ଦେଶରେ ଜାରି ରହିଛି ଭୂକମ୍ପ ଝଟକା, ଥରିଉଠିଲା ମହାରାଷ୍ଟ୍ରର ସତାରା
Advertisement

ଦେଶରେ ଜାରି ରହିଛି ଭୂକମ୍ପ ଝଟକା, ଥରିଉଠିଲା ମହାରାଷ୍ଟ୍ରର ସତାରା

ବିଗତ କିଛି ଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ଭୂକମ୍ପର ଝଟକା । 

ଦେଶରେ ଜାରି ରହିଛି ଭୂକମ୍ପ ଝଟକା, ଥରିଉଠିଲା ମହାରାଷ୍ଟ୍ରର ସତାରା

ମୁମ୍ବାଇ: ଚଳିତ ବର୍ଷ ଦେଶରେ ରେକର୍ଡ ସଂଖ୍ୟାକ ଭୂକମ୍ପ ଅନୁଭୂତ ହୋଇଛି । ଗତ ଫେବୃଆରରୁ ସମଗ୍ର ଦେଶରେ ଏତେ ମାତ୍ରାରେ ଭୂକମ୍ପ ରେକର୍ଡ କରାଯାଇଛି ଲୋକେ ଗୋଟିଏ ପରେ ଗୋଟିଏ ଭୂମିକମ୍ପର ଝଟକାକୁ ଅନୁଭବ କରୁଛନ୍ତି। ଉତ୍ତର-ପୂର୍ବ ରାଜ୍ୟ, ଦିଲ୍ଲୀ-ଏନସିଆର, ଜାମ୍ମୁ କାଶ୍ମୀର ଏବଂ ଆଣ୍ଡାମାନକୁ ଥରାଇବା ପରେ ଏବେ ଏହାର ପ୍ରକୋପ ମହାରାଷ୍ଟ୍ରରେ ଅନୁଭୂତ ହୋଇଛି। 

ଭୂପୃଷ୍ଠରୁ ୧୦ କମି ଗଭୀରତାରେ ରହିଛି କେନ୍ଦ୍ର 
ମହାରାଷ୍ଟ୍ରର ସତାରାରେ ରବିବାର ରାତି ୯ଟା ୩୩ ମିନିଟରେ ଏକ ହାଲୁକା ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି । ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ଭୂକମ୍ପରେ ମାଟି ଥରି ଉଠିବା ପରେ ଘରୁ ବାହାରକୁ ବାହାରି ଆସିଥିଲେ। ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ ।

ଜୁଲାଇ ୧୭-୧୮ ମଧ୍ୟରେ ଅନୁଭୂତ ହୋଇଛି ଅନେକ ଭୂକମ୍ପ 
ଏହା ପୂର୍ବରୁ ଜୁଲାଇ ୧୭ ଏବଂ ୧୮ ତାରିଖରେ କ୍ରମାଗତ ଭାବେ ଜାରି ରହିଥିଲା ଭୂକମ୍ପର ଝଟକା  ଘଟିଥିଲା । ଜୁଲାଇ ସତର ତାରିଖ ସକାଳୁ ଆରମ୍ଭ ହୋଇଥିବା ଏହି ସିରିଜ୍ ୧୮ ଜୁଲାଇ ସକାଳ ପର୍ଯ୍ୟନ୍ତ ଜାରି ରହିଲା । ଏହି ସମୟ ମଧ୍ୟରେ ଆସାମ, ମିଜୋରାମ ଏବଂ ଆଣ୍ଡାମାନର ମାଟି ଅନେକବାର ଥରି ଉଠିଥିଲା । ଅନୁଭୂତ ହୋଇଥିବା ଏହି ସମସ୍ତ ମଧ୍ୟମ ତୀବ୍ରତା ବିଶିଷ୍ଟ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪-୫ ରହିଥିଲା । ବାରମ୍ବାର ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ ।