• ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା
  • ଯାଜପୁର: ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଗୋଷ୍ଠୀ ସଂଘର୍ଷ
  • ପୋଲିସ୍ ଗାଡ଼ିକୁ ପୋଡ଼ି ଦେଲେ ଲୋକେ, ଏକ ପ୍ଲାଟୁନ୍ ଫୋର୍ସ ମୁତୟନ
  • ସିବିଏସ୍ଇ ପରୀକ୍ଷା ୨୦୨୧: ପ୍ରାକ୍ଟିକାଲ୍ ପାଇଁ ନୂତନ ଉତ୍ତର ବହି ପ୍ରକାଶିତ
  • ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ଲାଭ
  • ଅହମ୍ମଦାବାଦ ଟେଷ୍ଟରେ ଭାରତର ଇନିଂସ ବିଜୟ
  • ଇଂଲଣ୍ଡକୁ ଏକ ଇନିଂସ ୨୫ ରନରେ ହରାଇଲା ଟିମ୍ ଇଣ୍ଡିଆ
  • ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଗଲେ ପରିବାର
  • କୋଭିଡ୍ କଟକଣାରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ର।

ବିଜେପିରେ ମିଶିବେ ସ୍ୱର୍ଗତ ଦିଗବିଜୟ ସିଂହଙ୍କ ଝିଅ ଶ୍ରେୟସୀ!

ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ନୂଆ ମୋଡ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଦିଗବିଜୟ ସିଂହଙ୍କ ଝିଅ ତଥା ସୁଟର ଶ୍ରେୟସୀ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସେ ଗେରୁଆ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି।

 ବିଜେପିରେ ମିଶିବେ ସ୍ୱର୍ଗତ ଦିଗବିଜୟ ସିଂହଙ୍କ ଝିଅ ଶ୍ରେୟସୀ!

ପାଟନା: ରାଜନୀତିରେ ପରିବାରବାଦ୍। ବାପାର ସ୍ଥାନ ନେବାକୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି ଝିଅ। ବିହାର ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଦିଗବିଜୟ ସିଂହଙ୍କ ଝିଅ ଶ୍ରେୟସୀ ସିଂହ। ତେବେ ପୂର୍ବରୁ ସେ ଲାଲୁଙ୍କ ଆରଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା।

ଶ୍ରେୟସୀ ପେଶାରେ ଜଣେ ସୁଟର। ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ। ସୁତ୍ର ଅନୁସାରେ ଶ୍ରେୟାସୀ ବିଜେପିରେ ସାମିଲ ହେଲା ପରେ ଜମୁଇ ବିଧାନସଭା ନିର୍ବଚନ ମଣ୍ଡଳୀରୁ ନିର୍ବାଚନ ଲଢେପାରନ୍ତି। ତାଙ୍କ ମାଆ ପୁତୁଲ ସିହଂ ସ୍ୱାଧିନ ଭାବେ ଲଢି ୨୦୧୦ ବାକା ଲୋକସଭା ଉପନିର୍ବାଚନ ଜିତିଥିଲେ। କିନ୍ତୁ ୨୦୧୪ରେ ଜୟ ପ୍ରକାଶ ନାରାଣଙ୍କଠୁ ହାରିବାକୁ ପଡିଥିଲା।

ବହାରର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ଥିଲେ ଦିଗବିଜୟ। କିନ୍ତୁ ପରବର୍ତ୍ତି ସମୟରେ ଉଭୟରେ ଅଲଗା ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଶ୍ରେୟସୀ ଓ ପୁତୁଲ ଆରଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲୁଥିଲା। ତେବେ ବିଜେପିରେ ସାମିଲ ନେଇ ଶ୍ରେୟାସୀଙ୍କ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯାଇଛି।

ଅଟଳ ବିହାରୀଙ୍କ ସରକାରରେ ଦୀଗବିଜୟ ସିଂହ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୦ରେ ଦେଶର ରାଜ୍ୟଗୋଷ୍ଠୀ କ୍ରୀଡା ଟିମକୁ ନେଇ ଲଣ୍ଡନ ଯାଇଥିଲେ। ସେଠାରେ ୫୫ ବର୍ଷୀୟ ଦୀଗବିଜୟଙ୍କୁ ପ୍ରଥମେ ହୃଦଘାତ ଓ ପରେ ବ୍ରେନ ହାମରେଜ ହୋଇଥିଲା। ଫଳରେ ଚିକିତ୍ସାଧିନ ଅବସ୍ଥାରେ ଲଣ୍ଡନର ଏକ ହସ୍ପିଟାଲରେ ଦେହାନ୍ତ ହୋଇଥିଲା।