'BJP-ବାମଦଳ ଭିତରେ ହୋଇଛି ସିକ୍ରେଟ୍ ଚୁକ୍ତି'
Advertisement

'BJP-ବାମଦଳ ଭିତରେ ହୋଇଛି ସିକ୍ରେଟ୍ ଚୁକ୍ତି'

ଲଗାତାର ପ୍ରେସମିଟ କରି ବିରୋଧି ଦଳ ନେତା ତଥା ପୂର୍ବତନ ରାଷ୍ଟ୍ର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା BJP ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି। ଏପରି କି BJP ଓ ବାମପନ୍ଥୀ ଦଳ ଗୋଟିଏ ଟିମରେ ଥିବା ସେ କହିଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କେରଳ ରାଜନୀତିରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଆଉ ସବୁଠୁ ଆକ୍ରାମକ ହୋଇ ଉଠିଛି ବିରୋଧି କଂଗ୍ରେସ। ଲଗାତାର ପ୍ରେସମିଟ କରି ବିରୋଧି ଦଳ ନେତା ତଥା ପୂର୍ବତନ ରାଷ୍ଟ୍ର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା BJP ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି। ଏପରି କି BJP ଓ ବାମପନ୍ଥୀ ଦଳ ଗୋଟିଏ ଟିମରେ ଥିବା ସେ କହିଛନ୍ତି।

ରମେଶ ଚେନ୍ନିଥାଲ କହିଛନ୍ତି ଯେ, BJP ଓ CPM ଚୋର-ପୋଲିସ ଖେଳ ଖେଳୁଛନ୍ତି। ଉଭୟଙ୍କ ମଧ୍ୟରେ ଭିତିରିଆ ଚୁକ୍ତି ହୋଇଛି। BJPର ସହାୟତାରେ CPM ପୁଣି ୫ ବର୍ଷ ପାଇଁ କ୍ଷମତାକୁ ଆସିବା ଚାହୁଁଛି। କିନ୍ତୁ କେରଳବାସୀ ମୁର୍ଖ ନୁହନ୍ତି। ଗେରୁଆ ଓ ନାଲିଆ ଦଳର ମେଣ୍ଟକୁ ସେମାନେ ଉଚିତ ଜବାବ ଦେବେ। BJP ଓ CPM ମଧ୍ୟରେ ହୋଇଥିବା ସଲାସୁତୁରା ଯୋଗୁଁ ସୁନା ତସ୍କର ମାମଲା (gold smuggling case) ର ତଦନ୍ତ ହୋଇ ପାରୁନାହିଁ ବୋଲି ଚେନ୍ନିଥାଲା ଅଭିଯୋଗ କରିଛନ୍ତି। 

Also Read: ପାୱାରଙ୍କ ସହ ଶାହଙ୍କ ସାକ୍ଷାତ, ଭାଙ୍ଗିଯିବ କି ଉଦ୍ଧବ ସରକାର?

ଏହାବ୍ୟତୀତ କେରଳ ଭୋଟର ତାଲିକାରେ ହୋଇଥିବା ଅନିୟମିତତା ଉପରେ ମଧ୍ୟ ରମେଶ ଚେନ୍ନିଥାଲା (Ramesh Chennithala) ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ ରହିଥିବା ବେଳେ ଜଣ ଜଣଙ୍କର ନାମ ୨ ଥର ଲେଖାଏ ଲିଷ୍ଟରେ ଚଢାଯାଇଛି। ଏପରିକି ଆବେଦନ କରିନଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ବାଲାଟ ଭୋଟିଂ (Ballot voting)  ତାଲିକାରେ ଅଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

fallback

ରମେଶ ଚେନ୍ନିଥାଲାଙ୍କ ମାଆଙ୍କ ନାମ ଭୋଟର ଲିଷ୍ଟ (Voter list) ରେ ୨ ଥର ଆସିବା ପରେ ସେ କେରଳ ହାଇକୋର୍ଟ (Kerala High Court) ଙ୍କ ଦ୍ୱାରାସ୍ଥ ହୋଇଥିଲେ। ଏହି ଅଭିଯୋଗ ବିଷୟରେ ତଦନ୍ତ କରିବା ପାଇଁ କୋର୍ଟ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ଲିଷ୍ଟରେ ଗଡବଡ ଏବରୁ ନୁହଁ, କେରଳ ପୌର ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ମଧ୍ୟ ହୋଇଛିଷ ପୌର ନିର୍ବାଚନରେ ଦୁର୍ନୀତି ଧରା ପଡିଥିବା ବେଳେ ସାଧାରଣ ନିର୍ବାଚନର ଅନିୟମିତତାର ତଦନ୍ତ ପାଇଁ ନିର୍ବାଚନ କମିଶନରେ ଅପିଲ କରାଯାଇଥିବା କଂଗ୍ରେସ ନେତା କହିଛନ୍ତି।

Also Read: West Bengal Assembly Poll 2021: ନିର୍ବାଚନ ବେଳେ ହିଂସାକାଣ୍ଡ, ୨ ମେଡିକାଲରେ ଭର୍ତ୍ତି

କଂଗ୍ରେସ ନେତା ଚେନ୍ନିଥାଲା କେରଳ ପୋଲିସ (Kerala police) ର କାର୍ଯ୍ୟଶୈଳୀ ଓ ଭୋଟିଂ ଦୁର୍ନୀତି ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ, ପୋଲିସ ଭୋଟର୍ସଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଆଉ ପୋଲିସ କର୍ମଚାରୀଙ୍କୁ ନିଜ ଭୋଟ ଦେବା ବେଳର ଫଟୋ ଉଠାଇବାକୁ ଉପମୁଣ୍ଡରେ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଏହି ଫଟୋକୁ ପୋଲିସ ସଙ୍ଘର ସଦସ୍ୟଙ୍କୁ ପଠାଇବେ। ତେବେ ଏହି ପ୍ରସଙ୍ଗରେ କେରଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିବା ରମେଶ ଚେନ୍ନିଥାଲା ସୂଚନା ଦେଇଛନ୍ତି।