ଜାଣନ୍ତୁ ଜାନୁଆରୀରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ?
Advertisement

ଜାଣନ୍ତୁ ଜାନୁଆରୀରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ?

ଆଉ କିଛି ଦିନ ପରେ ନୂଆ ବର୍ଷର ଆଗମନ ହେବ । ଏହା ସହିତ ଜାନୁଆରୀ ମାସରୁ ଅନେକ ରାଜ୍ୟ ବିଦ୍ୟାଳୟ (School) ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ବିହାର, ମହାରାଷ୍ଟ୍ରରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି । କିନ୍ତୁ କେତେକ ରାଜ୍ୟ ତଥାପି ଦ୍ୱନ୍ଦ୍ୱରେ ଥିବାର ମନେ ହେଉଛି ।   ଅଧିକ ପଢ଼ନ୍ତୁ:-ପୁ

ଜାଣନ୍ତୁ ଜାନୁଆରୀରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ?

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ନୂଆ ବର୍ଷର ଆଗମନ ହେବ । ଏହା ସହିତ ଜାନୁଆରୀ ମାସରୁ ଅନେକ ରାଜ୍ୟ ବିଦ୍ୟାଳୟ (School) ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ବିହାର, ମହାରାଷ୍ଟ୍ରରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି । କିନ୍ତୁ କେତେକ ରାଜ୍ୟ ତଥାପି ଦ୍ୱନ୍ଦ୍ୱରେ ଥିବାର ମନେ ହେଉଛି ।  

ଅଧିକ ପଢ଼ନ୍ତୁ:-ପୁଣି ସଙ୍କଟରେ ଗେହଲଟ ସରକାର! ସମର୍ଥନ ପ୍ରତ୍ୟାହାର କଲା BTP

ବିହାରରେ ଖୋଲିବ ବିଦ୍ୟାଳୟ: ବିହାର ସରକାର ସରକାରୀ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ଆଦେଶ ଗ୍ରହଣ କରାଯାଏ, ତେବେ ଆଗାମୀ ବର୍ଷ ଜାନୁୟାରୀ ୪ରୁ ସମସ୍ତ ସରକାରୀ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ଖୋଲିବା ପାଇଁ କାର୍ଯ୍ୟ କରାଯିବ ।

ମହାରାଷ୍ଟ୍ରର ସ୍ଥିତି: ମହାରାଷ୍ଟ୍ରର ନାସିକ୍ ସହରର ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୪ରୁ  ଖୋଲାଯିବ । ମହାରାଷ୍ଟ୍ରର ଅଧିକରୁ ଅଧିକ ସହର ନିଜ ଅଞ୍ଚଳରେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି । ଏଠାରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକଙ୍କ କୋରୋନା ପରୀକ୍ଷା କରାଯିବ ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ପୁଣି ଲାଗିଲା ବଡ଼ ଝଟକା, ବିଜେପି ପାଇଁ ସହଜ ହେଲା ଲଢ଼େଇ!

ଝାଡଖଣ୍ଡରେ ଖୋଲିଛି ସ୍କୁଲ: ଗତ ସୋମବାର ଠାରୁ ଝାଡଖଣ୍ଡ ସରକାର ସ୍କୁଲ ଖୋଲିଦେଇଛନ୍ତି । ୨୦୨୧ ମସିହାରେ ବୋର୍ଡର ଆଗାମୀ ପରୀକ୍ଷା ଯୋଗୁଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟଗୁଡ଼ିକର ଛାତ୍ରମାନେ ଓଡ-ଇଭେନ୍ ଫର୍ମୁଲା ଅନ୍ତର୍ଗତ ଶ୍ରେଣୀରେ ପହଞ୍ଚିବେ ।

କର୍ଣ୍ଣାଟକର ସ୍ଥିତି: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ବୈଷୟିକ ପରାମର୍ଶଦାତା କମିଟି (TAC) ର ସୁପାରିଶକୁ ଗ୍ରହଣ କରିଛନ୍ତି । ତାହା ଅନୁସାରେ ଜାନୁୟାରୀ ୧ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, କର୍ଣ୍ଣାଟକରେ ସ୍କୁଲ ଖୋଲିବା ପାଇଁ TAC ଅନେକ ପ୍ରସ୍ତାବ ଦେଇଥିଲା । ଆସନ୍ତା ମାସରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ପାଇଁ ସମସ୍ତ କର୍ତ୍ତୃପକ୍ଷ ଏହି ସୁପାରିଶ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'! 

ଦିଲ୍ଲୀ-ୟୁପି-ରାଜସ୍ଥାନ-ମିଜୋରାମ-ମଧ୍ୟପ୍ରଦେଶ ସ୍କୁଲର ସ୍ଥିତି: ୟୁପି-ଦିଲ୍ଲୀର ସ୍କୁଲଗୁଡିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି । ରାଜସ୍ଥାନରେ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମିଜୋରାମରେ ମଧ୍ୟ ବିଦ୍ୟାଳୟ ଖୋଲିବାକୁ ସରକାର ବିଚାର କରିନାହାଁନ୍ତି । ସେପଟେ ମଧ୍ୟପ୍ରଦେଶରେ ଡିସେମ୍ବର ୧୮ରୁ ବିଦ୍ୟାଳୟ ଖୋଲାଯାଇଛି । ଶିକ୍ଷା ବିଭାଗ ଦ୍ୱାରା ଏକ ଗାଇଡଲାଇନ ଜାରି କରାଯାଇଛି । ଏଠାରେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରମାନଙ୍କୁ ପିତାମାତାଙ୍କ ଅନୁମୋଦନ କ୍ରମେ ସପ୍ତାହରେ ଦୁଇ ଦିନ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ।

ଅଧିକ ପଢ଼ନ୍ତୁ:-J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ

ଆସାମ ସରକାର କରିଛନ୍ତି ଘୋଷଣା: ସୋମବାର ଦିନ ଆସାମ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଯେ ଜାନୁଆରୀ ୧ତାରିଖରୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ନିୟମିତ ଭାବେ କାମ କରିବ, ଯାହା କୋରୋନା ସଂକ୍ରମଣ ଯୋଗୁଁ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଷଷ୍ଠ ଶ୍ରେଣୀ ଏବଂ ପରେ ସରକାରୀ ପରିଚାଳିତ ବିଦ୍ୟାଳୟଗୁଡ଼ିକ ପାଇଁ ଦିଆଯାଇଥିବା ଘୋଷଣା ଅନୁଯାୟୀ, ଜାନୁଆରୀ ୧ରେ ନର୍ସରୀ ଠାରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଆରମ୍ଭ ହେବ ।