ ହେବ। ମାସ୍କ ପିନ୍ଧିବା ପରି ଅନ୍ୟ ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ମଧ୍ୟ ଅନୁସରଣ କରିବାକୁ ପଡିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବନ୍ଦେ ଭାରତ ମିଶନ ଅଧିନରେ ସୀମିତ ଭାବେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି ଅନୁମତି ମିଳିବ। ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ଆନ୍ତଃରାଜ୍ୟ ମଧ୍ୟରେ ଲୋକ ଏବଂ ସାମଗ୍ରୀ ପରିବହନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏପରି କାର୍ଯ୍ୟକଳାପ ପାଇଁ କୌଣସି ପୃଥକ ଅନୁମତି ଆବଶ୍ୟକ ହେବ ନାହିଁ।

ଯାତ୍ରୀବାହୀ ଏବଂ ଶ୍ରମିକ ଲାଗି ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପୂର୍ବ ଭଳି ସେବା ଜାରି ରଖିବେ। ଘରୋଇ ଯାତ୍ରୀବାହୀ ବିମାନ ବିଦେଶ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ଲାଗି ଏହାକୁ କାର୍ଯ୍ୟକାରୀ କରାଯିବ। ବିଶେଷ ପରିସ୍ଥିତିରେ ଲୋକଙ୍କ ବିଦେଶ ଯାତ୍ରା, ବିଦେଶୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ, ଭାରତୀୟ ନାବିକଙ୍କ ସମୁଦ୍ରଯାତ୍ରା ବାବଦରେ ମଧ୍ୟ ଗାଇଲଡାଇନ ଜାରି କରାଯାଇଛି।