Advertisement
Article Detail0/zeeodisha/odisha690979
Zee OdishaOdisha National-Internationalଓ୍ୱାସିଂଟନରେ ଗାନ୍ଧୀ ମୂର୍ତ୍ତି ଭଙ୍ଗା ମାମଲା, ଆମେରିକାର କ୍ଷମାପ୍ରାର୍ଥନା

ଓ୍ୱାସିଂଟନରେ ଗାନ୍ଧୀ ମୂର୍ତ୍ତି ଭଙ୍ଗା ମାମଲା, ଆମେରିକାର କ୍ଷମାପ୍ରାର୍ଥନା

ଓ୍ୱାସିଂଟନରେ ଥିବା ମହାତ୍ମା ଗାନ୍ଧୀ ମୂର୍ତ୍ତି ଭଙ୍ଗା ଘଟଣାରେ ଆମେରିକା କ୍ଷମା ପ୍ରାର୍ଥନା କରିଛି। 

ଓ୍ୱାସିଂଟନରେ ଗାନ୍ଧୀ ମୂର୍ତ୍ତି ଭଙ୍ଗା ମାମଲା, ଆମେରିକାର କ୍ଷମାପ୍ରାର୍ଥନା

ନୂଆଦିଲ୍ଲୀ: ଓ୍ୱାସିଂଟନରେ ଥିବା ମହାତ୍ମା ଗାନ୍ଧୀ ମୂର୍ତ୍ତି ଭଙ୍ଗା ଘଟଣାରେ ଆମେରିକା କ୍ଷମା ପ୍ରାର୍ଥନା କରିଛି। ଆମେରିକାର ରାଷ୍ଟ୍ରଦୁତ କେନ ଜଷ୍ଟର କହିଛନ୍ତି କି, ଓ୍ୱାସିଂଟନ ଡିସିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ହୋଇଥିବା ଦୁର୍ବ୍ୟବହାର ତଥା ମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଆମେ ନିଶ୍ଚିତ ପକ୍ଷେ ଲଜ୍ଜିତ ଅନୁଭବ କରୁଛୁ। ଏଥିପାଇଁ ଆମେ କ୍ଷମା ମଧ୍ୟ ମାଗୁଛୁ ବୋଲି ଜଷ୍ଟର କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ୟୁନାଇଟେଡ଼ ପାର୍କ ପୋଲିସ ଆରମ୍ଭ କରିଛି।  ମେଟ୍ରୋପଲିଟାନ ପୋଲିସ ଅଧିକାରୀ ବୁଧବାର ଦିନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉକ୍ତ ମୂର୍ତ୍ତିକୁ ଯଥାଶୀଘ୍ର ସଫାସୁତୁରା କରାଯିବା ସହିତ ମରାମତି ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

ଏଠାରେ କହି ରଖୁଛୁ ଯେ,  ଆମେରିକାର ରାଜଧାନୀ ଓ୍ୱାସିଂଟନରେ ଜର୍ଜ ଫ୍ଲଏଡ଼ା ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିବା ସୂଚନା ରହିଛି। ସେପଟେ ଜର୍ଜ ଫ୍ଲଏଡ଼ାଙ୍କ ମୃତ୍ୟୁ ପରେ ବର୍ଣ୍ଣ ବୈଷମ୍ୟ ଆନ୍ଦୋଳନ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଏପରିକି ନିଆଁ ମଧ୍ୟ ଲଗାଇ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ସାରିଲାଣି।

Add Zee News as a Preferred Source

ସୂଚନାଯୋଗ୍ୟ ଓ୍ୱାସିଂଟନରେ ୨୦୦୦ ମସିହା ସେପ୍ଟେମ୍ବର ୧୬ ତାରିଖରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେହି ସମୟରେ ଆମେରିକୀୟ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରିଥିଲେ। ଭାରତୀୟ ଦୁତାବାସ ଓ୍ୱେବସାଇଟ ଅନୁଯାୟୀ ଏହି ମୂର୍ତ୍ତିର ଉଚ୍ଚତା ୮ ଫୁଟ ୮ ଇଞ୍ଚ ରହିଛି। 

 

 

About the Author