ପୁଣି ପାକିସ୍ତାନ ସେନାର ହେଲା ପର୍ଦ୍ଦାଫାଶ; କ୍ଷେପଣାସ୍ତ୍ର ପରୀକ୍ଷଣରେ ନଷ୍ଟ ହୋଇଗଲା ଘରଦ୍ୱାର
Advertisement

ପୁଣି ପାକିସ୍ତାନ ସେନାର ହେଲା ପର୍ଦ୍ଦାଫାଶ; କ୍ଷେପଣାସ୍ତ୍ର ପରୀକ୍ଷଣରେ ନଷ୍ଟ ହୋଇଗଲା ଘରଦ୍ୱାର

ଶାହୀନ-୩ ମିସାଇଲ ପରୀକ୍ଷଣ ସଫଳ ହୋଇଥିବା ନେଇ ଆଇଏସପିଆର ଯେତେ ଡେଙ୍ଗୁରା ପିଟୁଥିଲେ ମଧ୍ୟ ଏ ଘଟଣାର ପର୍ଦ୍ଦାଫାଶ ହୋଇଯାଇଛି। ଏହି ପରୀକ୍ଷଣ ବିଫଳ ହେବା କାରଣରୁ ଦେଶର ବେଲୁଚିସ୍ତାନ ପ୍ରଦେଶ ଅଧିନସ୍ଥ ଏକ ଜନବସତି ଅଞ୍ଚଳରେ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି।

ପୁଣି ପାକିସ୍ତାନ ସେନାର ହେଲା ପର୍ଦ୍ଦାଫାଶ; କ୍ଷେପଣାସ୍ତ୍ର ପରୀକ୍ଷଣରେ ନଷ୍ଟ ହୋଇଗଲା ଘରଦ୍ୱାର

ନୂଆଦିଲ୍ଲୀ: ସାମରିକ ଶକ୍ତି ବଢାଇବା ପାଇଁ ଭୂପୃଷ୍ଠରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଶାହୀନ-୩ ନାମକ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଥିବା ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହାକୁ ଖାରଜ କରି ବିଦ୍ରୋହୀ ବାଲୁଚ ନେତା କହିଛନ୍ତି ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହେବା ସହ ଏକ ଜନବସତି ଅଞ୍ଚଳରେ ଥିବା ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି।  

ଗତ ବୁଧବାର ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ଦାବି ଅନୁସାରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷମତାସମ୍ପନ୍ନ ଶାହୀନ-୩ ନାମକ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୭୫୦ କିଲୋମିଟର ରହିଛି।           

ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ହେବାର କିଛି ସମୟ ପରେ ପାକିସ୍ତାନୀ ସେନାର ପ୍ରଚାର ଶାଖା ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ-ଆଇଏସପିଆର (Inter Services Public Relations-ISPR) ପକ୍ଷରୁ କୁହାଯାଇଛି ଏହି ମିସାଇଲର ବିଭିନ୍ନ ଡିଜାଇନ୍ ଏବଂ ବୈଷୟିକ ମାନଦଣ୍ଡକୁ ପୁନ ବିକିଶତ କରିବା ଉଦ୍ଦେଶ୍ୟରେ ପୁନର୍ବାର କରାଯାଇଥିବା ଶାହୀନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି।

fallback

Also Read: ହାର୍ପୁନ ମିସାଇଲ ଘେରରେ ଚୀନ-ପାକିସ୍ତାନ!

ଶାହୀନ-୩ ମିସାଇଲ ପରୀକ୍ଷଣ ସଫଳ ହୋଇଥିବା ନେଇ ଆଇଏସପିଆର ଯେତେ ଡେଙ୍ଗୁରା ପିଟୁଥିଲେ ମଧ୍ୟ ଏ ଘଟଣାର ପର୍ଦ୍ଦାଫାଶ ହୋଇଯାଇଛି। ଏହି ପରୀକ୍ଷଣ ବିଫଳ ହେବା କାରଣରୁ ଦେଶର ବେଲୁଚିସ୍ତାନ ପ୍ରଦେଶ ଅଧିନସ୍ଥ ଏକ ଜନବସତି ଅଞ୍ଚଳରେ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି। ପରୀକ୍ଷଣ ସମୟରେ ଶାହୀନ-୩ ବାଲାଷ୍ଟିକ ମିସାଇଲ ଏକ ଜନବସତି ଅଞ୍ଚଳରେ ଖସି ପଡିବାରୁ ଅନେକ ଲୋକ ଆହତ ହୋଇଛନ୍ତି।  

Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

 

 

ଏନେଇ ବେଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବାଲୁଚ ରିପବ୍ଲିକାନ ପାର୍ଟି-ବିଆରପି (Baloch Republican Party-BRP) ପକ୍ଷରୁ କୁହାଯାଇଛି ସଦ୍ୟ ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ମିସାଇଲ ପରୀକ୍ଷଣ ଡେରା ଗାଜି ଖାନ ଅଧିନସ୍ଥ ରାଖି ଅଞ୍ଚଳରେ କରାଯାଇଥିଲା।  ହେଲେ ଏହା ପରୀକ୍ଷା ସମୟରେ ଡେରା ବୁଗତି ମାଟ ଅଞ୍ଚଳରେ ଅବସ୍ଥିତ ଏକ ଜନବସତିରେ ଖସିପଡିଥିଲା।    

Also Read: ଚୀନ ସୀମାରେ ୩ ବିଧ୍ୱଂସକ କ୍ଷେପଣାସ୍ତ୍ର ମୁତୟନ, ଶତ୍ରୁକୁ ମିଳିବ କଡ଼ା ଜବାବ

 

ଏନେଇ ବିଆରପି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ପାକିସ୍ତାନୀ ସୁରକ୍ଷା ବାହିନୀ ଗତକାଲି ରାତିରେ ସେମାନଙ୍କର ସମସ୍ତ ପୋଷ୍ଟକୁ ସ୍ଥାନାନ୍ତର କରିଥିଲା। ହେଲେ ଏହି କ୍ଷେପଣାସ୍ତ୍ର ସେଠାକାର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ବିସ୍ଫୋରିତ ହୋଇଥିଲା। ଏହି ବିସ୍ଫୋରଣରେ ଅନେକ ଘର ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି।

 

ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଶାହୀନ୍ କ୍ଷେପଣାସ୍ତ୍ର ପରୀକ୍ଷଣରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟ ନିଆଯାଇ ନାହିଁ। ବାଲୁଚ ନେତା ଫାଜିଲା ବାଲୋଚ କହିଛନ୍ତି ୧୯୯୮ ମସିହାରେ ଚାଗି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କାରଣରୁ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ।