ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଜାଣନ୍ତୁ କିଏ ନେବେ ଟିକା
Advertisement

ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଜାଣନ୍ତୁ କିଏ ନେବେ ଟିକା

ମାର୍ଚ୍ଚ ପହିଲାରୁ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୨୭ କୋଟି ଲୋକଙ୍କୁ ଦିଆଯିବ।

ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଜାଣନ୍ତୁ କିଏ ନେବେ ଟିକା

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଦେଶରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକାକରଣ। ଏଥର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରିବା ଉପର ପ୍ରାଧାନ୍ୟ ଦିଆଯିବ। ଏହା ସହିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକ ଯେଉଁମାନେ କରୋନା ଆସିବା ପୂର୍ବରୁ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯିବ।  

ମାର୍ଚ୍ଚ ପହିଲାରୁ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୨୭ କୋଟି ଲୋକଙ୍କୁ ଦିଆଯିବ। ଦେଶବ୍ୟାପୀ ହେବାକୁ ଥିବା ଟିକାକରଣ ଲାଗି ୧୦ ହଜାର ସରକାରୀ ଏବଂ ୨୦ ହଜାର ବେସରକାରୀ କେନ୍ଦ୍ର ଖୋଲାଯିବ। ଯେଉଁ ଲୋକ ବେସରକାରୀ କେନ୍ଦ୍ରରେ ଟିକା ନେବା ଲାଗି କେତେ ଟଙ୍କା ଦେବାକୁ ହେବ ସେ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସରକାର। 

Also Read: ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା; ଏହି ୫ ରାଜ୍ୟରୁ ଆସିଲେ ଆବଶ୍ୟକ କୋଭିଡ ନେଗେଟିଭ ରିପୋର୍ଟ

 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ-ଆଇସିଏମଆର (Indian Council For Medical Research-ICMR) ପରାମର୍ଶଦାତା ଡ.ସୁନୀତା ଗର୍ଗ (Dr Suneeta Garg) କହିଛନ୍ତି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଟିକାକରଣ କରାଯିବ। ୫୦-୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଯେଉଁ ଲୋକ ବହୁବିଧ ରୋଗରେ (Comorbidities) ଆକ୍ରାନ୍ତ ହୋଇଛନ୍ତି ଟିକାକରଣ ବେଳେ ସେମାନଙ୍କୁ ସର୍ବାଗ୍ରେ ରଖାଯିବ। ଅଣ ସଂକ୍ରାମକ ରୋଗର ଅବଧି ଆଧାରରେ ସେମାନଙ୍କୁ ପୃଥକ କରାଯିବ। ଯେଉଁମାନଙ୍କର ପୁରୁଣା ରୋଗ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। 

Also Read: ଦେଶରେ କୋରୋନାର ୨ଟି ନୂଆ ଷ୍ଟ୍ରେନ, ୨୦୦ ପାଖାପାଖି ଲୋକ ସଂକ୍ରମିତ !

 

ଡାଇବେଟିସ (Diabetes), ହାଇପରଟେନସନ୍ (Hypertension), ହୃଦରୋଗ (Cardiovascular Diseases), ଷ୍ଟ୍ରୋକ (Stroke), କର୍କଟ (Cancer), ଶ୍ୱାସକ୍ରିୟା (Chronic Respiratory) ଜନିତ ରୋଗ ରହିଛି ସେମାନଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଆଇସିଏମଆର ପରାମର୍ଶଦାତା। 

Also Read: Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ

 

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ (Health Worker) ଏବଂ ପ୍ରଣ୍ଟ ଲାଇନ ୱାର୍କସଙ୍କୁ (Frontline Workers) ଟିକାକରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ  ୧.୧୯ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ପ୍ରାୟ ୧୫ ଲକ୍ଷରୁ କମ ଲୋକ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ଟିକା ଦିଆଯାଇଛି।