କର୍ଣ୍ଣାଟକ ବିଜେପିକୁ ଝଟକା, ୟେଦୁରପ୍ପାଙ୍କ ପସନ୍ଦର ଓଲଟା ରାଜସଭା ପ୍ରାର୍ଥୀ

କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାବଳ ବିଷୟରେ କହିବାକୁ ଗଲେ କଂଗ୍ରେସ ସହଜରେ ଗୋଟିଏ ଟି ସିଟ୍ ହାସଲ କରିବ । ଯେଉଁଠାରେ ବିଜେପିକୁ ୨ଟି ସିଟ ମିଳିବ ।

କର୍ଣ୍ଣାଟକ ବିଜେପିକୁ ଝଟକା, ୟେଦୁରପ୍ପାଙ୍କ ପସନ୍ଦର ଓଲଟା ରାଜସଭା ପ୍ରାର୍ଥୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପାଙ୍କୁ ଚକିତ କରି ବିଜେପି ହାଇକମାଣ୍ଡ ଏର୍ନା କାଡାଡି ଓ ଅଶୋକ ଗସ୍ତିଙ୍କୁ ମୈଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜେପିର ରାଜ୍ୟ ୟୁନିଟ୍ ଅତୀତରେ ରାଜ୍ୟସଭା ନିର୍ବାଚନ ପାଇଁ ୩ଟି ନାଁର ପ୍ରସ୍ତାବ ଦେଇଥିଲା । ଯେଉଁଥିରେ ପ୍ରକାଶ ଶେଟ୍ଟୀ, ପ୍ରଭାକର କୋରେ ଏବଂ ରମେଶ କଟ୍ଟୀଙ୍କ ନାଁ ସାମିଲ ଥିଲା । କିନ୍ତୁ ହାଇକମାଣ୍ଡ ଏହି ନାଁକୁ ଅଣଦେଖା କରି ଅପ୍ରତ୍ୟାଶିତ ଭାବରେ ୨ ନୂଆ ଚେହେରାକୁ ଟିକେଟ୍ ଦେଇଛନ୍ତି ।

ବିଜେପିର ରାଜ୍ୟ ୟୁନିଟ୍ ଦ୍ୱାରା ପରାମର୍ଶ ଦିଆଯାଇଥିବା ନାଁ ମଧ୍ୟରେ ପ୍ରକାଶ ଶେଟ୍ଟୀ ଜଣେ ବ୍ୟବସାୟୀ ଥିବାବେଳେ ପ୍ରଭାକର କୋରେ ବର୍ତ୍ତମାନର ରାଜସଭା ସଦସ୍ୟ ଅଛନ୍ତି । ଅନ୍ୟପକ୍ଷେ ରମେଶ କଟ୍ଟୀ ହେଉଛନ୍ତି ବର୍ତ୍ତମାନ ବିଧାୟକ ଉମେଶ କଟ୍ଟୀଙ୍କ ଭାଇ ।

କର୍ଣ୍ଣାଟକ ବିଜେପି ୟୁନିଟ୍ ଦ୍ୱାରା ପ୍ରସ୍ତାବିତ ୩ଟି ନାମ ମଧ୍ୟରୁ ଦୁଇଟି (ପ୍ରଭାକର କୋରେ ଏବଂ ପ୍ରକାଶ ଶେଟ୍ଟୀ) ଟିକେଟ୍ ଦିଆଯାଇପାରେ ବୋଲି ଅନୁମାନ କରାଯାଉଥିଲା ।

କର୍ଣ୍ଣାଟକରେ ୪ଟି ଆସନ ଉପରେ ହେବ ନିର୍ବାଚନ 

କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାବଳ ବିଷୟରେ କହିବାକୁ ଗଲେ କଂଗ୍ରେସ ସହଜରେ ଗୋଟିଏ ଟି ସିଟ୍ ହାସଲ କରିବ । ଯେଉଁଠାରେ ବିଜେପିକୁ ୨ଟି ସିଟ ମିଳିବ ।

ଚତୁର୍ଥ ଆସନ ପାଇଁ ଲଢ଼େଇ ହେବାର ଆଶା ଅଛି, କିନ୍ତୁ ଯଦି ଜେଡିଏସ୍ ଓ କଂଗ୍ରେସ ସମାନ ପ୍ରାର୍ଥୀଙ୍କ ଉପରେ ବାଜି ଲଗାନ୍ତି । ତେବେ ଏହି ସିଟ୍ ମଧ୍ୟ ସେମାନଙ୍କ ଖାତାକୁ ଯାଇପାରିବ ।