Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ
Advertisement
Article Detail0/zeeodisha/odisha946296

Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ

ଜମୁ କ୍ଷେତ୍ରରେ ଅନୁପ୍ରବେଶ କରିବା ଲାଗି ପ୍ରାୟ ୮୦ ଜଣ ସଶସ୍ତ୍ର ଆତଙ୍କବାଦୀ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଏଲଓସି ଠାରେ ଉପସ୍ଥିତ ହୋଇଛନ୍ତି।

Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ

ନୂଆଦିଲ୍ଲୀ: କାଶ୍ମୀର ଘାଟିରୁ ଆତଙ୍କବାଦଙ୍କୁ ସମୂଳେ ନାଶ କରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଜାର ରହିଛି ଆତଙ୍କୀ ଦମନ ଅଭିଯାନ। ଭାରତୀୟ ସେନାର ନିର୍ଘାତ ପ୍ରହାର ଫଳରେ କାଶ୍ମୀର ଘାଟିରୁ ଛତ୍ରଭଙ୍ଗ ଦେବାରେ ଲାଗିଛନ୍ତି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ। ଭାରତୀୟ ସୁରକ୍ଷା ଏଜେନ୍ସିର ସକ୍ରିୟତା କାରଣରୁ ଆତଙ୍କବାଦୀଙ୍କ ସମସ୍ତ ଷଡ଼ଯନ୍ତ୍ର ବିଫଳ ହେବାରେ ଲାଗିଛି।

ସଦ୍ୟ ମିଳିଥିବା ଗୁଇନ୍ଦା ରିପୋର୍ଟ ଅନୁସାରେ ଜାମୁ କାଶ୍ମୀରରେ ପ୍ରବେଶ କରିବା ଲାଗି ପ୍ରାୟ ୧୫୦ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ନିୟନ୍ତ୍ରଣ ସୀମା ରେଖା ଏଲଓସି ନିକଟସ୍ଥ ଆତଙ୍କୀ ଶିବିରରେ (Terrorist Lauch Pad) ଏକାଠି ହୋଇଛନ୍ତି। ଜମୁ ସଂଲଗ୍ନ ଆନ୍ତର୍ଜାତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କ ସର୍ବାଧିକ ଗତିବିଧି ଦେଖିବାକୁ ମିଳିଛି।  

Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ

ଜମୁ କ୍ଷେତ୍ରରେ ଅନୁପ୍ରବେଶ କରିବା ଲାଗି ପ୍ରାୟ ୮୦ ଜଣ ସଶସ୍ତ୍ର ଆତଙ୍କବାଦୀ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଏଲଓସି ଠାରେ ଉପସ୍ଥିତ ହୋଇଛନ୍ତି। ସେହିପରି କାଶ୍ମୀର ଘାଟିରେ ପ୍ରବେଶ କରିବା ଲାଗି ୭୦ ଆତଙ୍କବାଦୀ ଏଲଓସି ନିକଟସ୍ଥ ଆତଙ୍କୀ ଶିବିରରେ ଏକାଠି ହୋଇଛନ୍ତି। ପାକିସ୍ତାନ ସହ ଯୁଦ୍ଧ ବିରାମ କରାଯିବା ପରେ ଏଲଓସି ଅଞ୍ଚଳରେ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ଏହି ସଂଖ୍ୟା ୩୦୦-୪୦୦ ରହିଥିଲା। 

ଭାରତୀୟ ସୁରକ୍ଷା ଏଜେନ୍ସି (Indian Security Agency) ପକ୍ଷରୁ କୁହାଯାଇଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (Inter Services Intelligence) ଆଇଏସଆଇ (ISI) ଜମୁରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଭାରତୀୟ ସୁରକ୍ଷା ବାହିନୀ (Indian Security Forces) ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଛି। ଯାହାର ଫଳସ୍ୱରୂପ ଏଲଓସି ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। 

Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando

ଏଠାରେ ରହିଥିବା ଆତଙ୍କୀ ଶିବିରରେ ଲସ୍କର, ଜୈଶ, ହିଜବୁଲ, ଅଲ ବଦର ସଙ୍ଗଠନ ସହ ଜଡିତ ଆତଙ୍କୀ ଏକାଠି ହୋଇଛନ୍ତି। ପୁଞ୍ଚ, କୃଷ୍ଣାଘାଟି, ବିମ୍ବର ଗଲି, ନୈସେରା, ଗୁରେଜ, ମାଛଲି, ତଙ୍ଗଧାର, ନୌଗାମ, ଉରି ସେକ୍ଟର ସଂଲଗ୍ନ ଅଞ୍ଚଳରେ ଏହି ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି।  

ଭାରତରେ ଅନୁପ୍ରବେଶ କରିବା ଲାଗି ନୂଆ ରାସ୍ତା ବ୍ୟବହାର କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଛି ଆଇଏସଆଇ। କାରଣ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ କରାଯାଉଥିବା ଆତଙ୍କୀ ଦମନ ଅଭିଯାନରେ  ସଂଖ୍ୟାଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତ ମାସରେ ମୁଜାଫରାବାଦ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଭାରତରେ ଜୋରଦାର ଆକ୍ରମଣ କରିବାକୁ ଏହାର ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି ଲସ୍କର। ଏହି ବୈଠକରେ ଆଇଏସଆଇ ମଧ୍ୟ ଯୋଗ ଦେଇଥିଲା। 

Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

କାଶ୍ମୀର ଅଞ୍ଚଳରୁ ଅଧିକ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ନିଯୁକ୍ତ କରିବାକୁ ଆତଙ୍କୀ ସଙ୍ଗଠନକୁ ନିର୍ଦ୍ଦେଶ ଦେଇଛି ଆଇଏସଆଇ। ଆକ୍ରମଣ କରିବାକୁ ଆତଙ୍କୀବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।