ସଂଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ ବ୍ରିଟିଶ ସାଂସଦ ଡେଭିଡ ଅମିସ ମୃତ
Advertisement

ସଂଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ ବ୍ରିଟିଶ ସାଂସଦ ଡେଭିଡ ଅମିସ ମୃତ

ଏବେ ସାଂସଦଙ୍କୁ ତାଙ୍କ କ୍ଷେତ୍ରରେ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ତାଙ୍କୁ ପର୍ସନାଲ ଆଲାର୍ମ ଭଳି ବ୍ୟବସ୍ଥା ଦିଆଯାଇଛି। ହେଲେ ଏହା ସତ୍ତ୍ୱେ ମଧ୍ୟ ସାଂସଦଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।

ସଂଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ ବ୍ରିଟିଶ ସାଂସଦ ଡେଭିଡ ଅମିସ ମୃତ

ଲଣ୍ଡନ: ବ୍ରିଟେନରେ ଶୁକ୍ରବାର ଜଣେ ସଂଦିଗ୍ଧ ବ୍ୟକ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାର୍ଟି ସାଂସଦ ଡେଭିଡ ଅମିସଙ୍କୁ ଛୁରି ଭୁସି ହତ୍ୟା କରିଛି। ତାଙ୍କୁ ଗମ୍ଭୀର ସ୍ଥିତିରେ ହସ୍ପିଟାଲ ଅଣାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ଘଟିବା ସମୟରେ ମୃତକ ସାଂସଦ ଏକ ଚର୍ଚ୍ଚରେ ଥିଲେ ଏବଂ ନିଜ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରୁଥିଲେ। ଏହି ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରାଯାଇଛି।

କୁହାଯାଉଛି ସାଂସଦ ଡେଭିଡ ଅମିସଙ୍କ ଉପରେ ବାରମ୍ବାର ଛୁରି ଆକ୍ରମଣ କରାଯାଇଥିଲା। ତାଙ୍କ ସମର୍ଥକ ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ, ହେଲେ ସଫଳତା ମିଳି ନଥିଲା। ଆକ୍ରମଣକାରୀର ବୟସ ୨୫ ବର୍ଷ ବୋଲି ସୂଚନା ମିଳିଛି। ତା' ନିକଟରୁ ହତ୍ୟାରେ ବ୍ୟବହୃତ ଛୁରି ମଧ୍ୟ ଉଦ୍ଧାର କରାଯାଇଛି। ମୃତକ ୩୮ ବର୍ଷ ଯାଏ ସାଂସଦ ଥିଲେ, ହେଲେ ତାଙ୍କୁ କେବେ ହେଲେ ମନ୍ତ୍ରୀ କରାଯାଇନଥିଲା।

ବ୍ରିଟେନ ସାଂସଦଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଗତ ୨୦୧୬ ବର୍ଷରେ ମହିଳା ସାଂସଦ ଜୋଏ କୋକ୍ସଙ୍କ ହତ୍ୟା କରାଯାଇଥିଲା। ଏହା ପୂର୍ବରୁ ବ୍ରିଟେନରେ ସଂସଦ ବାହାରେ ସାଂସଦଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଥିଲା। କିଛି ବର୍ଷ ପୂର୍ବରୁ ସର୍ ଲିଣ୍ଡସେ ହୋଏଲଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ଏହି ମାମଲାରେ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଥିଲା। ଏବେ ସାଂସଦଙ୍କୁ ତାଙ୍କ କ୍ଷେତ୍ରରେ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ତାଙ୍କୁ ପର୍ସନାଲ ଆଲାର୍ମ ଭଳି ବ୍ୟବସ୍ଥା ଦିଆଯାଇଛି। ହେଲେ ଏହା ସତ୍ତ୍ୱେ ମଧ୍ୟ ସାଂସଦଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ଏକ୍ସେସର ସାଉଥଆଣ୍ଡରୁ ସାଂସଦ ଥିଲେ ଡେଭିଡ ଅମିସ

ପୋର୍ଟ ଅନୁସାରେ ଏକ୍ସେସସ୍ଥିତ ସାଉଥଆଣ୍ଡ୍ ସିଟ୍ରୁ ସାଂସଦ ଯାହା ପୂର୍ବ ଇଂଲଣ୍ଡର ଏକ ଅଂଶ। ଘଟଣା ସମୟରେ ସେ ମଥୋଡିଷ୍ଟ୍ ଚର୍ଚ୍ଚରେ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ପ୍ରାର୍ଥନା ପରେ ସେ କିଛି ଲୋକଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ଆକ୍ରମଣକାରୀ ତାଙ୍କୁ ଛୁରି ବାରମ୍ବାର ମାରି ଚାଲିଥିଲା।

fallback

Also Read: ପାକିସ୍ତାନର ନୂଆ ଚାଲ; ବ୍ରିଟିଶ ସାଂସଦଙ୍କ ସହାୟତାରେ ଭାରତକୁ ବଦନାମ କରିବାକୁ ଉଦ୍ୟମ

 

କିଏ ଥିଲେ ଡେଭିଡ୍ ଅମିସ୍?

  • ବିଟ୍ରେନରେ କ୍ଷମତାସୀନ ପାର୍ଟିର ସବୁଠାରୁ ଦୀର୍ଘ ସମୟ ଯାଏ ଥିଲେ ସାଂସଦ
  • ୧୯୮୩ରୁ ମାର୍ଗାରେଟ୍ ଥେଚରଙ୍କ ସମୟରେ ପ୍ରଥମ ଥର ପାଇଁ ସାଂସଦ
  • ଦକ୍ଷିଣପନ୍ଥୀ ଏବଂ ପରମ୍ପରାବାଦୀ ସାଂସଦ ଭାବେ ଜଣାଶୁଣା
  • ପତ୍ନୀଙ୍କ ଛଡ଼ା ପରିବାରରେ ସାଂସଦଙ୍କ ୫ ଜଣ ପିଲା ଅଛନ୍ତି
  • ତାଙ୍କ ଝିଅ କେଟି, ଜଣେ ଜଣାଶୁଣା ମଡେଲ
  • ୪ ଦଶନ୍ଧୀ ଯାଏ ସାଂସଦ ରହିବା ପରେ ମଧ୍ୟ ମନ୍ତ୍ରୀ ହୋଇପାରିନଥିଲେ
  • ୨୦୧୫ରେ ନାଇଟହୁଡ୍ ଉପାଧି ମିଳିଥିଲା, ନାମ ଆଗରେ ସର୍ ଲେଖାହେଲା
  • ଶେଷ ନିର୍ବାଚନରେ ସେ ୧୪ ହଜାର ଭୋଟରେ ବାଜିମାତ କରିଥିଲେ