ବୟଫ୍ରେଣ୍ଡ ସହ ମିଶି ଏପରି କାମ କଲେ ଆଲିଆ, ବାପା ଶିଖର ଧାୱନ ବି ଖୁସ୍
Advertisement
Article Detail0/zeeodisha/odisha719343

ବୟଫ୍ରେଣ୍ଡ ସହ ମିଶି ଏପରି କାମ କଲେ ଆଲିଆ, ବାପା ଶିଖର ଧାୱନ ବି ଖୁସ୍

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦ ବର୍ଷୀୟ ଆଲିଆ ନିଜ ସଉକ ପାଇଁ ଚୁଟି କାଟିନାହାଁନ୍ତି । ଏକ ମହତ ଉଦ୍ଦେଶ୍ୟ ରଖି ସେ ଚୁଟି କାଟିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କ୍ରିକେଟର ଶିଖର ଧାୱନ (Shikhar Dhawan)ଙ୍କୁ  କ୍ରିକେଟ ଫ୍ୟାନ୍ସ ବେଶ ପସନ୍ଦ କରିଥାନ୍ତି । ଶିଖରଙ୍କ ବ୍ୟାଟି ଯେମିତି, ଷ୍ଟାଇଲ ବି ସେମିତି । ପଡ଼ିଆରେ ଅନେକ ଥର ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓ ଦର୍ଶକଙ୍କ ମନ ଜିଣିଛନ୍ତି । ଯେତେବେଳେ ଶିଖର ଏମିତି, ଥରେ ଭାବନ୍ତୁ ତାଙ୍କ ପରିବାର ସଦସ୍ୟ କେତେ ଷ୍ଟାଇଲିଷ୍ଟ ହୋଇନଥିବେ । ନିଜ ପରିବାର ସହ ଅନେକ ସମୟ ବିତାଇଥାନ୍ତି ଧାୱନ । ଏପରିକି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ସବୁ ସେୟାର କରିଥାନ୍ତି । 

ଏବେ ଶିଖର ଧାୱନଙ୍କ ଝିଅ ଆଲିଆ ଧାୱନ (Aliyah Dhawan)ଙ୍କୁ ନେଇ ବେଶ ଚର୍ଚ୍ଚା । ସୋସିଆଲ ମିଡିଆରେ ଆଲିଆଙ୍କ ଏକ ଫଟୋକୁ ସମସ୍ତେ ବେଶ୍ ପସନ୍ତ କରୁଛନ୍ତି । ଏହି ଚର୍ଚ୍ଚା ଏଇଥିପାଇଁ ଯେ, ଶିଖର ଧାୱନଙ୍କ ଝିଅ ଆଲିଆ ନିଜ ବୟଫ୍ରେଣ୍ଡ ସହ ମିଶି ମୁଣ୍ଡର ଚୁଟି କାଟିଛନ୍ତି । ଆଉ ଏହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦ ବର୍ଷୀୟ ଆଲିଆ ସଉକ ପାଇଁ ଚୁଟି କାଟିନଥିଲେ । ଏକ ମହତ ଉଦ୍ଦେଶ୍ୟ ରଖି ସେ ଚୁଟି କାଟିଛନ୍ତି । କ୍ୟାନସର ରୋଗୀଙ୍କ ସହଯୋଗ ଏବଂ ଏମାନଙ୍କ ପାଇଁ ଫଣ୍ଡ ଯୋଗାଡ଼ ଉଦ୍ଦେଶ୍ୟରେ ଏମିତି କରିଛନ୍ତି ଆଲିଆ । 

ତେବେ ଶିଖର ଧାୱନ ଏବଂ ତାଙ୍କ ପତ୍ନୀ ଆୟଶା ଧାୱନ ମଧ୍ୟ ନିଜ ଝିଅର ଏହି ଫଟୋକୁ ସେୟାର କରିଛନ୍ତି । ଶିଖର ଏହା ମଧ୍ୟ ଲେଖିଛନ୍ତି, ଝିଅର ଏପରି କାମରେ ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି । 

ସେହିପରି ପରିବାର ସାଥ୍ ଦେଇଥିବାରୁ ଝିଅ ଆଲିଆ ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି । ସେହିପରି ନିଜ ବୟଫ୍ରେଣ୍ଡ ଜକାରୀ କୈସଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏଠାରେ ଆପଣଙ୍କ କହିରଖୁଛି, ଆଲିଆ ନିଜ ସ୍କୁଲ ଫ୍ରେଣ୍ଡ ଜକାରୀ କୈସଙ୍କୁ ଏବେ ଡେଟ କରୁଛନ୍ତି । ବଡ଼ କଥା ହେଉଛି, ଏବେ କେବଳ କ୍ୟାନସର ପୀଡ଼ିତଙ୍କ ପାଇଁ ଫଣ୍ଡ ଯୋଗାଡ଼ ଓ ସଚେତନତା କାମରେ ନିଜକୁ ନିୟୋଜିତ କରିଛନ୍ତି ଆଲିଆ । 

ସୂଚନାଯୋଗ୍ୟ, ୨୦୧୨ ମସିହାରେ ଆୟଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ ଧାୱନ । ଶିଖରଙ୍କ ସହ ଆୟଶାଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ପ୍ରଥମ ବିବାହରେ ଆୟଶାଙ୍କ ଦୁଇ ଝିଅ ଅଛନ୍ତି । ଉଭୟ ଝିଅ ଆଲିଆ ଓ ରିଆ ଏବେ ଶିଖର ଧାୱନ ଓ ଆୟଶା ଧାୱନଙ୍କ ସହ ରହୁଛନ୍ତି ।  

;