ବିଭାଗ ବଣ୍ଟନ କଲେ ଶିବରାଜ, ଯଶୋଧରା ରାଜେଙ୍କୁ ମିଳିଲା...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପାଖରେ ଲୋକ ପ୍ରଶାସନ, ଜନସମ୍ପର୍କ, ନର୍ମଦା ବିକାଶ ଏବଂ ବିମାନ ଚଳାଚଳ ବିଭାଗ ଇତ୍ୟାଦି ରଖିଛନ୍ତି ।

ବିଭାଗ ବଣ୍ଟନ କଲେ ଶିବରାଜ, ଯଶୋଧରା ରାଜେଙ୍କୁ ମିଳିଲା...
ଫାଇଲ ଫଟୋ

ଭୋପାଲ: ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କଲେ ଶିବରାଜ ସରକାର । ଦଳର ବରିଷ୍ଠ ନେତ୍ରୀ ଯଶୋଧରା ରାଜେଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ମିଳିଛି । ଏହାସହ ବୈଷୟିକ ଶିକ୍ଷା ଓ କୌଶଳ ବିକାଶ ବିଭାଗର ମଧ୍ୟ ଦାୟିତ୍ୱ ସେ ତୁଲାଇବେ । ସେହିପରି ଶିବରାଜ କ୍ୟାବିନେଟରେ ସିନ୍ଧିଆ କ୍ୟାମ୍ପର ମନ୍ତ୍ରୀଙ୍କ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି । 

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପାଖରେ ଲୋକ ପ୍ରଶାସନ, ଜନସମ୍ପର୍କ, ନର୍ମଦା ବିକାଶ ଏବଂ ବିମାନ ଚଳାଚଳ ବିଭାଗ ଇତ୍ୟାଦି ରଖିଛନ୍ତି । ସେହିପରି ଅନ୍ୟ ସମସ୍ତ ବିଭାଗ, ଯେଉଁ ବିଭାଗରେ କୌଣସି ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇନାହିଁ, ସେସବୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ । 

ତେବେ ଡାଃ ନରୋତ୍ତମ ମିଶ୍ରଙ୍କ ହାତରେ ଗୃହ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ଜେଲ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ୱ ମଧ୍ୟ ସେ ତୁଲାଇବେ । ଅନ୍ୟପଟେ ବନ ବିଭାଗର ଦାୟିତ୍ୱ ବିଜୟ ଶାହଙ୍କୁ ଦିଆଯାଇଛି । 

ଗୋପାଳ ଭାର୍ଗବଙ୍କୁ ଲୋକ ନିର୍ମାଣ, କୁଟୀର ଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ବିଭାଗ ମିଳିଛି । ତୁଲସୀ ରାମ ସିଲାବନଙ୍କୁ ଦଳ ସମ୍ପଦ ଏବଂ ମତ୍ସ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି । ଜଗଦୀଶ ଦେୱଡ଼ାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ୱ ମିଳିଛି । ଅନ୍ୟପଟେ ଡାକ୍ତର ମୋହନ ଯାଦବଙ୍କ ହାତରେ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଇଛି । 

 ହରଦୀପ ସିଂହ ଡଙ୍ଗଙ୍କୁ ପରିବେଶ ବିଭାଗ ଦିଆଯାଇଛି । ନୂତନ ଓ ଅସରନ୍ତି ଶକ୍ତି ବିଭାଗର ଦାୟିତ୍ୱ ମଧ୍ୟ ସେ ତୁଲାଇବେ ।