Covid19 Vaccination: ସରକାରୀରେ ମାଗଣା, ଘରୋଇରେ ଦେବାକୁ ହେବ ଏତିକି ଟଙ୍କା
Advertisement

Covid19 Vaccination: ସରକାରୀରେ ମାଗଣା, ଘରୋଇରେ ଦେବାକୁ ହେବ ଏତିକି ଟଙ୍କା

ଦ୍ୱିତୀୟ ପର୍ଯ୍ୟାୟ ଗଣ ଟିକାକରଣ ଅଭିଯାନ ମାଧ୍ୟମରେ ୧୦ ହଜାର ସରକାରୀ ଏବଂ ୨୦ ହଜାର ଘରୋଇ ଟିକାକରଣ କେନ୍ଦ୍ର ମାଧ୍ୟମରେ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ।

Covid19 Vaccination: ସରକାରୀରେ ମାଗଣା, ଘରୋଇରେ ଦେବାକୁ ହେବ ଏତିକି ଟଙ୍କା

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଦେଶବ୍ୟାପୀ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଗଣ ଟିକାକରଣ। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ ବର୍ଷରୁ ଅଧିକ ଲୋକ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଦିଆଯିବ ଟିକା। ଉଭୟ ସରକାରୀ ଆଉ ବେସରକାରୀ ଚିକିତ୍ସାଳୟରେ ଉପଲବ୍ଧ ହେବ କୋଭିଡ୧୯ ଟିକା।

ସରକାରୀ ଚିକିତ୍ସାଳୟରେ ଲୋକଙ୍କୁ ଟିକା ମାଗଣାରେ ଦିଆଯିବ। ଯଦି କୌଣସି ବ୍ୟକ୍ତି ବେସରକାରୀ ଡାକ୍ତରଖାନରେ କୋଭିଡ୧୯ ଟିକା (Covid19 Vaccine) ନିଅନ୍ତି ତାହେଲେ ଏଥିପାଇଁ ତାଙ୍କୁ ୨୫୦ ଟଙ୍କା ମୂଲ୍ୟ ଦେବାକୁ ପଡିବ। ଏନେଇ ସରକାରୀ ଭାବେ ଘୋଷଣା କରାଯିବା ପରେ ଟିକା ମୂଲ୍ୟରେ ପରିବର୍ତ୍ତନ କରାଯାଇପାରେ।         

Alsop Read: ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଜାଣନ୍ତୁ କିଏ ନେବେ ଟିକା

 

ବର୍ତ୍ତମାନ ଧାର୍ଯ୍ୟ ହୋଇଥିବା ୨୫୦ ଟଙ୍କାର ଟିକା ମୂଲ୍ୟ ଅନୁସାରେ କାଷ୍ଟ ବ୍ରେକଅପ୍ (Cast Breakup) ପାଇଁ ୧୫୦ ଏବଂ ସେବା ଶୁଳ୍କ (Service Charge) ପାଇଁ ୧୦୦ ଟଙ୍କା ଦେବାକୁ ହେବ। ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (Nation Health Mission) ଦ୍ୱାରା ନିଆଯାଇଛି। ଏ ସମ୍ପର୍କିତ ସମସ୍ତ ସୂଚନା ସମସ୍ତ ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି।  

Also Read: ବିଶ୍ୱକୁ କୋରୋନା ଟିକା ଯୋଗାଇବାକୁ ସକ୍ଷମ 'ଆତ୍ମନିର୍ଭର ଭାରତ'

ଦ୍ୱିତୀୟ ପର୍ଯ୍ୟାୟ ଗଣ ଟିକାକରଣ ଅଭିଯାନ ମାଧ୍ୟମରେ ୧୦ ହଜାର ସରକାରୀ ଏବଂ ୨୦ ହଜାର ଘରୋଇ ଟିକାକରଣ କେନ୍ଦ୍ର ମାଧ୍ୟମରେ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। କୋଲ ଚେନ ପଏଣ୍ଟ ଥିବା ଜନସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ଟିକା ରଖାଯିବ। ବେସରକାରୀ ଚିକିତ୍ସାଳୟ ସେମାନଙ୍କ ନିକଟରେ ଥିବା ସରକାରୀ ଡାକ୍ତରଖାନାରୁ ଟିକା ନେବେ।

Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

ଦେଶର କୋଭିଡ୧୯ ଲାଗି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମରେ ବେସରକାରୀ ଚିକିତ୍ସାଳୟକୁ ସାମିଲ କରାଯିବ। ଏନେଇ ଗତ ୨୪ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ଗ୍ରହଣ କରାଯାଇଥିଲା।