Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ
ଆଫଗାନିସ୍ତାନକୁ ଅନାବଶ୍ୟକ ଯାତ୍ରା କରିବାରୁ ଦୂରେଇ ରହିବାକୁ ଭାରତୀୟ ବିଦେଶ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛି ଭାରତୀୟ ବିଦେଶ ମନ୍ତ୍ରଣାଳୟ।
ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ଆମେରିକା ଶେଷରେ ନିଜର ସୈନ୍ୟବଳ ସେଠାର ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଏହି ଲଢେଇରେ ସେପରି କୌଣସି ଆଖିଦୃଶିଆ ସଫଳତା ନମଳିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଆମେରିକା ସରକାର। ଏହା ପରେ ପୁଣି ଥରେ ନିଜର ପୁରୁଣା ଗଡ଼କୁ ଫେରିପାଇବାକୁ ଲଢେଇ ଆରମ୍ଭ କରିଦେଇଛି ତାଲିବାନ ଆତଙ୍କୀ ସଙ୍ଗଠନ।
ଗତ ୨୦୦୧ ମସିହାରୁ ଆଫଗାନିସ୍ତାନ (Afghanistan) ମାଟିରେ ଆତଙ୍କବାଦୀ ଦମନ ଅଭିଯାନ (Afghan War on Terror) ଆରମ୍ଭ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା (United States of America-USA) ୟୁଏସଏ ସେନା (USA Army)। ସେବେ ଠାରୁ ଦୀର୍ଘ ୨୦ ଧରି ଚାଲିଥିବା ଏହି ଲଢେଇରେ ସେପରି କୌଣସି ଆଖିଦୃଶିଆ ସଫଳତା ନମିଳିବା ପରେ ସୈନିକଙ୍କୁ ଫେରାଇ ନେବା ଲାଗି ଘୋଷଣା କରିଛି ଆମେରିକା।
Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando
ଏହା ପରେ ପୁଣି ଥରେ ଆଫଗାନିସ୍ତାନକୁ ନିଜ ଦଖଲ ନେବା ଲାଗି ଉଦ୍ୟମ ଆରମ୍ଭ କରିଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ (Taliban)। ଆତଙ୍କବାଦୀଙ୍କ କବଳରୁ ଦେଶକୁ ରକ୍ଷା କରିବା ଲାଗି ଲଢେଇ ଜାରି ରଖିଛି ଆଫଗାନିସ୍ତାନ ଜାତୀୟ ବାହିନୀ (Afghan National Army)। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଏହି ଲଢେଇରେ ତାଲିବାନ ପଲ୍ଲା ଭାରୀ ହୋଇ ଉଠୁଛି। ଅନ୍ୟପଟେ ବିଦେଶୀ ସହାୟତା ନମିଳିବାରୁ ଆଫଗାନ ସେନାର ସ୍ଥିତି ଦୋଦୁଲ୍ୟମାନ ହୋଇପଡିଛି।
ଆଫଗାନ ମାଟିରୁ ଆମେରିକା ସେନ୍ୟ ହଟାଇବାକୁ ଘୋଷଣା କରିବା ପରେ ଦେଶର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରି ଏହାକୁ ନିଜ ନିୟନ୍ତ୍ରଣରେ ରଖି ସାରିଲାଣି ତାଲିବାନ। ଏପରିକି ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ମିଲିଟାରୀ ପୋଷ୍ଟ ଉପରେ ଆକ୍ରମଣ କରି ତାହାକୁ ଦଖଲ କରିବା ସହ ସୈନ୍ୟବାହିନୀ ବ୍ୟବହାର କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଲୁଟି ନେଲାଣି। ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର ଆମେରିକା ନିର୍ମିତ ବୋଲି କୁହାଯାଉଛି।
Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers
ଏହାକୁ ବ୍ୟବହାର କରି କାଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ (Kashmir Valley Terror Attack) କରିବାକୁ ଯୋଜନା କରିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଆଇଏସଆଇ (ISI)। ପୂର୍ବରୁ ଅନେକ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇସାରିଛି। ଯାହା ସୁରକ୍ଷାଗତ ଦୃଷ୍ଟିକୋଣରୁ ଭାରତ ଲାଗି ଚିନ୍ତାର କାରଣ ପାଲଟିଛି।
