ବାଂଲାଦେଶରେ ପୈଗମ୍ବରଙ୍କୁ ଅପମାନ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ
Advertisement

ବାଂଲାଦେଶରେ ପୈଗମ୍ବରଙ୍କୁ ଅପମାନ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ

ମଣ୍ଡଳଙ୍କ ପରିବାର ଇସଲାମ ଏବଂ ପୈଗମ୍ବରଙ୍କୁ ଅପମାନ କରିଥିବା ଅଭିଯୋଗ। ତେବେ ଅଭିଯୁକ୍ତ ଶିକ୍ଷକ ହୃଦୟ ଚନ୍ଦ୍ର ମଣ୍ଡଳଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପୈଗମ୍ବରଙ୍କୁ ଅପମାନ ଅଭିଯୋଗ ପରେ ମୁସଲିମ ଲୋକେ ତାଙ୍କ ବଞ୍ଚିବା ମୁସ୍କିଲ କରି ଦେଇଛନ୍ତି। ତାଙ୍କୁ ସାମାଜିକ ବାସନ୍ଦ କରାଯାଇଛି, ଆସନ୍ତୁ ଜାଣିବା କ'ଣ ରହିଛି ପୂରା ଘଟଣା।

ବାଂଲାଦେଶରେ ପୈଗମ୍ବରଙ୍କୁ ଅପମାନ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ

ବାଂଲାଦେଶର ମୁନସିଗଞ୍ଜରେ ଜଣେ ହିନ୍ଦୁ ଶିକ୍ଷକଙ୍କୁ ପୈଗମ୍ବରଙ୍କ ଅପମାନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁସାରେ ଏହି ଘଟଣା ଗତ ୫ ଏପ୍ରିଲ ୨୦୨୨ରେ ମୁନସିଗଞ୍ଜର ବିନୋଦପୁର ରାମକୁମାର ହାଇସ୍କୁଲରେ ଘଟିଥିଲା। ପୋଲିସ ବିଜ୍ଞାନ ଶିକ୍ଷକ ହୃଦୟ ଚନ୍ଦ୍ର ମଣ୍ଡଳ (Hindu teacher Hriday Chandra Mondal)ଙ୍କୁ ନିଜ ଶ୍ରେଣୀରେ ପୈଗମ୍ବର ମହମ୍ମଦ ଏବଂ କୋରାନକୁ ଅପମାନ କରିବା ଅଭିଯୋଗରେ ଗିରଫ କରିଛି। ଛାତ୍ରମାନେ ମଣ୍ଡଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହ ମଣ୍ଡଳ ଇସଲାମର ଅପମାନ କରିଥିବା ସେମାନେ କହିଛନ୍ତି।

କୁହାଯାଉଛି, ଦଶମର ଏକ ଗଣିତ କ୍ଲାସରେ ହୃଦୟ ଚନ୍ଦ୍ର ମଣ୍ଡଳ କହିଥିଲେ, ''ପୈଗମ୍ବର (PBUH) ଜଣେ ବିବେକପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଥିଲେ। ସେ ସ୍ୱୟଂ କୋରାନ ଲେଖିଥିଲେ ଏବଂ ତାର ପ୍ରଚାର କରିଥିଲେ।'' ଶିକ୍ଷକ ଜଣକ ଛାତ୍ରମାନଙ୍କୁ କୁଆଡ଼େ କହିଥିଲେ, ''ଇସଲାମ ବିଜ୍ଞାନରୁ ସୃଷ୍ଟି ହୋଇଛି। ଧର୍ମର ରାସ୍ତା ଛାଡ଼ି ନିଜସ୍ୱ ଶୈଳୀରେ ଚାଲନ୍ତୁ।'' ମଣ୍ଡଳଙ୍କ ଏହି କଥାରେ ଶ୍ରେଣୀରେ ଉପସ୍ଥିତ ଛାତ୍ରମାନେ କ୍ରୋଧାନ୍ୱିତ ହୋଇ ଉଠିଥିଲେ ଏବଂ ସେମାନେ ମୋବାଇଲରେ ଶିକ୍ଷକଙ୍କ କଥାକୁ ରେକର୍ଡ କରିଥିଲେ। ଏହାପରେ ସେମାନେ ପ୍ରିନ୍ସିପାଲଙ୍କଠାରେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ସେହି ରେକର୍ଡ କରାଯାଇଥିବା ଭିଡିଓ ମଧ୍ୟ ଦେଖାଇଥିଲେ। ସ୍କୁଲ ପ୍ରଶାସନ ଛାତ୍ରମାନଙ୍କୁ ଏହି ପ୍ରସଙ୍ଗରେ କୌଣସି ଭୁଲ୍ ପଦକ୍ଷେପ ନ ଉଠାଇବାକୁ କହିଥିଲେ।

ପରଦିନ ଅନ୍ୟଛାତ୍ରମାନେ ମଧ୍ୟ ପ୍ରିନ୍ସିପାଲଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ମଣ୍ଡଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଛାତ୍ରଙ୍କ ସହ ଏହି ମାମଲାର ସମାଧାନ କରିବାକୁ ମଧ୍ୟ ପ୍ରୟାସ କରିଥିଲେ। ତେବେ ଛାତ୍ରମାନେ ବୁଝାମଣା କରିବାକୁ ମନା କରି ଦେଇଥିଲେ। ଗତ ୨୨ ମାର୍ଚ୍ଚରେ ଶିକ୍ଷକଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏହାପରେ ସବୁ ଛାତ୍ର ମିଶି ହୃଦୟ ଚନ୍ଦ୍ର ମଣ୍ଡଳଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଇତିମଧ୍ୟରେ ଶିକ୍ଷକ ହୃଦୟ ଚନ୍ଦ୍ର ମଣ୍ଡଳ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ କହିଥିଲେ, ''ମୁଁ ବିଜ୍ଞାନ ସମ୍ପର୍କରେ ଛାତ୍ରଙ୍କୁ ବୁଝାଇବାକୁ କିଛି କଥା କହିଥିଲି। ମାତ୍ର ଇସଲାମ କିମ୍ବା ପୈଗମ୍ବରଙ୍କ ବିଷୟରେ କିଛି କହି ନାହିଁ।'' ହୃଦୟ ମଣ୍ଡଳଙ୍କ ପତ୍ନୀ ବବିତା ମଧ୍ୟ ନିଜ ପତିଙ୍କୁ ସମର୍ଥନ ଦେଇ କହିଛନ୍ତି, ସେ କୌଣସି ଅପରାଧ କରିନାହାନ୍ତି। ବବିତା କହିଛନ୍ତି, ହୃଦୟ ଚନ୍ଦ୍ର ୨୨ ବର୍ଷରୁ ଅଧିକ ସମୟ ଧରି ସ୍କୁଲରେ ଗଣିତ ଓ ବିଜ୍ଞାନ ପଢ଼ାଇ ଆସୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ।

ମଣ୍ଡଳ ପରିବାରକୁ ହଇରାଣ କରାଯାଉଛି
ମଣ୍ଡଳଙ୍କ ପରିବାର ଅଭିଯୋଗ କରିଛି ଯେ, ପୈଗମ୍ବରଙ୍କୁ ଅପମାନ ଅଭିଯୋଗ ହେବାପରେ ତାଙ୍କୁ ମୁସଲମାନ ଲୋକେ ହଇରାଣ ହରକତ କରୁଛନ୍ତି। ତାଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଏପରିକି ସାମାଜିକ ଉତ୍ପୀଡ଼ନ ଯୋଗୁ ତାଙ୍କ ପୁଅ ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଛି। ହୃଦୟଙ୍କ ପତ୍ନୀ ବବିତା ହାଲଦାର କହିଛନ୍ତି, ''ଆମ ପଡ଼ୋଶୀ ଆମକୁ ଗାଳି ଦେଉଛନ୍ତି। ମୋ ପୁଅ ସ୍କୁଲ ଯାଇ ପାରୁନାହିଁ। ଅନ୍ୟ ଛାତ୍ର ତାକୁ ଚିଡ଼ାଉଛନ୍ତି। ତାକୁ ଅପରାଧୀର ପୁଅ ବୋଲି କହୁଛନ୍ତି। ସେଥିପାଇଁ ମୁଁ ତାକୁ ସ୍କୁଲ ପଠାଉ ନାହିଁ। ଆମେ ଖୁବ୍ ଡରି ଯାଇଛୁ। ନିଜକୁ ଅସୁରକ୍ଷିତ ମନେ କରୁଛୁ।''

ହୃଦୟନାଥଙ୍କ ପତ୍ନୀ ଆହୁରି କହିଛନ୍ତି, ତାଙ୍କ ପତିଙ୍କୁ କେତେଜଣ ଛାତ୍ର ବହୁଦିନରୁ ହଇରାଣ କରି ଆସୁଥିଲେ। ସେମାନେ ମୋ ସ୍ୱାମୀଙ୍କୁ ରାସ୍ତାରେ ଏପରିକି କ୍ଲାସରୁମରେ ବି ପିଛା କରୁଥିଲେ। ଏହାଛଡ଼ା କିଛି ଲୋକ ସବୁବେଳ ଆମ ବାହାର ଦରଜାରେ ଗୋଇଠା ମାରି ପଳାଇ ଯାଉଥିଲେ। ଆମ ଝରକା କବାଟ ଖଡ଼ଖଡ଼ କରି ଧାଇଁ ପଳାଉଥିଲେ। ବବିତାଙ୍କ ବଡ଼ଭାଇ ବାଦଲ ହାଲଦାର କୁହନ୍ତି, ''କହିବାକୁ ଗଲେ ଏକପ୍ରକାର ଆମର ସାମାଜିକ ବାସନ୍ଦ କରି ଦିଆଯାଇଛି। ଆମେ ଦିନବେଳେ ବି ଭୟରେ ବାହାରକୁ ବାହାରି ପାରୁନାହୁଁ। କାରଣ କୌଣସି ଅପ୍ରୀତିକର ଘଟଣା ଘଟି ନ ଯାଉ ଯେମିତି।