ଆତ୍ମନିର୍ଭରଶୀଳ ଭାରତକୁ ମିଳିବ ବଳ: ଚୀନକୁ ଆଉ ଏକ ଝଟକା, ଟିଭି ସାମଗ୍ରୀ ଆମଦାନୀ ଉପରେ ଲାଗିଲା କଟକଣା
Advertisement

ଆତ୍ମନିର୍ଭରଶୀଳ ଭାରତକୁ ମିଳିବ ବଳ: ଚୀନକୁ ଆଉ ଏକ ଝଟକା, ଟିଭି ସାମଗ୍ରୀ ଆମଦାନୀ ଉପରେ ଲାଗିଲା କଟକଣା

ଆତ୍ମନିର୍ଭରଶୀଳ ଭାରତକୁ ବଳଶାଳୀ କରିବା ଲକ୍ଷ୍ୟରେ ଚୀନ ସମେତ ଏସୀୟ ଦେଶରୁ ଟିଭି ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଯାଇଛି। 

ଆତ୍ମନିର୍ଭରଶୀଳ ଭାରତକୁ ମିଳିବ ବଳ: ଚୀନକୁ ଆଉ ଏକ ଝଟକା, ଟିଭି ସାମଗ୍ରୀ ଆମଦାନୀ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଚୀନ ସମେତ ଅନେକ ଦେଶରୁ ବିଭିନ୍ନ ଆକାରର ରଙ୍ଗ ଟେଲିଭିଜନ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରିଛନ୍ତି  କେନ୍ଦ୍ର ସରକାର । ଏପରି ଉତ୍ପାଦକୁ ଏକ ସୀମିତ ତାଲିକାରେ ସ୍ଥାନିତ କରିଛନ୍ତି। ଘରୋଇ ଉତ୍ପାଦନ ବୃଦ୍ଧି ତଥା ଅଣ ଅତ୍ୟାବଶ୍ୟକ ଦ୍ରବ୍ୟର ଆମଦାନୀ ହ୍ରାସ କରିବା ଲାଗି ଲକ୍ଷ୍ୟଧର୍ଯ୍ୟ କରାଯାଇଛି । ଯାହା ଦ୍ୱାରା ଚୀନ ଭଳି ଦେଶରୁ ଆସୁଥିବା ସାମଗ୍ରୀର ଭାରତୀୟ ବଜାରରେ ପ୍ରବେଶ ଉପରେ କଟକଣା ଲଗାଯାଇ ପାରିବ। 

ରଙ୍ଗୀନ ଟେଲିଭିଜନ ଆମଦାନୀ ଉପରେ ନିଷେଧାଦେଶ ସମ୍ପର୍କରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ରଙ୍ଗୀନ ଟିଭିର ଆଦମଦାନୀକୁ କଚକଣା ଲାଗୁ ହୋଇଥିବା ବର୍ଗରେ ସାମିଲ କରିଛନ୍ତି।

ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଥିବା ପ୍ରତିବନ୍ଧକ କାରଣରୁ ୩୬ ଏବଂ ୧୦୫ ସେମି ବିଶିଷ୍ଟ ଟିଭି ସେଟର ଆମଦାମୀ ପ୍ରଭାବିତ ହେବ। ପ୍ରତିବନ୍ଧିତ ବର୍ଗରେ ଥିବା କୌଣସି ଉତ୍ପାଦକୁ ଯଦି କେହି କିଣିବାକୁ ଯୋଜନା କରନ୍ତି, ତାଙ୍କୁ ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବ୍ୟାପର ମହାନିର୍ଦ୍ଦେଶାଳୟରୁ ଲାଇସେନ୍ସ ନେବାକୁ ହେବ ।

ଆତ୍ମନିର୍ଭରଶୀଳ ଭାରତ ମିଶନକୁ ବଢାଇବା ଲକ୍ଷ୍ୟ

ଟିଭି ସେଟ୍ ଆମଦାନୀ ଉପରେ ନିଷେଧାଦେଶ ଲଗାଇ ସରକାର ଆତ୍ମନିର୍ଭରଶୀଳ ଭାରତ ମିଶନକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରିଛନ୍ତି। ଯାହା ଦେଶର ଉତ୍ପାଦନ କ୍ଷମତା ବଢିବା ସହ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୋତ୍ସାହିତ କରିବ। ଭାରତରେ ଟିଭି ଇଣ୍ଡଷ୍ଟ୍ରିର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ। ଏହି ଇଣ୍ଡଷ୍ଟ୍ରିରେ ହେଉଥିବା କାରବାରର ୩୬ ପ୍ରତିଶତରୁ ଅଧିକ ମୁଖ୍ୟତ ଚୀନ ଏବଂ ଦକ୍ଷିଣ ପୂର୍ବ ଏସୀୟ ସହ ହୋଇଥାଏ । 

ଟିଭି ସେଟ୍  କାରବାର ସରକାର ରପ୍ତାନି ଆମଦାନୀ ନୀତିରେ ପରିବର୍ତ୍ତନ କରୁଛନ୍ତି, କାରଣ ଏହି ଆମଦାନୀ ବର୍ତ୍ତମାନ ଏସୀୟ ଦେଶରୁ ଭାରତ ଏଫଟିଏ ମାଧ୍ୟମରେ କମ୍ କିମ୍ବା ଶୂନ ଶୁଳ୍କ ମାଧ୍ୟମରେ ଭାରତ ଆସିଥାଏ। ଯାହାକୁ ବର୍ଦ୍ଧିତ ଶୁଳ୍କ ମାଧ୍ୟମରେ  ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ଆମଦାନୀ ନିଷେଧ ଭଳି କାର୍ଯ୍ୟ ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି। 

ବିଭିନ୍ନ ଆକାରର ସାଧାରଣ ଟିଭି ସେଟ୍ ବ୍ୟତୀତ ୬୩ ସେଣ୍ଟିମିଟରରୁ କମ ଏଲସିଡି ଟିଭି ସେଟର ଆମଦାନୀ ଉପରେ ଏହାର ପ୍ରଭାବ ଅନୁଭୂତ ହେବ । କାରଣ ଏପରି ଉତ୍ପାଦର ଆମଦାନୀକୁ ପ୍ରତିବନ୍ଧିତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।