ଆଫଗାନିସ୍ତାନକୁ ଦଖଲ କରିବା ଲାଗି ଚାଲିଥିବା ଲଢେଇରେ ତାଲିବାନକୁ ସହଯୋଗ କରିବା ଲାଗି ଜୈଶ (Jaish), ଲସ୍କର (Lashkar) ଭଳି ସଙ୍ଗଠନର ଅନେକ ଆତଙ୍କବାଦୀ ଆଫଗାନ ସେନା ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ଏହି ଆତଙ୍କବାଦୀଙ୍କୁ ଦେଶର ଖାଇବର ପାଖତୁନଖ୍ୱା ଅଞ୍ଚଳରେ (Khyber-Pakhtunkhwa Region) ପ୍ରଶିକ୍ଷଣ ଦେଇଥିଲା ପାକିସ୍ତାନୀ ସେନା (Pakistan Army)। ଏବେ ଆଫଗାନିସ୍ତାନରେ ପ୍ରାୟ ୮ ହଜାର ଲସ୍କର ଆତଙ୍କୀ ରହିଥିବା ଜଣାପଡି଼ଛି।
ହେଲେ ଆଫଗାନ ସେନାର ଜବାବୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ର ବିଫଳ ହୋଇଯାଇଛି। ନିକଟରେ ହୋଇଥିବା ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ଅନେକ ଆତଙ୍କବାଦୀଙ୍କୁ ସେମାନଙ୍କ କ୍ୟାମ୍ପରୁ ଗିରଫ କରିଥିଲା ଆଫଗାନ ସେନା। ଆକ୍ରମଣ କରିବା ସୋମାନଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପଠାଇଥିବା କହିଥିଲେ ଗିରଫ ପାକିସ୍ତାନୀ ଆତଙ୍କୀ।
Also Read: ଆଫଗାନ ମାଟିରୁ ହଟିବେ ଆମେରିକୀୟ ସୈନ୍ୟ, ପୁଣି ଥରେ ଶାସନ କରିପାରେ ତାଲିବାନ
ଆଫଗାନିସ୍ତାନରେ ଚାଲିଥିବା ଲଢେଇ କାରଣରୁ ସେଠାକାର ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି। ଏହାକୁ ନଜରରେ ରଖି ସେଠାକାର କନ୍ଧାର ସହରରେ (Kandahar City) ଅବସ୍ଥିତ ଦୂତାବାସରେ କାର୍ଯ୍ୟରତ ୫୦ ଜଣ କର୍ମଚାରୀଙ୍କ ସହ ଏହାର ସୁରକ୍ଷା ଦାୟିତ୍ୱ ନିୟୋଜିତ ହୋଇଥିବା ଯବାନଙ୍କୁ (Indian Embassy Staff) ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଦେଶ ଫେରାଇ ଅଣାଯାଇଛି।
ଏନେଇ ଗତ ଶନିବାର ଭାରତୀୟ ବାୟୁସେନା ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଆଫଗାନିସ୍ତାନ ପଠାଯାଇଥିଲା। ସେଠାରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଏୟାରଲିଫ୍ଟ କରି ସ୍ୱଦେଶ ଫେରାଇ ଅଣାୟାଇଥିଲା। ସେଠାରେ କାର୍ଯ୍ୟରତ ଦୂତାବାସକୁ ବନ୍ଦ କରାଯିବା ନେଇ କୌଣସି ଯୋଜନା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି।
Also Read: ସେନା ଉପରେ ଡ୍ରୋନ ଆକ୍ରମଣ କରିପାରେ ତାଲିବାନ, ଏନଡିଏସ ମୁଖ୍ୟଙ୍କ ଚେତାବନୀ
ଆଫଗାନିସ୍ତାନରେ ବିପର୍ଯ୍ୟସ୍ଥ ହୋଇପଡିଥିବା ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ସାମୟିକ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି। ପରିସ୍ଥିତି ସୁଧୁରିବା ପରେ ସେମାନଙ୍କୁ ପୁନର୍ବାର ସେଠାରେ ନିୟୋଜିତ କରାଯିବ। ଆଫଗାନକୁ ଯାତ୍ରା କରୁଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛି ବିଦେଶ ମନ୍ତ୍ରଣାଳୟ। ଏହି ଦେଶକୁ ଅନାବଶ୍ୟକ ଯାତ୍ରା କରିବାରୁ ଦୂରେଇ ରହିବାକୁ ଭାରତୀୟ ବିଦେଶ ଯାତ୍ରୀଙ୍କୁ ଉଦ୍ଦେଶ୍ୟରେ କୁହାଯାଇଛି। କାରଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ପକ୍ଷରୁ ଅନେକ ଥର ହମଲା କରାଯାଇଛି। ଏପରିକି ଆତଙ୍କୀ ଗୋଷ୍ଠୀ ପକ୍ଷରୁ ବିଦେଶୀ ନାଗରିକଙ୍କୁ ଅପହରଣ କରିନେବାର ସମ୍ଭାବନା ରହିଛି।