)
ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୋରୋନା ସଙ୍କଟ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂତନ ଆଡଭାଇଜରୀ ଜାରି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତା କହିଛନ୍ତି ଯେ ଧୂମପାନରୁ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ, ରାଜ୍ୟମାନେ ଧୂମପାନ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଆଡଭାଇଜରୀରେ କୁହାଯାଇଛି ଯେ ଧୂମପାନକାରୀମାନେ ଶୀଘ୍ର କୋରୋନା ସଂକ୍ରମଣର ଶିକାର ହୋଇପାରନ୍ତି । ଧୂମପାନ ଯୋଗୁଁ ସେମାନଙ୍କ ଫୁସଫୁସ ଦୁର୍ବଳ ହୋଇପାରେ କିମ୍ବା କୌଣସି ସଂକ୍ରମଣର ଶିକାର ହୋଇପାରେ । ଏଭଳି ପରିସ୍ଥିତିରେ କୋରୋନା ସଂକ୍ରମଣର ଆଶଙ୍କା ସେମାନଙ୍କୁ ଆହୁରି ବଢ଼ାଇଥାଏ ।
ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ WHOର ସମସ୍ତ ଅଧ୍ୟୟନର ଉଦାହରଣ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଧୂମପାନ ସମୟରେ ବିଡ଼ି, ସିଗାରେଟକୁ ଆଙ୍ଗୁଠିରେ ଧରି ପାଟିରେ ରଖିଯାଅ ଥାଏ ତେଣୁ ସଂକ୍ରମଣ ଧୂମପାନକାରୀଙ୍କ ଶରୀରକୁ ଓଠ ମାଧ୍ୟମରେ ମଧ୍ୟ ପ୍ରବେଶ କରିପାରେ । ଲୋକମାନେ ଧୂମପାନ କରିବା ସମୟରେ ପାଣି ପାଇପ୍ ବ୍ୟବହାର କରନ୍ତି ଏବଂ ପରସ୍ପର ସହ ସେୟାର କରନ୍ତି । ଯଦି କୌଣସି ବ୍ୟକ୍ତି ସଂକ୍ରମଣର ଶିକାର ହୁଅନ୍ତି, ତେବେ ଅନ୍ୟ ଲୋକମାନେ ତାଙ୍କ ମାଧ୍ୟମରେ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।
ଏହି ସମୟ ମଧ୍ୟରେ ଭାରତରେ କୋରୋନା ଭାଇରସ ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ସଂକ୍ରମିତ କୋରୋନା ଭାଇରସ୍ ସଂଖ୍ୟା ୯.୩୫୨ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୫ଟି ନୂଆ କୋରୋନା ପଜିଟିଭ ମିଳିଥିବା ସୂଚନା ମିଳିଛି । ଏବଂ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି, ଯଦିଓ ୯୮୦ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।
ସୂଚନାଯୋଗ୍ୟ, କୋରୋନା ଭାଇରସ ମୁକାବିଲା ପାଇଁ ଦେଶରେ ୨୧ ଦିନର ଲକ୍ ଡାଉନ ଜାରି ରହିଛି । ଯାହା ଆସନ୍ତାକାଲି ଶେଷ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଖବର ଆସୁଛି ଯେ ଏହି ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇପାରେ । କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରିଛନ୍ତି ।