• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତରଙ୍କ ମୃତ୍ୟୁ, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ଏଠାରେ କହି ରଖୁଛୁ ଯେ କୋରୋନା ମାମଲାରେ ଦିନକୁ ଦିନ ହ୍ରାସ ଦେଖାଯାଇଥିଲେ ମଧ୍ୟ ବିଶ୍ୱରେ ସର୍ବାଧିକ କୋରୋନା ସଂକ୍ରମଣ ଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତରଙ୍କ ମୃତ୍ୟୁ, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର ଦ୍ୱିତୀୟ ଲହର (Second Wave of Coronavirus) ର ପ୍ରକୋପ ଜାରି ରହିଛି । କୋରୋନା ମହାମାରୀର ଏହି ବିପଦରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଡାକ୍ତରମାନେ (Doctors) ଦିନରାତି ପରିଶ୍ରମ କରୁଛନ୍ତି । କିନ୍ତୁ ଏହି ଲୋକମାନଙ୍କୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କୁ ମଧ୍ୟ ବହୁ ମୂଲ୍ୟ ଦେବାକୁ ପଡୁଛି । ଡାକ୍ତରମାନେ ନିଜେ କୋରୋନାରେ ସଂକ୍ରମିତ (COVID-19 Infected) ହେଉଛନ୍ତି ଏବଂ ସେମାନଙ୍କ ଜୀବନ ମଧ୍ୟ ଯାଉଛି । ଦେଶର ସର୍ବବୃହତ ଡାକ୍ତରଙ୍କ ପ୍ରତିଷ୍ଠାନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) କହିଛି ଯେ, କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତର କୋରୋନାର ଶିକାର ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋହଲି ଓ ଅନୁଷ୍କା ରକ୍ଷା କଲେ ଏକ ଶିଶୁର ଜୀବନ, ଦୁନିଆର ସବୁଠାରୁ ମହଙ୍ଗା ଔଷଧର ଥିଲା ଆବଶ୍ୟକ

ଡାକ୍ତରଙ୍କ ମୃତ୍ୟୁ ସହ ଜଡିତ ସର୍ବଶେଷ ତଥ୍ୟ ପ୍ରକାଶ କରି ଆଇଏମଏ (IMA) କହିଛି ଯେ ରାଜଧାନୀ ଦିଲ୍ଲୀରେ ଡାକ୍ତରଙ୍କ ସର୍ବାଧିକ ମୃତ୍ୟୁ ଘଟିଛି । ଦିଲ୍ଲୀରେ କୋରୋନାର ଦ୍ୱିତୀୟ ଲହରରେ ୧୦୩ ଡାକ୍ତର ପ୍ରାଣ ହରାଇଛନ୍ତି । ଏଥିସହିତ ବିହାରର ୯୬ ଡାକ୍ତର ଏବଂ ଉତ୍ତରପ୍ରଦେଶର ୪୧ ଜଣ ଡାକ୍ତର କୋରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ରାଜସ୍ଥାନରେ ୩୯ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ୨୯-୨୯ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ବାତ୍ୟା 'ୟାସ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଏଠାରେ କହି ରଖୁଛୁ ଯେ କୋରୋନା ମାମଲାରେ ଦିନକୁ ଦିନ ହ୍ରାସ ଦେଖାଯାଇଥିଲେ ମଧ୍ୟ ବିଶ୍ୱରେ ସର୍ବାଧିକ କୋରୋନା ସଂକ୍ରମଣ ଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତଥ୍ୟ ଅନୁଯାୟୀ, ଦେଶରେ ମୋଟ ୨,୭୧,୫୬,୩୮୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪,୯୦,୮୭୬ ରହିଛି । ଏହା ଏକ ଆଶ୍ୱସ୍ତିକର ବିଷୟ ଯେ କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ବେଗରେ କ୍ରମାଗତ ବୃଦ୍ଧି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨,୪୩,୪୩,୨୯୯  କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୯୫,୦୮୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କିନ୍ତୁ ଦେଶରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଯୋଗୁଁ ଦେଶରେ ୩,୧୧,୪୨୧ ଲୋକ ପ୍ରାଣ ହରାଇଛନ୍ତି ।