ମହିଳାମାନଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ ହୋଇଥିଲେ ଆନନ୍ଦ ଗିରି, ଜାଣନ୍ତୁ ପୂରା ମାମଲା
Advertisement

ମହିଳାମାନଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ ହୋଇଥିଲେ ଆନନ୍ଦ ଗିରି, ଜାଣନ୍ତୁ ପୂରା ମାମଲା

ସିଡନୀରେ ଆନନ୍ଦ ଗିରି (Anand Girir) ଙ୍କୁ ଗିରଫ କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇର ଖବର ଅନୁଯାୟୀ ସିଡନୀ ପୋଲିସ କହିଥିଲା ଯେ ଆନନ୍ଦ ଗିରି ଦୁଇଥର ମହିଳାଙ୍କ ସହ ଅସଦାଚରଣ କରିଥିଲେ ।

ମହିଳାମାନଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ ହୋଇଥିଲେ ଆନନ୍ଦ ଗିରି, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: Sexual harassment allegations against Anand Giri: ଅଖିଲ ଭାରତୀ ଅଖରା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି (Mahant Narendra Giri) ଙ୍କ ସନ୍ଦେହଜନକ ମୃତ୍ୟୁରେ ଆନନ୍ଦ ଗିରି (Anand Giri) ଙ୍କୁ ଗିରଫ କରାଯାଇଛି । ଯଦିଓ ଏହା ଦେଶ ମଧ୍ୟରେ ଆନନ୍ଦ ଗିରିଙ୍କର ପ୍ରଥମ ଗିରଫ, କିନ୍ତୁ ମେ ୨୦୧୯ରେ ତାଙ୍କୁ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ କରାଯାଇଥିଲା । ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆ ପୋଲିସ ଆନନ୍ଦ ଗିରିଙ୍କୁ ଗିରଫ କରିଥିଲା । ଆନନ୍ଦ ଗିରିଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଦୁଇଜଣ ମହିଳାଙ୍କୁ ପୂଜା ପାଇଁ ଡାକିଥିଲେ ଓ ସେହି ସମୟରେ ସେମାନଙ୍କ ସହ ଅସଦାଚରଣ କରିଥିଲେ ।

ସିଡନୀରେ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇର ଖବର ଅନୁଯାୟୀ ସିଡନୀ ପୋଲିସ କହିଥିଲା ଯେ ଆନନ୍ଦ ଗିରି ଦୁଇଥର ମହିଳାଙ୍କ ସହ ଅସଦାଚରଣ କରିଥିଲେ । ଆନନ୍ଦଙ୍କ ଗିରି ଗିରଫ ହେବାର ସମ୍ପୂର୍ଣ୍ଣ ବିବରଣୀ ସ୍ପେଶାଲ ବ୍ରୋଡକାଷ୍ଟ ସର୍ଭିସ (SBS) ଦ୍ୱାରା ପ୍ରକାଶିତ ହୋଇଥିଲା । ଆନନ୍ଦ ଗିରି ୬ ସପ୍ତାହର ଆଧ୍ୟାତ୍ମିକ ଯାତ୍ରା ପରେ ଅଷ୍ଟ୍ରେଲିଆ ଛାଡିବାକୁ ଯାଉଥିଲେ, ସେତେବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା ।

fallback

ସେତେବେଳେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ପୋଲିସ କହିଛି ଯେ ଆନନ୍ଦ ଗିରି ରୁଟି ହିଲରେ ଥିବା ଏକ ଘରେ ୨୦୧୬ରେ ନୂଆ ବର୍ଷ ଅବସରରେ ହିନ୍ଦୁ ପୂଜାରେ ଯୋଗ ଦେଇଥିଲେ ଓ ସେଠାରେ ତାଙ୍କୁ ଜଣେ ୨୯ ବର୍ଷ ବୟସ୍କା ମହିଳାଙ୍କ ସହ ସାକ୍ଷାତ ହୋଇଥିଲା ।

ଅଭିଯୋଗ ହୋଇଛି ଯେ ସେହି ସମୟରେ ସେ ଶୋଇବା ଘରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ପୋଲିସ ସେମାନଙ୍କ ବିବୃତ୍ତିରେ କହିଛି ଯେ ଆନନ୍ଦ ଗିରି ଶୋଇବା ଘରେ ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଛନ୍ତି ।

fallback

ଏହା ବ୍ୟତୀତ ଗୋଟିଏ ଅଭିଯୋଗ ୨୦୧୮ର ରହିଛି । ଏହା ମଧ୍ୟ ରୁଚି ହିଲର ମାମଲା । ଏଠାରେ ମଧ୍ୟ ଆନନ୍ଦ ଗିରି ପୂଜାରେ ଯୋଗଦେବାକୁ ଆସିଥିଲେ ଓ ୩୪ ବର୍ଷ ବୟସ୍କା ମହିଳାଙ୍କ ସହ ଅସଦାଚରଣ କରିବାର ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ:-ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?

ପୋଲିସ କହିଥିଲା ଯେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ମହିଳାଙ୍କ ପ୍ରତି ଅସଦାଚରଣ ହେବାର ଆଶଙ୍କା ଥିବାରୁ ଆନନ୍ଦ ଗିରିଙ୍କୁ ଜାମିନ ପ୍ରଦାନ କରାଯାଇ ନଥିଲା । ତାଙ୍କୁ ପୋଲିସ ହେପାଜତରେ ରଖାଯାଇଥିଲା ।

ଜୁନ୍ ୨୬ରେ ଆନନ୍ଦ ଗିରିଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଉଭୟ ଅଭିଯୋଗକାରୀ 'ଯୋଗୀ'ର ପରିଚିତ ବୋଲି ପୋଲିସ କହିଛି । ସେତେବେଳେ ଆନନ୍ଦ ଗିରି ଭାରତ ସମେତ ଅନେକ ଦେଶରେ ଆଧ୍ୟାତ୍ମିକ ଓ ଯୋଗ କ୍ଲାସ ନେଉଥିଲେ । ଏହାସହ ସେହି ସମୟରେ ଆନନ୍ଦ ଗିରି ଯୋଗ ତନ୍ତ୍ରରେ ପିଏଚଡି କରୁଥିଲେ ।

fallback

୨୦୧୯ ସେପ୍ଟେମ୍ବର ୧୧ରେ ଅଖାଡ଼ା ପରିଷଦର ଜାତୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଅଷ୍ଟ୍ରେଲିଆରେ ଆନନ୍ଦ ଗିରିଙ୍କୁ ଜାମିନ ମିଳିବାର ପୃଷ୍ଟି କରିଥିଲେ । ଆନନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ନରେନ୍ଦ୍ର ଗିରି କହିଥିଲେ ।

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ଛାଡ଼ିବ ଫ୍ରାନ୍ସ? ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ମାକ୍ରୋନ

ଅଧିକ ପଢ଼ନ୍ତୁ:-ପିଏମ ମୋଦି ପହଞ୍ଚିଲେ ୱାଶିଂଟନ, ଜାଣନ୍ତୁ ତାଙ୍କର ଆଜିର କାର୍ଯ୍ୟକ୍ରମ ବିଷୟରେ...

ଅଧିକ ପଢ଼ନ୍ତୁ:-ଜାଣନ୍ତୁ, କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ନା ଧଳା ଲୁଣ