)
ଲୁଧିଆନା: ଆତଙ୍କବାଦ ବିରୋଧରେ ଦେଶବ୍ୟାପୀ ଅଭିଯାନ ଚାଲିଥିବା ସମୟରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ପଞ୍ଜାବର ଲୁଧିଆନାରେ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ରିପୋର୍ଟ ଅନୁଯାୟୀ, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ-ଅମୃତସର ଜାତୀୟ ରାଜପଥର ଲାଡୋୱାଲା ଟୋଲ୍ ପ୍ଲାଜା ନିକଟରେ ଲୁଧିଆନା ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରଠାରୁ ସୁରକ୍ଷା ସଂସ୍ଥାଗୁଡ଼ିକ ଦେଶରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଜି ଲୁଧିଆନା ପୋଲିସକୁ ବିଶେଷ ସୁତ୍ରରୁ ଏକ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଲୁଧିଆନା ପୋଲିସ କମିଶନର ସ୍ୱପନ ଶର୍ମା କହିଛନ୍ତି ଯେ, ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୋଲିସ ଅନୁଯାୟୀ, ନିହତ ଦୁଇ ଆତଙ୍କବାଦୀଙ୍କର ଆଇଏସଆଇର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ଥିଲା। ଶର୍ମା ଆହୁରି କହିଛନ୍ତି ଯେ, ସେମାନେ ଲୁଧିଆନାରେ ଏକ ଘେରାବନ୍ଦୀ ଏବଂ ଏନକାଉଣ୍ଟରରେ ଆହତ ହୋଇଥିଲେ।
#WATCH | Ludhiana Police Commissioner Swapan Sharma says, "A terror module was being handled by Pakistan-based ISI. Their handler is based out of Pakistan and used to call up at various locations, touching different elements. Based on this information, we had already arrested 3… https://t.co/eeDGcw2bmZ pic.twitter.com/3CfCVooc0a
— ANI (@ANI) November 20, 2025
ଲୁଧିଆନାରେ ହୋଇଥିବା ଏନକାଉଣ୍ଟର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆତଙ୍କବାଦୀମାନେ ବିଦେଶୀ ହ୍ୟାଣ୍ଡଲର, ବିଶେଷକରି ପାକିସ୍ତାନୀ ନେଟୱାର୍କ ସହିତ ଜଡିତ ଥିଲେ। ବିଶ୍ୱାସ କରାଯାଉଛି ଯେ, ସେମାନେ ଖୁବ୍ ଶୀଘ୍ର ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲେ। ବର୍ତ୍ତମାନ ପୋଲିସ ପ୍ରଶାସନ ସୁରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖିଛି । ସହରର ବିଭିନ୍ନ ଅଞ୍ଚଳରେ କଡା ଚେକିଂ କରାଯାଉଛି ।
#WATCH | Punjab: Two people, with links to a terror module which is in touch with Pakistan's ISI, shot in an encounter with Police in Ludhiana. Both have been rushed to a hospital. Two Chinese-made grenades, 5 sophisticated pistols which came from across the border, and live… pic.twitter.com/8W8Gamlg81
— ANI (@ANI) November 20, 2025