ଅକ୍ଷୟ କୁମାର ୨୫ କୋଟି ପିଏମ କେୟାର ଫଣ୍ଡକୁ ଦେବା ପରେ ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କୁ ଟାର୍ଗେଟ କରାଯାଇଥିଲା । ଏବେ ଶାହରୁଖ ଖାନ ମଧ୍ୟ କୋଭିଡ-19ର ଲଢେଇରେ ସାମିଲ ହୋଇଛନ୍ତି । ସେ ପିଏମ କେୟାର ଫଣ୍ଡ ସହ ଅନ୍ୟ ଆହୁରି ସାହାଯ୍ୟର ଘୋଷଣା କରିଛନ୍ତି । ତାଙ୍କ ଫିଲ୍ମ ପ୍ରୋଡକସନ କମ୍ପାନୀ ରେଡ ଚିଲିଜ ତରଫରୁ ଏହି ଟ୍ୱିଟ କରାଯାଇଛି ।
Trending Photos
)
ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ନେତା, ଉଦ୍ୟୋଗପତି ଓ ବଲିଉଡର ବିଭିନ୍ନ କଳାକାର ସାହାଯ୍ୟର ହାତ ବଢାଇଛନ୍ତି । ଆଉ ସେମାନେ କୋରୋନା ମୁକାବିଲା ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାର ଘୋଷଣା ମଧ୍ୟ କରି ସାରିଛନ୍ତି । ଏହି ତାଲିକାରେ ଏବେ ଶାହରୁଖ ଖାନ ବା ବଲିଉଡର ବାଦଶାହଙ୍କ ନାଁ ମଧ୍ୟ ଯୋଡ଼ି ଯାଇଛି । ଶାହରୁଖ ଖାନ ଟ୍ୱିଟ କରି କହିଛନ୍ତି ଯେ ସେ କିପରି କୋରୋନା ମୁକାବିଲା ପାଇଁ ସାହାଯ୍ୟ କରିବେ ।
ଅକ୍ଷୟ କୁମାର ୨୫ କୋଟି ପିଏମ କେୟାର ଫଣ୍ଡକୁ ଦେବା ପରେ ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କୁ ଟାର୍ଗେଟ କରାଯାଇଥିଲା । ଏବେ ଶାହରୁଖ ଖାନ ମଧ୍ୟ କୋଭିଡ-19ର ଲଢେଇରେ ସାମିଲ ହୋଇଛନ୍ତି । ସେ ପିଏମ କେୟାର ଫଣ୍ଡ ସହ ଅନ୍ୟ ଆହୁରି ସାହାଯ୍ୟର ଘୋଷଣା କରିଛନ୍ତି । ତାଙ୍କ ଫିଲ୍ମ ପ୍ରୋଡକସନ କମ୍ପାନୀ ରେଡ ଚିଲିଜ ତରଫରୁ ଏହି ଟ୍ୱିଟ କରାଯାଇଛି ।
In these times it’s imp to make everyone around u working tirelessly for u.. not related to u.. perhaps even unknown to u... to feel they are not alone and by themselves. Let’s just make sure we all do our little bit to look after each other. India and all Indians are One Family. https://t.co/LWz4wQGaPe
— Shah Rukh Khan (@iamsrk) April 2, 2020
ଟ୍ୱିଟ କରି ଲେଖିଛି ଯେ କୋଲକାତା ନାଇଟ ରାଇଡର୍ସର କୋ-ଅନର ଶାହରୁଖ ଖାନ, ଗୌରୀ ଖାନ, ଜୁହି ଚାୱଲା ମେହତା ଓ ଜୟ ମେହତା ପିଏମ କେୟାର୍ସ ଫଣ୍ଡରେ ଯୋଗଦାନ କରିବାର ସକଳ୍ପ ନେଇଛନ୍ତି । ଏହାସହ ରେଡ ଚିଲଜର ମାଲିତ ଗୌରୀ ଖାନ ଓ ଶାହରୁଖ ଖାନ ମହାରାଷ୍ଟ୍ରର ସିଏମ ରିଲିଫ ଫଣ୍ଡରେ ମଧ୍ୟ ଯୋଗଦାନ କରିବାର ସକଳ୍ପ ନେଇଛନ୍ତି ।