କାଲି ଦେଶଭକ୍ତ, ଆଜି ଦେଶଦ୍ରୋହୀ!
Advertisement

କାଲି ଦେଶଭକ୍ତ, ଆଜି ଦେଶଦ୍ରୋହୀ!

ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ଅକ୍ଷୟ କୁମାର. ଟ୍ୱିଟରେ ଟ୍ରେଣ୍ଡ କରୁଛି #ShameOnUAkshayKumar.

 

କାଲି ଦେଶଭକ୍ତ, ଆଜି ଦେଶଦ୍ରୋହୀ!

ନୂଆଦିଲ୍ଲୀ: ବଏକଟ୍ ଲକ୍ଷ୍ମୀ ବମ୍ ପୂର୍ବରୁ ବି ଅକ୍ଷୟ କୁମାରଙ୍କୁ ଟ୍ରୋଲ କରାଯାଇଥିଲା. ଡ୍ରଗ୍ସ ଲିଙ୍କ୍ ମାଲାରେ ବଲିଉଡର ସମସ୍ତ କଳାକାରଙ୍କୁ ଅଭିଯୁକ୍ତ ସଜାଇବା ଅନୁଚିତ ବୋଲି କହିଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା. ଏହି ଦୀପାବଳି ଅବସରରେ ଲକ୍ଷ୍ମୀ ବୋମା ମୁକ୍ତ କରାଯିବ. ଏହା ପୂର୍ବରୁ ପୁଣି ଅକ୍ଷୟ କୁମାରଙ୍କୁ ପୁଣି ଟାର୍ଗେଟ କରାଯାଇଛି.

ବର୍ତ୍ତମାନ ସୋସିଆଲ ମିଡିଆରେ #ShameOnUAkshayKumar, #BoycottLaxmmiBomb ଟ୍ରେଣ୍ଟ କରୁଛି. ଫିଲ୍ମରେ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଛି. ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ ଆସିଫ ଓ କିଆରା ଆଡଭାନୀ ପ୍ରିୟା ଭୂମିକାରେ ଅଭିନୟ କରୁଛନ୍ତି. ଦୁହିଁଙ୍କ ଧର୍ମ ଅଲଗ ଅଲଗା ଥିବାରୁ ଏହା ଲଭ ଜିହାଦକୁ ପ୍ରତ୍ସାହନ ଦେଉଛି ବୋଲି କିଛି ସଙ୍କୁଚିତ ମାନସିକତାର ବ୍ୟକ୍ତିଙ୍କ ବିଶ୍ୱାସ ରହିଛି.

ଟ୍ୱିଟରରେ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହା ଠିକ୍ କି? ଫିଲ୍ମ 'ଲକ୍ଷ୍ମୀ ବମ୍'ର ନାମ କ’ଣ ହେବ ଏବଂ ଏହା ଦୀପାବଳି ଅବସରରେ ରିଲିଜ ହେବ. ଫିଲ୍ମ ଚରିତ୍ରର ନାମ ଆସିଫ ହେବ, ଅଭିନେତ୍ରୀଙ୍କ ନାମ ପ୍ରିୟା ହେବ, ଏହି ଲୋକମାନେ କାହିଁକି ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଛନ୍ତି? ଆପଣ କେଉଁ ପ୍ରକାର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି? 'ଲକ୍ଷ୍ମୀ ବମ୍'କୁ ପ୍ରତିରୋଧ କର।

ସେହିପରି ଆଉ ଜଣେ ଲେଖିଛନ୍ତି,' ମୁଁ ଲକ୍ଷ୍ମୀ ବମ୍ ନିର୍ମାତାଙ୍କଠୁ ଜାଣିବାକୁ ଚାହେଁ, ଫିଲ୍ମର ଚରିତ୍ର କାହିଁକି ରାଘବରୁ ଆସିଫକୁ ପରିବର୍ତ୍ତିତ ହେଲା?' ଏପରି ଅନେକ ଲୋକ ନାନା ପ୍ରକାରର ଟ୍ୱିଟ କରିବା ସହ ମିମ୍ସ ମାନ ସେୟାର କରୁଛନ୍ତି. କିଛି ଲୋକ ଅକ୍ଷୟଙ୍କ ସପକ୍ଷରେ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି. ଅକ୍ଷୟ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ଆପତ୍ତି ବେଳେ ସାହାଯ୍ୟ କରୁଥିଲେ, ସେତେବେଳେ ସେ ଦେଶ ଭକ୍ତି ଥିଲେ, ଆଉ ଆଜି କେମିତି ଦେଶଦ୍ରୋହୀ ହୋଇଗଲେ?  

ଉଲ୍ଲେଖଯୋଗ୍ୟ ଯେ, ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷଯଙ୍କ ପୂରାତନ ଭୂମିକାର ନାମ ହେଉଛି 'ରାଘବ'. କିନ୍ତୁ ପରବର୍ତ୍ତି ସମୟରେ ଏହାକୁ ପରିବର୍ତ୍ତନ କରାଯାଇଛି.  ଲକ୍ଷ୍ମୀ ବମ୍ ଏହି ଦିପାବଳୀ ଅବସରରେ ମୁକ୍ତିଲାଭ କରିବ. ଏହା ଏକ ଥ୍ରୀଲର-କମେଡି ଫିଲ୍ମ. ଏଥିରେ ଅକ୍ଷୟ ଜଣେ ଟ୍ରାନ୍ସଜେଣ୍ଡର ଭାବେ ନଜର ଆସିବେ.