ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍
Advertisement

ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ସୋମବାର ରୁପା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କାରେ ପହଞ୍ଚିଛି 

ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: ସୋମବାର ସୁନା ମୂଲ୍ୟ (Gold Price) ରେ  ବୃଦ୍ଧି ଘଟି ଥିବା ବେଳେ ରୁପା ମୂଲ୍ୟ (Silver Price) ହ୍ରାସ ଘଟିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ରବିବାର ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୯୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୪,୯୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୯୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୨୦୦ ଟଙ୍କାର ପହଞ୍ଚିଛି । ସେହିପରି ରବିବାର ଏହାର ମୂଲ୍ୟ ୪୩,୯୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

ସେପଟେ ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ସୋମବାର ରୁପା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୧୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୫୦୦ ଟଙ୍କା ରହିଛି । ଯାହା ରବିବାର ୬,୫୦୧ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେର ସବୁଠାରୁ ବଡ଼ ପ୍ଲାନ! ୨ ବର୍ଷରେ ସଂପୂର୍ଣ୍ଣ ରୂପେ ବଦଳିଯିବ ଇଞ୍ଜିନ, ଯାତ୍ରୀଙ୍କୁ ହେବ ଏହି ଲାଭ

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ  ୧୦ ଟଙ୍କାର ବୃଦ୍ଧି ଘଟି ଥିଲା । ଅନ୍ୟପଟେ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୧୦୦ ଟଙ୍କା ରହିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୬,୧୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୨,୨୬୦ ଟଙ୍କା ରହିଛି । ଯାହା ରବିବାର ୪୨,୨୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ସେହିପରି ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ରାଜଧାନୀରେ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ସୋମବାର ରୁପା ମୂଲ୍ୟରେ ୪୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୭୧୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୯୩୦ ଟଙ୍କା ରହିଛି । ଯାହା ରବିବାର ୬,୯୭୧ ଟଙ୍କା ଥିଲା ।