Advertisement
Article Detail0/zeeodisha/odisha758639
Zee OdishaOdisha National-Internationalଉତ୍ତରପ୍ରଦେଶ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିର୍ଭୟାଙ୍କ ଓକିଲ

ଉତ୍ତରପ୍ରଦେଶ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିର୍ଭୟାଙ୍କ ଓକିଲ

ଉତ୍ତରପ୍ରଦେଶର ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି।

ଉତ୍ତରପ୍ରଦେଶ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିର୍ଭୟାଙ୍କ ଓକିଲ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାକୁ ନେଇ ସମଗ୍ର ଦେଶରେ ଯେତିକି ରାଜନୀତି ତେଜୁଛି, ସେତିକି ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି। ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନେଇ ମଧ୍ୟ ଉତ୍ତର ପ୍ରଦେଶ ପୋଲିସକୁ କଡ଼ା ସମାଲୋଚନା କରାଯାଉଛି। ପୀଡ଼ିତାଙ୍କ ଗ୍ରାମ ଚାରିପଟେ ପୋଲିସ ଛାଉଣୀ କରିଦେଇଥିବା ବେଳେ ଗ୍ରାମମଧ୍ୟକୁ ଗଣମାଧ୍ୟମ, ରାଜନେତାଙ୍କୁ ଗାଁ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରୁନାହିଁ। ପଶିବା ପାଇଁ ଉଦ୍ୟମ କଲେ ଠେଲାପେଲା କରି ସେମାନଙ୍କୁ ସେଠାରୁ ହଟାଇବାକୁ ଉଦ୍ୟମ କରୁଛି ପୋଲିସ।

ଅଧିକ ପଢନ୍ତୁ: ପୀଡ଼ିତାଙ୍କୁ ଭେଟିବାକୁ ଯାଉଥିବା ବେଳେ ସାଂସଦଙ୍କୁ ଠେଲିଦେଲା ପୋଲିସ 

ତେବେ ଏହାରି ମଧ୍ୟରେ ଆଜି ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଲଢିଥିବା ଆଇନଜୀବୀ ସୀମା କୁଶଓ୍ୱା ଆଜି ଉତ୍ତରପ୍ରଦେଶର ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି କି ହାଥରସ ପୀଡ଼ିତାଙ୍କ ପରିବାର ସଦସ୍ୟ ମୋତେ ଭେଟିବା ପାଇଁ ଚାହିଁଛନ୍ତି। ଝିଅକୁ ନ୍ୟାୟ ଦେବା ପାଇଁ ସେମାନେ ମୋତେ କୋର୍ଟରେ ଲଢିବାକୁ କହୁଛନ୍ତି। ମୁଁ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ଚାହୁଁଛି। କିନ୍ତୁ ପୋଲିସ ପ୍ରଶାସନ ମୋତେ ତାଙ୍କ ନିକଟକୁ ଛାଡ଼ୁନଥିବା ସୀମା ପ୍ରକାଶ କରିଛନ୍ତି। 

Add Zee News as a Preferred Source

 

ସେ ଆହୁରି ମଧ୍ୟ କହିଛନ୍ତି କି, ଗାଁ ମଧ୍ୟକୁ ପ୍ରବେଶ କରିଲେ ନ୍ୟାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବ ପୋଲିସ ଉପସ୍ଥିତ ପୋଲିସ କର୍ମୀ ଯୁକ୍ତି ବାଢିଛନ୍ତି। ପୋଲିସ ସୀମାଙ୍କୁ ଆହୁରି ମଧ୍ୟ କହିଛି କି  ପ୍ରଶାସନିକ ସ୍ତରର ବ୍ୟକ୍ତିବିଶେଷ ଗାଁକୁ କୌଣସି ବ୍ୟକ୍ତିଙ୍କୁ ଛାଡିବାକୁ ମନା କରିଥିବା ନେଇ ସୀମା କହିଛନ୍ତି। 

ସୂଚନାଯୋଗ୍ୟ ସୀମା ହେଉଛନ୍ତି ସେହି ଆଇନଜୀବୀ, ଯିଏ ୨୦୧୨ ମସିହାରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲା ଲଢିଥିଲେ। ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ଦିଲ୍ଲୀ ହାଇକୋର୍ଟ, ପଟିଆଲା ହାଉସ କୋର୍ଟ ବଳିଷ୍ଠ ଯୁକ୍ତି ମାଧ୍ୟମରେ ନିର୍ଭୟାଙ୍କୁ ନ୍ୟାୟ ଦେଇ ପାରିଥିଲେ। ତେବେ ସୀମା ଉତ୍ତରପ୍ରଦେଶ ପୋଲିସ ପ୍ରଶାସନଙ୍କୁ କଡ଼ା ଭର୍ତ୍ସନା ମଧ୍ୟ କରିଛନ୍ତି। 

 

About the Author