ନିକଟରେ ଅଖତର ସୋସିଆଲ ମିଡିଆରେ ହେଲୋ ଆପରେ ଖୁଲାସା କରିଥିଲେ । ସେ କହିଥିଲେ ଯେ, ୨୦୦୪ରେ ସେହୱାଗଙ୍କ ସହ ମୁଲ୍ତାନ ଟେଷ୍ଟରେ କିଛି ଘଟଣା ଘଟି ନଥିଲା ।
Trending Photos
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କୁ ଟ୍ରୋଲ କଲା ଆଇସିସି । ଶୋଏବ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିବା ପାଇଁ ଟ୍ୱିଟରରେ ଏକ ମନ୍ତବ୍ୟ ଦେଇଛନ୍ତି । ଆଉ ଲେଖିଛନ୍ତି ଯେ, ଆଜି ବି ମୁଁ ଏହି ବ୍ୟାଟ୍ସମ୍ୟାନଙ୍କୁ ୩ଟି ବିପଜ୍ଜନକ ବାଉନ୍ସର କରିବି ଓ ସେମାନଙ୍କୁ ଚତୁର୍ଥ ବଲରେ ଆଉଟ କରିଦେବି । ଅଖତରଙ୍କ ଏହି ମନ୍ତବ୍ୟ ପରେ ଆଇସିସି ତାଙ୍କୁ ଏକ ମଜାଳିଆ ଟ୍ୱିଟ୍ କରି ଟ୍ରୋଲ କରିଥିଲା । ଆଇସିସି ଆମେରିକାର ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ ୨ଟି ଫଟୋ ଟ୍ୱିଟରରେ ସେୟାର କରିଛି । ଗୋଟିଏ ଫଟୋରେ ଜୋର୍ଡାନ ତଳକୁ ଚାହିଁଥିବା ବେଳେ ଅନ୍ୟ ଫଟୋରେ ସେ ହସୁଛନ୍ତି । ଆଇସିସି ଏହି ୨ଟି ଫଟୋ ସେୟାର କରି ଅଖତରଙ୍କୁ ଜୋରଦାର ଟ୍ରୋଲ କରିଥିଲା । ଆଇସିସିର ଏହି ଟ୍ରୋଲ ପରେ ପ୍ରଶଂସକମାନେ ଅନେକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ବ୍ୟାଟ୍ସମ୍ୟାନମାନେ ତାଙ୍କ ବାଉନ୍ସରରେ ଚୌକା ମାରୁଛନ୍ତି ।
Even today, 3 hurting bouncers and i can dismiss @stevesmith49 on the 4th ball. Lol https://t.co/6vvmrfFHNK
— Shoaib Akhtar (@shoaib100mph) May 11, 2020
ନିକଟରେ ଅଖତର ସୋସିଆଲ ମିଡିଆରେ ହେଲୋ ଆପରେ ଖୁଲାସା କରିଥିଲେ । ସେ କହିଥିଲେ ଯେ, ୨୦୦୪ରେ ସେହୱାଗଙ୍କ ସହ ମୁଲ୍ତାନ ଟେଷ୍ଟରେ କିଛି ଘଟଣା ଘଟି ନଥିଲା । ସେହୱାଗଙ୍କ ଦ୍ୱାରା କୁହାଯାଇଥିବା ସବୁକିଛି ମିଛ ଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ସେହୱାଗ ଅନେକ ଥର କହିଛନ୍ତି ଯେ, ମୁଲ୍ତାନ ଟେଷ୍ଟ ମ୍ୟାଚ ସମୟରେ ସେ ମୋତେ ଏକ ଶର୍ଟ ବଲ ଫିଙ୍ଗି ଏକ ହୁକ ସଟ ମାରିବାକୁ ଉସୁକାଇ ଥିଲେ । ସେତେବେଳେ ମୁଁ କହିଲି ଯେ ନନ୍ ଷ୍ଟ୍ରାଇକରେ ବାପା ଠିଆ ହୋଇଛନ୍ତି । ତାଙ୍କୁ ଏକ ଶର୍ଟ ବଲ ଫିଙ୍ଗି ଦେଖା । ତା’ପରେ ତେନ୍ଦୁଲକର ଅଖତରଙ୍କ ଶର୍ଟ ବଲରେ ଚୌକା ମାରିଥିଲେ । ତା’ପରେ ସେହୱାଗ କହିଥିଲେ ଯେ ବାପ୍-ବାପ୍ ହୋତା ହେ ବେଟା-ବେଟା ।