• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ଗୁରୁବାର ରୁପା ମୂଲ୍ୟରେ ୩୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୧୩୦ ଟଙ୍କାରେ ପହଞ୍ଚିଛି ।

ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: ଗୁରୁବାର ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ବୁଧବାର ସୁନା ମୂଲ୍ୟରେ ୧୯୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଗୁରୁବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୨୦ ଟଙ୍କା ରହିଛି । ଯାହା ବୁଧବାର ଏହାର ମୂଲ୍ୟ ୪୫,୭୨୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ଘଟି ନଥିଲା । ଫଳରେ ୧୦ ଗ୍ରାମ ସୁନା ଦର ୪୪,୭୨୦ ଟଙ୍କା ରହିଛି । ସେହିପରି ବୁଧବାର ଏହାର ମୂଲ୍ୟ ୪୪,୭୨୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ଅନ୍ୟପକ୍ଷେ ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ଗୁରୁବାର ରୁପା ମୂଲ୍ୟରେ ୩୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୧୩୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୧୩ ଟଙ୍କା ରହିଛି । ଯାହା ବୁଧବାର ୭,୧୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି

ଗୁରୁବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ । ବୁଧବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୨୧୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୫୬୦ ଟଙ୍କା ରହିଛି । ଯାହା ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୫୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୫୦୦ ଟଙ୍କା ରହିଛି । ଯାହା ବୁଧବାର ୪୪,୫୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-PF ଖାତାରୁ ମିଳିଥାଏ ଏହି ୫ଟି ଫାଇଦା, ଆପଣ ତୁରନ୍ତ ଉଠାଇପାରିବେ ଏହାର ଲାଭ

ସେପଟେ ଗୁରୁବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ବୁଧବାର ରାଜଧାନୀରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟି ଥିଲା । ଅନ୍ୟପଟେ ଗୁରୁବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୫,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୦୦ ଟଙ୍କା ରହିଛି । ଯାହା ବୁଧବାର ୭,୫୯୦ ଟଙ୍କା ଥିଲା ।