ଭଗବାନ ଶିବ, ଶ୍ରୀକୃଷ୍ଣଙ୍କ କାହାଣୀରେ ବାସୁକି, କାଳିଆ ନାଗ, ଅନନ୍ତ ନାଗ ଓ ନାଗ ଫାଶ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏହି ସାପର ଦଂଶନ ଫଳରେ ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଆଉ ସେହି ମୃତ୍ୟୃ ମାମଲାରେ ଭାରତର ସ୍ଥାନ ସବୁଠୁ ଶୀର୍ଷରେ ରହିଛି।
Trending Photos
)
ନୂଆଦିଲ୍ଲୀ: 'ସାପ' ନାଁଟି ଶୁଣିଲା ମାତ୍ରେ ଛାତିରେ ଛନକା ପଶିଯାଏ। ଏହି ଜନ୍ତୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦଜନକ ମଧ୍ୟ। ତଥାପି ଆମ ଦେଶରେ ଆଜି ମଧ୍ୟ ସାପକୁ ପୂଜା କରାଯାଏ। ପୁରାଣ ଓ କାଳ୍ପନିକ କାହାଣୀରେ ସାପର ବର୍ଣ୍ଣନା କରାଯାଇଛି। ବିଶେଷ କରି ଭଗବାନ ଶିବ, ଶ୍ରୀକୃଷ୍ଣଙ୍କ କାହାଣୀରେ ବାସୁକି, କାଳିଆ ନାଗ, ଅନନ୍ତ ନାଗ ଓ ନାଗ ଫାଶ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏହି ସାପର ଦଂଶନ ଫଳରେ ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଆଉ ସେହି ମୃତ୍ୟୃ ମାମଲାରେ ଭାରତର ସ୍ଥାନ ସବୁଠୁ ଶୀର୍ଷରେ ରହିଛି।
ଆମ ଦେଶରେ ପ୍ରାୟ ୩୦୦ ପ୍ରଜାତିର ସାପ (Snake) ମିଳନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬୦ଟି ସାପ ବିଷଧର। ସେଥିରୁ ମାତ୍ର ଏପରି ୧୦ଟି ସାପ ଅଛନ୍ତି ଯେଉଁମାନଙ୍କ ଦଂଶନରେ ମଣିଷର ମୃତ୍ୟୁ ଆଶଙ୍କା ଅଧିକ। ସେହି ମାରାତ୍ମକ ସାପମାନଙ୍କ ମଧ୍ୟରେ ଅହିରାଜ, ନାଗ, ବୋଡା, ଚିତି ଓ ସମୁଦ୍ର ସାପ ଅନ୍ୟତମ। ଅହିରାଜ ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ଅନ୍ୟାନ୍ୟ ସାପ ପ୍ରାୟ ମଣିଷ ବସବାସ କରୁଥିବା ଅଞ୍ଚଳରେ ଦେଖାଯାଆନ୍ତି। ତେଣୁ ପ୍ରତିଦିନ ଏମାନେ ମଣିଷ ହାବୁଡରେ ପଡନ୍ତି। ଆଉ ସମୁଦ୍ର ସାପ ଗଭୀର ସମୁଦ୍ରରେ ବାସ କରୁଥିବାରୁ ତାକୁ ଦେଖିବା କଷ୍ଟକର।
Also Read: ଡିଲ୍ ବେଳେ ରାଜଧାନୀରୁ 'ସାପ ବିଷ' ରାକେଟ ଠାବ
WHOର ରିପୋର୍ଟ ଅନୁସାରେ ବିଶ୍ୱରେ ଯେତିକି ଲୋକ ସର୍ପ ଦଂଶନ (Snake bites) ରେ ପ୍ରାଣ ହରାନ୍ତି ସେଥିରୁ ଅର୍ଦ୍ଧାଧିକ ଘଟଣା ଭାରତ (India) ରେ ଘଟେ। ସାପ କାମୁଡାରେ ବାର୍ଷିକ ୫୦ ହଜାରୁ ଲକ୍ଷେ ୨୫ ହଜାର ଲୋକଙ୍କ ଦେହାନ୍ତ ହୁଏ । ଗତ ୨୦୦୦ରୁ ୨୦୧୯ ମସିହା ଅର୍ଥାତ ସେହି ୧୯ ବର୍ଷ ମଧ୍ୟରେ ଭାରତରେ ସର୍ପ ଦଂଶନରେ ଏକ କୋଟି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଯଦି ଦେଖାଯାଏ ତେବେ ଏହି ମୃତ୍ୟୁ ହାର ବାର୍ଷିକ ୫୮ ହଜାର ହେଉଛି। ତେବେ ସାପ ବିଷରୁ ଯେତିକି ଜଣଙ୍କ ମୃତ୍ୟୁ ହେଉଛି ତାଠାରୁ ଅଧିକ ଭୟରେ ମୃତ୍ୟୁବରଣ କରୁଛନ୍ତି।
ଆମ ଦେଶରେ ସାପ କାମୁଡାରେ ଦେହାନ୍ତ ହୋଇଥିବା ପ୍ରାୟ ଅଧେ ଲୋକଙ୍କ ବୟସ ୩୦ରୁ ୬୯ ବର୍ଷ। ସେହିପରି ୨୫% ହେଉଛନ୍ତି ୧୫ ବର୍ଷରୁ କମ ବା ନାବାଳକ। ପ୍ରାୟତଃ ସର୍ପ ଦଂଶନ ମାମଲା ଗ୍ରାମାଞ୍ଚଳ (rural area) ରୁ ଆସିଥାଏ। ଭାରତର ୭୦% ମାମଲା କେବଳ ୮ଟି ରାଜ୍ୟ (ବିହାର, ଝାଡଖଣ୍ଡ, ଓଡିଶା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ/ତେଲେଙ୍ଗାନା, ରାଜସ୍ଥାନ ଓ ଗୁଜୁରାଟ) ରୁ ଆସୁଥିବା ବେଳେ ଅର୍ଦ୍ଧାଧିକ ଘଟଣା ବର୍ଷା ଋତୁରେ ଘଟେ। ଅନେକ ସାପ କାମୁଡାକୁ ନେଇ ଅନ୍ଧବିଶ୍ୱାସରେ ପଡି ଝଡାଫୁଙ୍କା କରନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ନପାଇ ରୋଗୀର ମୃତ୍ୟୁ ଘଟେ । ସେପଟେ ୨୦୩୦ ସୁଦ୍ଧା ବିଶ୍ୱ ସର୍ପ ଦଂଶନ ମୃତ୍ୟୁହାର ୫୦% କମ କରିବାକୁ WHO ଅଭିଯାନ ଆରମ୍ଭ କରିଛି।
Also Read: ମାଲିକ ମୁଣ୍ଡରୁ କମିଲା ବୋଝ; କୁକୁର ଓ ଘୋଡାଙ୍କୁ ମିଳିବ ପେନସନ୍
ମୃତ୍ୟୁର କାରଣ: