Advertisement
Article Detail0/zeeodisha/odisha692291
Zee OdishaOdisha National-Internationalଅଗଷ୍ଟ ୧୫ ପରେ ଖୋଲିବ ସ୍କୁଲ-କଲେଜ: ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଅଗଷ୍ଟ ୧୫ ପରେ ଖୋଲିବ ସ୍କୁଲ-କଲେଜ: ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଏଠାରେ ଆପଣଙ୍କୁ କହି ରଖିଛୁ ଯେ, ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏଚଆରଡି ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କଙ୍କୁ ଶିକ୍ଷାନୁଷ୍ଠାନ ପୁନଃ ଖୋଲିବା ଉପରେ ଏକ ଚିଠି ଲେଖିଥିଲେ । ସେ ଗତକାଲି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଥିଲେ ।

ଅଗଷ୍ଟ ୧୫ ପରେ ଖୋଲିବ ସ୍କୁଲ-କଲେଜ: ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ସପ୍ତାହ ଧରି ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ପରେ ସ୍କୁଲ ଓ କଲେଜଗୁଡ଼ିକ ଖୋଲାଯିବ । ସମ୍ଭବତଃ ଅଗଷ୍ଟ ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲି ଯିବ  । ଏକ ସାକ୍ଷାତକାରରେ ଡକ୍ଟର ରମେଶ ପୋଖରିଆଲ ଏହା କହିଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଆମେ ସମସ୍ତ ପରୀକ୍ଷାର ଫଳାଫଳ ଘୋଷଣା କରିବାକୁ ଚେଷ୍ଟା କରୁଛୁ ।

ଏଠାରେ ଆପଣଙ୍କୁ କହି ରଖିଛୁ ଯେ, ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏଚଆରଡି ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କଙ୍କୁ ଶିକ୍ଷାନୁଷ୍ଠାନ ପୁନଃ ଖୋଲିବା ଉପରେ ଏକ ଚିଠି ଲେଖିଥିଲେ । ସେ ଗତକାଲି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଥିଲେ ।

ସେ ତାଙ୍କ ଚିଠିରେ ଲେଖିଛନ୍ତି, ସମୟ ଆସିଯାଇଛି କୋରୋନାର ସହଅସ୍ତିତ୍ୱକୁ ଗ୍ରହଣ କରି ଦେଶରେ ବିଦ୍ୟାଳୟଗୁଡ଼ିକର ଭୂମିକା ନିର୍ଣ୍ଣୟ କରିବାର ସମୟ ଆସିଛି । ଯଦି ବିଦ୍ୟାଳୟଗୁଡ଼ିକ ଏକ ସାହସିକ ଭୂମିକା ପାଇଁ ପ୍ରସ୍ତୁତ ନୁହଁନ୍ତି । ତେବେ ଏହା ଆମର ଐତିହାସିକ ଭୁଲ ହେବ । ବିଦ୍ୟାଳୟଗୁଡ଼ିକର ଭୂମିକା କେବଳ ପାଠ୍ୟପୁସ୍ତକରେ ସୀମିତ ରହିବ ନାହିଁ । ବରଂ ପିଲାମାନଙ୍କୁ ଦାୟିତ୍ୱବାନ ଜୀବନଯାପନ କରିବାକୁ ପ୍ରସ୍ତୁତ କରିବ ।

About the Author