'ରାମାୟଣ'ର ସୀତା, ରାବଣ ଓ ହନୁମାନ ଏପରି ରାଜନୀତିରେ ରଖିଥିଲେ ପାଦ, ପ୍ରଥମ ନିର୍ବାଚନରେ ହାସଲ କରିଥିଲେ ବିଜୟ

- ରାମାୟଣରେ ରାବଣଙ୍କ ଚରିତ୍ରରେ ସମସ୍ତଙ୍କ ହୃଦୟ ଜିତିଥିବା ଅରବିନ୍ଦ ତ୍ରିବେଦୀ ୧୯୯୧ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । ସେ ଗୁଜରାଟର ସାବରକାଣ୍ଠା ଆସନରୁ ଜିତିଥିଲେ । ୨୦୦୨ରେ ସେ ପୁଣି ନିର୍ବାଚନରେ ​​ଜିତିଥିଲେ । ପରେ ଅରବିନ୍ଦ ତ୍ରିବେଦୀ ମଧ୍ୟ ସେନ୍ସର ବୋର୍ଡର କାର୍ଯ୍ୟକାରୀ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ।

'ରାମାୟଣ'ର ସୀତା, ରାବଣ ଓ ହନୁମାନ ଏପରି ରାଜନୀତିରେ ରଖିଥିଲେ ପାଦ, ପ୍ରଥମ ନିର୍ବାଚନରେ ହାସଲ କରିଥିଲେ ବିଜୟ

ନୂଆଦିଲ୍ଲୀ: ୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ  ରାମାୟଣ ଏକ ଲୋକପ୍ରିୟ ଧାରାବାହିକ ଥିଲା । ରାମାଣନ୍ଦ ସାଗରଙ୍କ 'ରାମାୟଣ' ଏପରି ଏକ ଯାଦୁ ସୃଷ୍ଟି କରିଥିଲା, ଯାହା ଆଜି ବି ଚର୍ଚ୍ଚା ହୋଇଥାଏ । ବର୍ତ୍ତମାନ ସାରା ଦେଶରେ ଲକଡାଉନ ଜାରି ରହିଛି । ତେଣୁ ଏହି ଲୋକପ୍ରିୟ ଧାରାବାହିକକୁ ପୁଣି ପ୍ରସାରିତ କରାଯାଉଛି । ପୂର୍ବ ପରି, ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଏହି ସିରିଏଲରେ କାମ କରୁଥିବା ସମସ୍ତ କଳାକାର ବହୁତ ପ୍ରସିଦ୍ଧ ହୋଇଥିଲେ । ରାଜନୈତିକ ଦଳ ମଧ୍ୟ ସେମାନଙ୍କର ଲୋକପ୍ରିୟତାକୁ ରାଜନୀତରେ ପ୍ରୟୋଗ କରିବାକୁ ପଛରେ ରହିନଥିଲେ ।

କଂଗ୍ରେସ ଏବଂ ବିଜେପି ଏହି ସିରିଏଲର ପ୍ରମୁଖ କଳାକାରମାନଙ୍କୁ ନିଜ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିଲେ । ରାମାୟଣ ବ୍ୟତୀତ ମହାଭାରତର କଳାକାରମାନେ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀ ଚାହୁଁଥିଲେ ଯେ ରାମାୟଣର ରାମ ଅରୁଣ ଗୋବିଲ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ନ୍ତୁ । ଅନ୍ୟପଟେ ବିଜେପି ଟିକେଟରେ ରାବଣ ଓରଫ ଅରବିନ୍ଦ ତ୍ରିବେଦୀ ବିଜେପି ଟିକେଟରେ ନିର୍ବାଚନରେ ​​ଜିତିଥିଲେ । ମହାଭାରତର କୃଷ୍ଣ ଦିବବିଜୟ ସିଂଙ୍କ ଭାଇଙ୍କୁଠୁ ନିର୍ବାଚନରେ ହାରି ଯାଇଥିଲେ । ଆସନ୍ତୁ ଜାଣିବା ରାମାୟଣ ଏବଂ ମହାଭାରତର କଳାକାରମାନଙ୍କର ରାଜନୈତିକ ଜୀବନ ବିଷୟରେ....

- ରାମାୟଣରେ ରାବଣଙ୍କ ଚରିତ୍ରରେ ସମସ୍ତଙ୍କ ହୃଦୟ ଜିତିଥିବା ଅରବିନ୍ଦ ତ୍ରିବେଦୀ ୧୯୯୧ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । ସେ ଗୁଜରାଟର ସାବରକାଣ୍ଠା ଆସନରୁ ଜିତିଥିଲେ । ୨୦୦୨ରେ ସେ ପୁଣି ନିର୍ବାଚନରେ ​​ଜିତିଥିଲେ । ପରେ ଅରବିନ୍ଦ ତ୍ରିବେଦୀ ମଧ୍ୟ ସେନ୍ସର ବୋର୍ଡର କାର୍ଯ୍ୟକାରୀ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ।

- ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ୧୯୯୧ରେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ​​ଜିତିଥିଲେ । ନିକଟରେ ସେ ସୋସିଆଲ ମିଡିଆରେ ସେହି ସମୟର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ଲାଲ କୃଷ୍ଣ ଆଡଭାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ନଜରକୁ ଆସିଛନ୍ତି ।

- ରାମାୟଣରେ ହନୁମାନ ଭୂମିକାରେ ଅଭିନୟ କରିଥିବା ଭାରତର ପ୍ରସିଦ୍ଧ କୁସ୍ତି ଯୋଦ୍ଧା ଦାରା ସିଂ ୨୦୦୩ରେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ସେ ହେଉଛନ୍ତି ପ୍ରଥମ କଳାକାର ଯିଏକି ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଅଟଳ ବିହାରୀ ବାଜପେୟୀ ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ।