Shocking News: ପାଣିରେ ବୁଡି କୁମ୍ଭୀର ମୃତ
Advertisement
Article Detail0/zeeodisha/odisha1033714

Shocking News: ପାଣିରେ ବୁଡି କୁମ୍ଭୀର ମୃତ

ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ବାସ୍ତବରେ ଏଭଳି ଘଟଣା ଘଟିଛି। ହୁଏତଃ ଏହି ଘଟଣାକୁ ବିଶ୍ୱାସ କରିବା ସହଜ ହୋଇନଥାଇ ପାରେ ମାତ୍ର ଚୀନ ଏକ  ପ୍ରଜନନ କେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଘଟଣା ବର୍ତ୍ତମାନ ଚହଳ ସୃଷ୍ଟି କରିଛି।      ଦେଶର ରାଷ୍ଟ୍ରୀୟ ଗଣମାଧ୍ୟମ (Chinese S

Shocking News: ପାଣିରେ ବୁଡି କୁମ୍ଭୀର ମୃତ

ବେଜିଂ: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ବାସ୍ତବରେ ଏଭଳି ଘଟଣା ଘଟିଛି। ହୁଏତଃ ଏହି ଘଟଣାକୁ ବିଶ୍ୱାସ କରିବା ସହଜ ହୋଇନଥାଇ ପାରେ ମାତ୍ର ଚୀନ ଏକ  ପ୍ରଜନନ କେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଘଟଣା ବର୍ତ୍ତମାନ ଚହଳ ସୃଷ୍ଟି କରିଛି।     

ଦେଶର ରାଷ୍ଟ୍ରୀୟ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦେଶ (China) ଗ୍ୱାଙ୍ଗଝି ପ୍ରଦେଶ (Guangxi Zhuang) ଠାରେ ଅବସ୍ଥିତ ଫାର୍ମରେ ଏକ କୁମ୍ଭୀର (Crocodile Farm) ପାଣିରେ ବୁଡି଼ ପ୍ରାଣ ହରାଇଛି। ଏହି ଖବର ପଦାକୁ ଆସିବା ପରେ ଏହା ସ୍ଥାନୀୟ ଗଣମାଧ୍ୟମରେ ଖୁବ ଦ୍ରୁତ ବେଗରେ ବ୍ୟାପିଯାଇଥିଲା। ଏଭଳି ଘଟଣା ସମ୍ପର୍କରେ ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇପଡି଼ଥିଲେ।

Also Read: ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip

ଏହି ଘଟଣାରେ ପ୍ରତିକ୍ରିୟା ରଖି ସେହି ଫାର୍ମରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି ମୃତକ କୁମ୍ଭୀର ଏକ ଭୟାତୁର କୁମ୍ଭୀର ଥିଲା। ତାକୁ ଖାଇବାକୁ ଏବଂ ସଫା କରିବା ପାଇଁ ପାଣିରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଥିଲା। ପାଣିରୁ ବାହାର କରିବା ବେଳେ ଏହି କୁମ୍ଭୀର ଡରିଯାଇଥିଲା। ପାଣିରୁ ବାହାର କରିବା ପରେ ସେ ବଞ୍ଚିବ ନାହିଁ ବୋଲି ଏହି କୁମ୍ଭୀର ଭାବୁଥିଲା। ବଞ୍ଚିବା ପାଇଁ ସେ ପାଣିରେ ପଶିଯାଇଥିଲା। ମାତ୍ର ଭୟ କାରଣରୁ ସେ ପହଁରିବାର ପ୍ରାକୃତିକ କ୍ଷମତା ହରାଇ ପାଣିରେ ବୁଡ଼ିଯାଇଥିଲେ। ଏହି ଫାର୍ମ କର୍ମଚାରୀ କହିଛନ୍ତି ଯେ ସେମାନେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ  ଏକ କୁମ୍ଭୀର ପାଣିରେ ବୁଡ଼ିଥିବାର ଦେଖିଥିଲେ।

Also Read: କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏନେଇ ପଶୁ ଚିକିତ୍ସକଙ୍କ ପକ୍ଷରୁ କୁହାଯାଇଛି  କୁମ୍ଭୀର ସାଧାରଣତଃ ନିଜ ଫୁସଫୁସ ଜରିଆରେ ପାଣିରେ ଚଳପ୍ରଚଳ କରିବାରେ ସକ୍ଷମ ହୋଇଥାଏ। କୌଣସି ପରିସ୍ଥିତିରେ କୁମ୍ଭୀର ପାଣିରେ ପହଁରିବାକୁ ଭୁଲି ପାରିବେ ନାହିଁ। ପଶୁ ଡାକ୍ତରଙ୍କ କହିବା କଥା ମୃତକ କୁମ୍ଭୀର କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇଥାଇପାରେ। ଆଉ ଯାହାର ଫଳସ୍ୱରୂପ ପାଣିକୁ ଯିବା ପରେ ସଠିକ୍ ଭାବେ ଶ୍ୱାସକ୍ରିୟା କରିପାରିନଥିଲା ଏବଂ ପାଣିରେ ବୁଡ଼ି ପ୍ରାଣ ହରାଇଥିଲା।   

Also Read: ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ଚୀନ ଭଳି ଦେଶରେ କୁମ୍ଭୀର ଯେ କେବଳ ଚିଡି଼ଆଖାନ କିମ୍ବା କୌଣସି ପ୍ରାକୃତିକ ପରିବେଶରେ ରହିଥାନ୍ତ ତାହା ନୁହେଁ ଏହାକୁ ସେଠାରେ ଖାଦ୍ୟ ଭଳି ବ୍ୟବହାର କରାଯାଇଥାଏ। କୁମ୍ଭୀର କିମ୍ବା ସାର୍କ ଭଳି ଜଳ ଜୀବଙ୍କୁ ସେଠାରେ ଥିବା ବିଭିନ୍ନ ସପିଂ ମଲ ଠାରେ ବିକ୍ରି କରାଯାଇଥାଏ।