Advertisement
Article Detail0/zeeodisha/odisha3034318
Zee OdishaOdisha National-InternationalSIR Debate Today: ସଂସଦରେ ହେବ ବଡ଼ ଆଲୋଚନା: ଏସ୍‍ଆଇଆର୍‍କୁ ନେଇ ପ୍ରଥମ ଚର୍ଚ୍ଚା

SIR Debate Today: ସଂସଦରେ ହେବ ବଡ଼ ଆଲୋଚନା: ଏସ୍‍ଆଇଆର୍‍କୁ ନେଇ ପ୍ରଥମ ଚର୍ଚ୍ଚା

ସଂସଦର ଉଭୟ ଗୃହରେ ଆଜି ବଡ଼ ଆଲୋଚନା ହେବ। ଏହି ଆଲୋଚନା ଦେଶରେ ନିର୍ବାଚନ ସଂସ୍କାର ପ୍ରକ୍ରିୟା ଏବଂ ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇବ। ଖଲି ସେତିକି ନୁହେଁ ଗଲା ଦୁଇଟି ଅଧିବେଶନରେ ବିରୋଧୀ ଦଳ ଦାବି କରି ଆସୁଥିବା ପ୍ରସଙ୍ଗର ଆଲୋଚନା ହେବ। ଏଥିଲାଗି ଉଭୟ ଶାସକ ଓ ବିରୋଧୀ ଦଳ ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ପ୍ରଶ୍ନୋତ୍ତର କାଳ

SIR Debate Today: ସଂସଦରେ ହେବ ବଡ଼ ଆଲୋଚନା: ଏସ୍‍ଆଇଆର୍‍କୁ ନେଇ ପ୍ରଥମ ଚର୍ଚ୍ଚା

 ଭୁବନେଶ୍ୱର: ସଂସଦର ଉଭୟ ଗୃହରେ ଆଜି ବଡ଼ ଆଲୋଚନା ହେବ। ଏହି ଆଲୋଚନା ଦେଶରେ ନିର୍ବାଚନ ସଂସ୍କାର ପ୍ରକ୍ରିୟା ଏବଂ ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇବ। ଖଲି ସେତିକି ନୁହେଁ ଗଲା ଦୁଇଟି ଅଧିବେଶନରେ ବିରୋଧୀ ଦଳ ଦାବି କରି ଆସୁଥିବା ପ୍ରସଙ୍ଗର ଆଲୋଚନା ହେବ। ଏଥିଲାଗି ଉଭୟ ଶାସକ ଓ ବିରୋଧୀ ଦଳ ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି।

ପ୍ରଶ୍ନୋତ୍ତର କାଳ ପରେ ଏହି ଆଲୋଚନା ହେବ। ଏଥିଲାଗି ୧୦ ଘଣ୍ଟାର ପ୍ରାଥମିକ ଆଲୋଚନା ସମୟ ସ୍ଥିର କରାଯାଇଛି। କିନ୍ତୁ  ଏହି ଆଲୋଚନାର ସମୟ ବଢ଼ିପାରେ। ଗତକାଲି ମଧ୍ୟ ବନ୍ଦେ ମାତରମ ସ୍ମାରକୀ ଆଲୋଚନାର ସମୟ ୧୦ ଘଣ୍ଟାରୁ ବଢ଼ି ୧୨ ଘଣ୍ଟା ପାର କରିଥିଲା। ଏଥର ବି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇପାରେ। ଖାଲି ଆଲୋଚନା ନୁହେଁ ଶାସକ ଓ ବିରୋଧୀ ଦଳ ଭିତରେ କଥା କଟାକଟିକୁ ମଧ୍ୟ ଦେଖିବାକୁ ମିଳିପାରେ।

ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ସଘନ ଭୋଟର ତାଲିକା ସଂଶୋଧନ ଚାଲିଛି। ଏହାଦ୍ୱାରା ଅନେକ ଭୋଟରଙ୍କ ନାଁ ଭୋଟର ତାଲିକାରୁ କଟିବା ଦେଖା ଦେଇଛି। ବିହାର ନିର୍ବାଚନ ପୂର୍ବରୁ ଏହି ସଂଶୋଧନ ପ୍ରକ୍ରିୟା ଚାଲିଥିଲା। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଏପରିକି ବିଭିନ୍ନ ସଂଗଠନ ପକ୍ଷରୁ  ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ପାଖକୁ ଯାଇଥିଲେ। କୋର୍ଟ ଏହାକୁ ନିର୍ବାଚନ କମିଶନଙ୍କ ଅଧିକାର ବୋଲି କହିଥିଲେ। ଏହାସହ ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଅଧିକ ନଥିରୁ ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବାକୁ ପରାମର୍ଶ ଦେଇଥିଲେ।

Add Zee News as a Preferred Source

ବିରୋଧୀ ଦଳ କିନ୍ତୁ ଏହାକୁ ଅସମ୍ବିଧାନିକ ପ୍ରକ୍ରିୟା ବୋଲି କହି ଏହି ପ୍ରକ୍ରିୟାକୁ ବାଜ୍ୟାପ୍ତି କରିବା ପାଇଁ ଦାବି କରି ଆସୁଛନ୍ତି। ହେଲେ ଏସ୍‍ଆଇଆର୍‍କୁ ନିର୍ବାଚନ କମିଶନଙ୍କ ଦାୟିତ୍ୱ ବୋଲି କହିଛନ୍ତି କମିଶନ। ପୂର୍ବରୁ ଏପରି ବହୁତ ଥର ଏସ୍‍ଆଇଆର୍‍ କରାଯାଇଥିବା କମିଶନ ସୂଚନା ଦେଇଛନ୍ତି।

ଏବେ ବିହାର ପରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ ସମେତ ୧୨ ରାଜ୍ୟରେ ଏସ୍‍ଆଇଆର୍‍ ଜାରି ରହିଛି। ଏହି ସମୟରେ ବୁଥସ୍ତରୀୟ ଅଧିକରୀଙ୍କ ଉପରେ ଚାପ ପଡ଼ୁଥିବା ନେଇ ଅଭିଯୋଗ ହୋଇଛି। ଏହି ଚାପରେ ଅନେକ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବି ଅଭିଯୋଗ ହୋଇଛି। ଏଣୁ ଏ ପ୍ରସଙ୍ଗକୁ ମଧ୍ୟ ବିରୋଧୀ ଦଳ ଉଠାଇପାରନ୍ତି। ଅପରପକ୍ଷେ ତାମିଲନାଡ଼ୁରେ ଭୋଟର ତାଲିକା ସଂଶୋଧନକୁ ବିରୋଧ କରୁଛନ୍ତି ରାଜ୍ୟ ସରକାର। ଏଣୁ ଡିଏମକେ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା  ଆଶଙ୍କା ରହିଛି।

About the Author