ଡାକ୍ତରଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି କୋରୋନା, ଦିନକରେ ୫୦ ଜଣଙ୍କର ମୃତ୍ୟୁ
Advertisement

ଡାକ୍ତରଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି କୋରୋନା, ଦିନକରେ ୫୦ ଜଣଙ୍କର ମୃତ୍ୟୁ

କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ଏହି ସମୟରେ ଫ୍ରଣ୍ଟ ଲାଇନ୍ କର୍ମଚାରୀ, ଡାକ୍ତରମାନେ ରୋଗୀଙ୍କ ପାଇଁ ଭଗବାନ ଭାବରେ ଉଭା ହୋଇଛନ୍ତି । ଏଥି ସହିତ ଏହି କୋରୋନା କାଳରେ ରୋଗୀଙ୍କ ଜୀବନ ରକ୍ଷା କରୁ କରୁ ୧ ହଜାର ଡା

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ଏହି ସମୟରେ ଫ୍ରଣ୍ଟ ଲାଇନ୍ କର୍ମଚାରୀ, ଡାକ୍ତରମାନେ ରୋଗୀଙ୍କ ପାଇଁ ଭଗବାନ ଭାବରେ ଉଭା ହୋଇଛନ୍ତି । ଏଥି ସହିତ ଏହି କୋରୋନା କାଳରେ ରୋଗୀଙ୍କ ଜୀବନ ରକ୍ଷା କରୁ କରୁ ୧ ହଜାର ଡାକ୍ତର ନିଜ ଜୀବନ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ:-ସାଧାରଣ ଲୋକଙ୍କୁ କେବେ ମିଳିବ ମହଙ୍ଗା ପେଟ୍ରୋଲ-ଡିଜେଲରୁ ରିହାତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ଦାମ୍

ଖବର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀର ଗୁରୁ ତେଗ ବାହାଦୂର ହସ୍ପିଟାଲରେ ପୋଷ୍ଟ ହୋଇଥିବା ୨୬ ବର୍ଷୀୟ ଜୁନିଅର ରେଜିଡେଣ୍ଟ ଡାକ୍ତର ଅନସ ମୁଜାହିଦଙ୍କର ନିଧନ ଘଟିଛି । କୁହାଯାଉଛି ଯେ କୋରୋନାରେ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, କୋରୋନା (Coronavirus) ର ଏହି ଦ୍ୱିତୀୟ ଲହରରେ ୨୪୪ ଡାକ୍ତର ପ୍ରାଣ ହରାଇଛନ୍ତି ଏବଂ ଏହି ୨୪୪ ଡାକ୍ତରଙ୍କ ମଧ୍ୟରେ ଅନସ ସବୁଠାରୁ କନିଷ୍ଠ ଡାକ୍ତର ଥିଲେ ।

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ଡକ୍ଟର ଅନସଙ୍କୁ ଲାଗି ନଥିଲା କୋରୋନା ଟିକା

ଗତ ସପ୍ତାହରେ ଅନସଙ୍କ ବନ୍ଧୁ ତଥା ସହକର୍ମୀ ଡକ୍ଟର ଆମୀର ସୋହେଲ କୋରୋନାରେ ସଂକ୍ରମିତ ହୋଇଥିଲେ । ସେ ଏବେବି ଲଢ଼େଇ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅନସଙ୍କର କୋରୋନାର ଏକ ମାଇଡ୍ ସିଷ୍ଟମ୍ ଥିଲା, ଯାହା ପରେ ସେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଡକ୍ଟର ଆମିର ଏହା କହିଛନ୍ତି ଯେ ହଠାତ ଅନସ ତଳେ ପଡ଼ିଯାଇଥିଲେ ଓ ତାଙ୍କର ବହୁ ରକ୍ତ ଝଡ଼ି ଯାଇଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଅନସଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ଲାଗିପାରିନଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ ପ୍ରଥମ ଥର ପାଇଁ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ

ବିହାରରେ ସର୍ବାଧିକ ସଂଖ୍ୟକ ଡାକ୍ତରଙ୍କ ମୃତ୍ୟୁ

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, କୋରୋନାର ଏହି ଦ୍ୱିତୀୟ ଲହରରେ ୨୪୪ ଡାକ୍ତର ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଗତକାଲି ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ବିହାର ହେଉଛି ସେହି ରାଜ୍ୟ ଯେଉଁଠାରେ ସର୍ବାଧିକ (୬୬) ଡାକ୍ତରଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଉତ୍ତରପ୍ରଦେଶରେ ୩୭ ଜଣ ଡାକ୍ତର ଏବଂ ଦିଲ୍ଲୀରେ ୨୭ ଜଣ ଡାକ୍ତର କୋରୋନାର ଏହି ଲଢ଼େଇରେ ହାରି ଯାଇଛନ୍ତି । ଏଥି ସହିତ ଗତ ବର୍ଷ କୋରୋନା କାରଣରୁ ୭୩୬ ଡାକ୍ତର ପ୍ରାଣ ହରାଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ମୋଟ ୧ ହଜାର ଡାକ୍ତର କୋରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ।